କ୍ୟାମେରାରେ ରେକର୍ଡ ହୋଇଛି ବୋଲି ବିଶ୍ଵାସ କରୁଛନ୍ତି ଲୋକ, ଏମିତି ଚୋରୀ କେବେ ଦେଖି ନଥିବେ 

ବନ୍ଧୁଗଣ ଚୋର ମାନଙ୍କ ପାଇଁ ଚୋରୀ ହେଉଛି ଏକ ପେସା । ଚୋର ମାନେ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି ସେମାନେ ଅନ୍ୟ ଲୋକଙ୍କୁ ଠକି ତାଙ୍କ ଠାରୁ ଚୋରୀ କରିଥାନ୍ତି । ଚୋର ମାନଙ୍କର ଚୋରୀ ଉପାୟ ଭିନ୍ନ ଭିନ୍ନ ହୋଇଥାଏ ହେଲେ ସେମାନଙ୍କ ଲକ୍ଷ ପଥ ଗୋଟିଏ ରହିଥାଏ । ଆପଣ ମାନେ ସମସ୍ତେ ଫିଲ୍ମ ଗୁଡିକରେ ଚୋରୀ ଦୃଶ୍ୟ ଦେଖିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଚୋର ମାନଙ୍କର କିଛି ରିଅଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । କିଛି ଚୋର ମାନେ ଚୋରୀ କରୁଥିବା ସମୟରେ ତାଙ୍କର କାର୍ଣ୍ଣମା କ୍ୟାମେରାରେ ରେକର୍ଡ ହୋଇଛି ଓ ସେହି ଭିଡିଓ ଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଚୋରୀ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆମର ପ୍ରଥମ ଭିଡିଓଟି ହେଉଛି ଏକ ଏଟିଏମ ସିସି ଟିଭିର । ଏହି ଏଟିଏମ ଭିତରେ ଗୋଟେ ଚୋର ଟଙ୍କା ବାହାର କରୁଥିଲା ସେହି ସମୟରେ ଗୋଟେ ଲୋକ ଏଟିଏମକୁ ଆସିଥିଲା ଓ ଚୋରଟି ସେହି ଲୋକକୁ ସହାୟତା କରିବା ପାଇଁ କହି ବ୍ୟକ୍ତିର କାର୍ଡକୁ ଏଟିଏମ ଭିତରେ ପୁରାଇ ଥିଲା ସେହି ସମୟରେ ବ୍ୟକ୍ତିଟି ନିଜ କାର୍ଡ ପିନ ଏଟିଏମରେ ଲେଖିଥିଲା ଯାହାକୁ ଚୋର ଦେଖିଦେଇଥିଲା । ଅତି ଚତୁରତାର ସହ ଚୋରଟି ବ୍ୟକ୍ତିର ଏଟିଏମ କାର୍ଡ ଚୋରୀ କରିଦେଲା ଓ ସେହି ଲୋକ କିଛି ବୁଝି ପାରିଲା ନାହିଁ ।


୨. ୨୦୧୭ରେ ପାକିସ୍ତାନର ରାବାଲପିଣ୍ଡିର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଏକ କାର ନଜର ଆସୁଛି । ରାସ୍ତା ଉପରେ ଥିବା କାର ପାଖକୁ ଏକ ବାଇକରେ ତିନିଜଣ ଲୋକ ଆସୁଛନ୍ତି ।

ସେହି ତିନୋଟି ଚୋର ମଧ୍ୟରୁ ଦୁଇଜଣ ହେଲେମେଟ ପିନ୍ଧି ଥିଲେ । ସେମାନେ ହଠାତ ନିଜ ବାଇକରୁ ଓଲହାଇ ବନ୍ଧୁକ ଦେଖାଇ ଥିଲେ ଓ ଗାଡିରେ ଥିବା ଲୋକ ଠାରୁ ୪ ଲକ୍ଷ ଟଙ୍କା ଓ ସେହି ଲୋକର ପତ୍ନୀ ଠାରୁ ସମସ୍ତ ସୁନା ଗହଣା ଚୋରୀ କରିଦେଇଥିଲେ ।

୩. ଆମର ଶେଷ ଭିଡିଓରେ କିଛି ଲୋକ ଏକ ଷ୍ଟୋରରେ ଛିଡା ହୋଇଥିବାର ନଜର ଆସୁଛନ୍ତି । ସେଠାରେ ଥିବା ଗୋଟେ ଲୋକ ଟଙ୍କା ଗଣୁଥିବା ବେଳେ ଟଙ୍କା ଗୁଡିକୁ ଗଣି ନିଜ ହାତକୁ ପଛରେ ରଖିଥିଲା । ସେହି ସମୟରେ ସେହି ଲୋକ ପଚାରୁ ଏକ ଚୋର ଆସୁଛି ଓ ତା ହାତରେ ଥିବା ସମସ୍ତ ଟଙ୍କାକୁ ଅତି ଚତୁରତାର ସହ ଛଡାଇ ସେହି ସ୍ଥାନରୁ ଫେରାର ହୋଇଯାଉଛି । ବ୍ୟକ୍ତି ଜଣକ କିଛି ବୁଝି ପାରି ନଥିଲେ ଏହା ପରେ ସେ ସେହି ଚୋରକୁ ଧରିବା ପାଇଁ ତା ପଛରେ ଦଉଡି ଥିଲେ ହେଲେ ସେ ବିଫଳ ହେଲେ ।

Leave a Reply

Your email address will not be published. Required fields are marked *