ଭୋ-ଭୋ ହେଇ କାନ୍ଦିଲେ ଅତିରିକ୍ତ ମହିଳା ତହସିଲଦାର, ଲୋକେ କହିଲେ ତୁମ ସହ ଆମେ କିଛି ବି କରି ପାରିବୁ…

ବନ୍ଧୁଗଣ, ଭୋ ଭୋ ହୋଇ କାନ୍ଦିଲେ ମହିଳା ଅତିରିକ୍ତ ତହସିଲଦାର । ଲୋକେ କହିଲେ ଯେ ଆମେ ତୁମ୍ଭ ସହିତ ସବୁକିଛି କରିପାରିବୁ । ତୁମ ଭି-ଡି-ଓ ରେକର୍ଡ କରି ତୁମକୁ ଭା-ଇ-ରା-ଲ କରିଦେବୁ । ଏହିଭଳି କିଛି କଥା କହି ମହିଳା ଅତିରିକ୍ତ ତହସିଲଦାର କାନ୍ଦିବାର ଦୃଶ୍ୟ ଦେଖିବାକୁ ମିଳିଛି । ଫାଇନ କଟାଯିବା କୁ ନେଇ ଏହିଭଳି ଦାଦାଗିରି ଦେଖିବାକୁ ମିଳିଛି । ଫାଇନ କିଭଳି କାଟିବ ଆମେ ଦେଖିବୁ ଏଭଳି ଧମକ ଦେଲେ କିଛି ଦୁର୍ବୁତ୍ତ ।

ଏହାକୁ ନେଇ ଭୟରେ ମହିଳା ଅତିରିକ୍ତ ତହସିଲଦାର କାନ୍ଦିବାକୁ ଲାଗିଥିଲେ । ତେବେ ସୂଚନା ଅନୁଯାୟୀ ଏହି ଘଟଣାଟି ଭଦ୍ରକ ଜିଲ୍ଲା ବଅନ୍ତ ଅତିରିକ୍ତ ତହସିଲଦାର ଙ୍କ କ୍ଷେତ୍ରରେ । ପ୍ରଥମେ 3 ଜଣ ଯୁବକ ଜିଲ୍ଲାପାଳ କୁ ଏକ ଟ୍ଵିଟ କରି କହିଥିଲେ ଯେ ହରିପୂର ଗ୍ରାମର ଏକ ସ୍ଥାନରୁ ବିନା ଅନୁମତିରେ ମାଟି ଉଠା ଯାଉଛି । ଏହାକୁ ଭିତ୍ତି କରି ଜିଲ୍ଲାପାଳ ତହସିଲଦାର ଙ୍କୁ ଭିତ୍ତି କରି ତଦନ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ ।

ଏହାପରେ ତହସିଲଦାର ଏହି ଦାଇତ୍ଵ ଅତିରିକ୍ତ ତହସିଲଦାର ଙ୍କୁ ଦେଇଥିଲେ । ଏହାପରେ ଅତିରିକ୍ତ ତହସିଲଦାର ନାରିପୂର ଯାଇ ତଦନ୍ତ କରିଥିଲେ । ମାଟି ଉଠାଉଥିବା ଲୋକଙ୍କୁ କହିଥିଲେ ଯେ ଅଫିସରେ ଆସି ଫାଇନ ଦେଇଯିବେ । ମାତ୍ର ଯେତେବେଳେ ଅଫିସ କୁ ଅତିରିକ୍ତ ତହସିଲଦାର ଫେରୁଥିଲେ ସେତେବେଳେ ବାଟରେ ଟ୍ଵିଟ କରିଥିବା 3 ଜଣ ଯୁବକ ଅଟକାଇଥିଲେ । ଏହା ପରେ ସେମାନେ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ ଅତିରିକ୍ତ ତହସିଲଦାର ଙ୍କୁ ।

କେବଳ ଏତିକି ନୁହେଁ ପରେ ଅନ୍ୟ ଲୋକଙ୍କୁ ଧରି ତହସିଲଦାର ଭିତରେ ପଶି ମଧ୍ୟ ଧମକାଇଥିଲେ । କହିଥିଲେ କି ଆମେ ପବ୍ଲିକ ଯାହା ପାଇବୁ ତାହା କରିବୁ । ଫାଇନ ଦେଉଥିବା ସହିତ ତହସିଲଦାର ଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ମହିଳା ଅଫିସର ଙ୍କୁ ଖରାପ ଭାଷାରେ ଗାଳିଦେବା ସହିତ ସେ କହିଥିଲେ ଯେ ଟିକଟକ ବାଲି ତୁ କି ମାଜିଷ୍ଟେଡ ତୁ ? ଏହିଭଳି ଅନେକ କଥା କହି 3 ଜଣ ବ୍ୟକ୍ତି ଗାଳିଗୋଲଚ କରିବାକୁ ଲାଗିଥିଲେ ।

ଏହାପରେ ଭିଡିଓ କରିବାକୁ ଲାଗିଥିଲେ । ଏଭଳି କରିବା ଦେଖି ମହିଳା ତହସିଲଦାର କହିଥିଲେ ଯେ କ’ଣ ପାଇଁ ଭି-ଡି-ଓ କରୁଛ ? ଉକ୍ତ ବ୍ୟକ୍ତିମାନେ କହିଥିଲେ ଯେ ଆମେ ପବ୍ଲିକ ଆମେ ଯାହା ପାରିବୁ ତୁମ ସହିତ କରିବୁ । ଏହି ଘଟଣାକୁ ନେଇ ବର୍ତ୍ତମାନ କାନ୍ଦି କାନ୍ଦି ଥାନାରେ ଏଫୟାର ଦେଇଛନ୍ତି ମହିଳା ତହସିଲଦାର । ବର୍ତ୍ତମାନ ତାଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *