ଆସନ୍ତା 26 ତାରିଖ ରେ ଭାରତ ବନ୍ଦ ଡାକରା, ଜାଣନ୍ତୁ କଣ ଖୋଲିବ ଆଉ କଣ ରହିବ ବନ୍ଦ ?

ବନ୍ଧୁଗଣ ଏହି କିଛି ସମୟ ହେବ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ମିଳିଛି ଯେ, ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ହେବାକୁ ଯାଉଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଭାରତୀୟ ବ୍ଯବସାୟିକ ସଂଗଠନ ଏହାର ଘୋଷଣା କରିଛି । ବନ୍ଧୁଗଣ ଭାରତ ବନ୍ଦ ହେବାର କାରଣ ହେଉଛି ଭାରତୀୟ ବ୍ଯବସାୟିକ ସଂଗଠନ ଜିଏସଟି ବିରୋଧରେ ଏହି ଘୋଷଣା କରିଛି । ବନ୍ଧୁଗଣ ଆସନ୍ତା ୨୬ ତାରିଖ ଦିନ ଭାରତ କେତେକ ଘଣ୍ଟା ପାଇଁ ବନ୍ଦ ରହିବ ଓ କଣ କଣ ସବୁ ଖୋଲା ରହିବ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ବର୍ଷ ଫେବୃୟାରି ମାସରେ ପାଖା ପାଖି ୩ ଥର ଭାରତ ବନ୍ଦ ହେଲାଣି । କାରଣ ୬ ଫେବୃୟାରି ଦିନ କୃଶକ ଆନ୍ଦୋଳନ ପାଇଁ ଭାରତ ବନ୍ଦ ଥିଲା । ଏହାପରେ କଂଗ୍ରେସ ଦଳ ପେଟ୍ରୋଲ ଦର ପାଇଁ ଭାରତ ବନ୍ଦ କରିଦେଇଥିଲେ ଓ ବର୍ତ୍ତମାନ ଭାରତୀୟ ବ୍ୟବସାୟୀ ସଂଗଠନ ଜିଏସଟି ବିରୋଧରେ ଭାରତ ବନ୍ଦ କରିବାକୁ ଯାଉଛି ।

ବନ୍ଧୁଗଣ ୨୬ ତାରିଖ ଦିନ ଭାରତ ସଂପୂର୍ଣ୍ଣ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ । ବନ୍ଧୁଗଣ ଏହି ତାରିଖ ଦିନ ସଖାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁ କିଛି ବନ୍ଦ ରହିବ । ହେଲେ ଯେତିକି ଜରୁରୀ କାଳୀନ ଗାଡି ରହିଛି ସେ ସବୁ ଚାଲୁ ରହିବ ।

ଯେଉଁ ମାନଙ୍କର କୌଣସି ମେଡିକାଲ କେସ ଥିବ ସେମାନେ ଡାକ୍ତର ଖାନା ଯାଇପାରିବେ ଓ ଏହା ସହିତ ସମସ୍ତ ସରକାରୀ ଗାଡି ଚାଲୁ ରହିବ । ଏହା ସହିତ କ୍ଷୀର ଗାଡି ଓ ମିଡିଆ ଗାଡି ମଧ୍ୟ ଯାଇପାରିବ । ବନ୍ଧୁଗଣ ଏହି ଦିନରେ ସମସ୍ତ ଜରୁରୀ କାଳୀନ ଅଫିସ ତଥା ବିଦ୍ୟୁତ ଓ ଫାଇଆର ଅଫିସ ଆଦି ଖୋଲା ରହିବ ।

ଏହା ବ୍ଯତୀତ ମେଡ଼ିସିନ ଦୋକାନ, ପଶୁ ମାନଙ୍କର ଖାଦ୍ୟ ଦୋକାନ, ଛୋଟ ଛୁଆ ମାନଙ୍କର ଖାଦ୍ୟ ଦୋକାନ ଓ ଜରୁରୀ କାଳୀନ ପରିସ୍ଥିତିରେ ଯାହା ସବୁ ଜିନିଷ ଆସୁଥିବ ସେହି ସମସ୍ତ ଦୋକାନ ଖୋଲା ରହିବ । ବନ୍ଧୁଗଣ ଏହି ବନ୍ଦ ଡାକରାକୁ ପ୍ରାୟତଃ ୪୦ ହଜାର ବ୍ୟବସାୟୀ ମାନେ ଦେଇଛନ୍ତି । ଏହା ଛଡା ବନ୍ଧୁଗଣ ଭାରତୀୟ ବ୍ଯବସାୟିକ ସଂଗଠନର ମୁଖ୍ୟ ପ୍ରବିଲ ଖଣ୍ଡିବାଲ ସମସ୍ତ ଜନସାଧାରଣ ମାନଙ୍କୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ଵାନ ଦେଇଛନ୍ତି ।

ହେଲେ ବନ୍ଧୁଗଣ ଏହି ଦିନରେ କିଛି ଜରୁରୀ କାଳୀନ ଗାଡି ତଥା ଆମ୍ବୁଲାନ୍ସ ଓ ପ୍ରାଇଭେଟ ଗାଡି ଯଦି କୌଣସି ମେଡିକାଲ କେସ ଥିବ ତ ସେମାନଙ୍କୁ ଛଡା ଯିବ । ତା ହେଲେ ବହନୁଗଣ ଆସନ୍ତା ୨୬ ତାରିଖ ଦିନ ଭାରତ ଏତିକି ସମୟ ପର୍ଯ୍ୟନ୍ତ ବନ୍ଦ ରହିବ ଓ ଏହି ସବୁ ଦୋକାନ ଖୋଲା ରହିବ ।

ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *