ଚକ୍ରବ୍ୟୁହରେ ଫଶିଗଲେ Tapaswini ? ଘାଇଲା କଲା Sumit ଙ୍କ ଓକିଲଙ୍କ ପ୍ରଶ୍ନବାଣ !

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ଜିଲ୍ଲା କୋର୍ଟଙ୍କ ରାୟ ପରେ ସୁମିତଙ୍କ ଘରେ ରହୁଛନ୍ତି ତପସ୍ଵିନୀ ଓ ତପସ୍ଵିନୀଙ୍କ ସମସ୍ତ ଦାୟିତ୍ଵ ସୁମିତ ନେବେ ବୋଲି ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାଟି ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ହେଲେ ସୁମିତ ଓ ତାଙ୍କ ପରିବାର ଲୋକ ଜିଲ୍ଲା କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇ କୋର୍ଟର ଦ୍ଵାରସ୍ତ ହୋଇଛନ୍ତି ।

ଦୀର୍ଘ ଦେଢ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କ ତପସ୍ୟା ସଫଳ ହୋଇଛି ହେଲେ ବର୍ତ୍ତମାନ ତାଙ୍କ ପାଇଁ ଆହୁରି କଠିନ ସମସ୍ୟା ଆସିବାକୁ ଯାଉଛି ଓ ଏହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । କୋର୍ଟର ଚକ୍ରବ୍ୟୁହରେ ଫସିଛନ୍ତି କି ତପସ୍ଵିନୀ, ନ୍ୟାୟଳୟର ପ୍ରଶ୍ନବାଣରେ ଘାଇଲା ହେବେ କି ତପସ୍ଵିନୀ ତେବେ ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସାମ୍ନାକୁ ଆସିଛି ।

ତପସ୍ଵିନୀଙ୍କୁ ଶରଭେଦ କରିବା ପାଇଁ ସୁମିତଙ୍କ ଓକିଲ ପ୍ରସ୍ତୁତ କରୁଛନ୍ତି ପ୍ରଶ୍ନବାଣର ଚକ୍ରବ୍ୟୁହ । ତପସ୍ଵିନୀଙ୍କ ସହ ନ୍ୟାୟଳୟକୁ ଘୋଷାଡ଼ି ହେବେ କି ତପସ୍ଵିନୀଙ୍କ ପୁରା ପରିବାର ।ଆସନ୍ତା ୮ ତାରିଖରେ ହାଇ କୋର୍ଟରେ ଶୁଣାଣି ପାଇଁ ତପସ୍ଵିନୀଙ୍କୁ  ଓ ତାଙ୍କ ବାପାଙ୍କୁ ନୋଟିସ ଦିଆଯାଇଥିବା ବେଳେ ୯ ତାରିଖରେ ସୁମିତ ଆଉ ତାଙ୍କ ଜେଜେ ମାଙ୍କ ବିରୋଧରେ ପାରିବାରିକ ହିଂସାର ପିଟିସନ ଶୁଣାଣି ମାନ୍ୟବର ଏସଡିଜିଏମ କୋର୍ଟ କରିବେ ।

ଏହି ଶୁଣାଣିରେ ତପସ୍ଵିନୀଙ୍କ ବହୁ ପଣିଆର ହେବ ଅଗ୍ନି ପରୀକ୍ଷା । ସୁମିତଙ୍କ ମା ଓ ଗୋସେଇ ମାଙ୍କୁ ତପସ୍ଵିନୀ ଗାଳି ଗୁଲଜ କରିବା ସହ ସାଂଘାତିକ ଅଭିଯୋଗ ପରେ ସୁମିତଙ୍କ ପରିବାରର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ଏସଡିଜିଏମ କୋର୍ଟ ଓ ଅନ୍ୟ ପଟେ ହାଇକୋର୍ଟ । ଏହାରି ମଧ୍ୟରେ ନିଜକୁ ଭଲ ବୋହୁ ଓ ଭଲ ସ୍ତ୍ରୀ ବୋଲି ପ୍ରମାଣିତ କରିପାରିବେ କି ତପସ୍ଵିନୀ । ଏସଡିଜିଏମ ଶୁଣାଣି ଅନୁସାରେ ତପସ୍ଵିନୀ ଓ ତାଙ୍କ ବାପାଙ୍କୁ ମଧ୍ୟରେ ହାଜିରା ଦେବା ପାଇଁ ନୋଟିସ ମିଳିଛି ।

ତେବେ ଏହି ମାମଲାରେ ତପସ୍ଵିନୀଙ୍କ ବାପା ଏବଂ ତାଙ୍କ ପରିବାର ଲୋକେ ହସ୍ତକ୍ଷେପ କରୁଛନ୍ତି କି ଏଭଳି ଅନେକ ପ୍ରଶ୍ନର ଉତ୍ତର ରଖିବେ ତପସ୍ଵିନୀ । ଅନ୍ୟ ପଟେ ସୁମିତଙ୍କ ଘର ଗେଟ ଭାଙ୍ଗି ପ୍ରବେଶ କରିଥିବା ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିବା ବେଳେ ଏହାର ଶୁଣାଣି ଆସନ୍ତା ୮ ତାରିଖରେ କରାଯିବ । କିନ୍ତୁ ତପସ୍ଵିନୀଙ୍କ ଓକିଲଙ୍କ କହିବା ଅନୁସାରେ ଏହି ବାବଦରେ ସେ କେବଳ ଗଣମଧ୍ୟମରୁ ଶୁଣୁ ଛନ୍ତି ଓ ସରକାରୀ ସ୍ତରରେ ତାଙ୍କ ପାଖକୁ କୌଣସି ନୋଟିସ ଆସି ନାହିଁ ।

ତେବେ ଆଗକୁ କଣ ହେବ ସୁମିତ ଓ ତପସ୍ଵିନୀଙ୍କ ମାମଲାର ଶୁଣାଣି । ଏବେ ଗୋଟିଏ ଘରେ ଏକାଠି ରହିବେ ନା ସୁମିତଙ୍କ ଘରୁ ତପସ୍ଵିନୀ ବାହାରିବାର ନିର୍ଦ୍ଦେଶ ଦେବେ  । ମାମଲାର ଦିନ ବଢିବା ସହ କେସ ଓ ପିଟିସନର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *