ଯେଉଁ ବ୍ୟକ୍ତି ମଧ୍ୟରେ ଥାଏ ଏହି ସବୁ ଗୁଣ, ସବୁବେଳେ ତା’ ଉପରେ ରହିଥାଏ ଭୋଲେନାଥଙ୍କ ଆଶୀର୍ବାଦ

ଦେବଙ୍କର ଦେବ ମହାଦେବ ଭଗବାନ ଶିବ ଏହି ସଂସାରରେ ପ୍ରତିଟି କୋଣ ଅନୁକୋଣରେ ବସିଛନ୍ତି । ଶିବଙ୍କୁ ଭୋଲେନାଥ ବି କୁହାଯାଇଥାଏ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନା ରତ୍ନ ନା ମନ୍ତ୍ରର ଆବଶ୍ୟକାତା ପଡିଥାଏ । ତାଙ୍କୁ ତ ଭକ୍ତ ଗୋଟିଏ ବୁନ୍ଦା ଜଳରେ ବି ପ୍ରସନ୍ନ କରିପାରେ । ମହାତ୍ମା ବିଦୁର ନିଜ ଗ୍ରନ୍ଥରେ ଭଗବାନ ଶିବଙ୍କ କୃପା ପାଉଥିବା ବ୍ୟକ୍ତିଙ୍କ ଲକ୍ଷଣ ବିଷୟରେ ଲେଖିଛନ୍ତି । ବିଦୁରଙ୍କ ନୀତିଗୁଡିକ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ କାରଣ ସେ ସ୍ଵୟଂ ଧର୍ମରାଜଙ୍କ ଅବତାର ଥିଲେ । ଏହି କାରଣରୁ ତାଙ୍କୁ ଅତୀତ ଓ ଭବିଷ୍ୟତର ସୂଚନା ରହୁଥିଲା ।

ସେ ଜାଣିଥିଲେ କି କେଉଁ ବ୍ୟକ୍ତି ଧନବାନ ଓ ସଫଳ ହୋଇଥାଏ ଓ କେଉଁ ବ୍ୟକ୍ତି ଜୀବନସାରା ଗରିବ ରହିଥାଏ । ଆଜି ଆମେ ଆପଣଙ୍କୁ ମହାତ୍ମା ବିଦୁର ଲେଖିଥିବା ମଣିଷଙ୍କର ସେହି ଲକ୍ଷଣ ବିଷୟରେ କହିବୁ ଯଦି ଏହି ଲକ୍ଷଣ କୌଣସି ମଣିଷ ମଧ୍ୟରେ ଅଛି ତେବେ ସ୍ଵୟଂ ମହାଦେବଙ୍କ ଆଶୀର୍ବାଦ ତା ଉପରେ ଅଛି ଓ ଏମିତି ବ୍ଯକ୍ତିର କେହି କିଛି ବି ବିଗାଡି ପାରି ନଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ ।

୧. ଯେଉଁ ବ୍ୟକ୍ତି ସାଧା ସିଧା ଜୀବନ ବ୍ଯତୀତ କରିଥାଏ, ଅନ୍ୟକୁ କେବେ ବି ଅପମାନିତ କରିବାର ଚେଷ୍ଟା କରି ନଥାଏ, ଭୁଲରେ ବି କାହା ସହିତ କଟୁ ଶବ୍ଦରେ କଥା କହି ନଥାଏ ସେ ମହାଦେବଙ୍କ କୃପା ପ୍ରାପ୍ତି କରିଥାଏ ।

୨. ଯେଉଁ ବ୍ୟକ୍ତି ପଶୁ ପ୍ରେମୀ ହୋଇଥାଏ କେବେ କୌଣସି ନିର୍ଦ୍ଦୋଷ ପଶୁ ଉପରେ ଅତ୍ୟାଚାର କରିନଥାଏ, ସେ ମହାଦେବାଙ୍କ କୃପାର ପାତ୍ର ହୋଇଥାଏ ।

୩. ଯେଉଁ ବ୍ୟକ୍ତି ବିପୁଳ ଧନ ସମ୍ପତ୍ତି, ଜ୍ଞାନ, ଐଶ୍ଵର୍ଯ୍ୟ, ଲକ୍ଷ୍ମୀ ପାଇ ମଧ୍ୟ ଗର୍ବ କରି ନଥାଏ, ସବୁବେଳେ ଅନ୍ୟମାନଙ୍କ ସହିତ ବିନମ୍ରତାର ସହିତ ବ୍ୟବହାର କରିଥାଏ, ଏମିତି ବ୍ୟକ୍ତିଙ୍କ ଉପରେ ମହାଦେବଙ୍କର ସର୍ବଦା କୃପା ରହିଥାଏ ।

୪. ଯେଉଁ ବ୍ୟକ୍ତି ସାର୍ବଦା ଅନ୍ୟମାନଙ୍କର ସହାୟତା ପାଇଁ ତତ୍ପର ରହିଥାଏ, ପରୋପକାରରେ ତା’ର ଜୀବନ ବିତିଥାଏ, କେବଳ ଅନ୍ୟମାନଙ୍କୁ ଖୁସି ଦେବାର ଲକ୍ଷ୍ୟରେ ପରିଶ୍ରମ କରିଥାଏ, ସେ ସର୍ବଦା ଭୋଲେନାଥଙ୍କ କୃପାର ପାତ୍ର ହୋଇଥାଏ ।

୫. ଯେଉଁବ୍ୟକ୍ତି ବହୁତ ଅଧିକ ଧନବାନ ହେବା ପରେ ବି କ୍ଷମାଶୀଳ ହୋଇଥାଏ, କମ୍ଜୋରଙ୍କ ଉପରେ ଅତ୍ୟାଚାର କରି ନଥାଏ ଓ କେବେ ବି ନିଜ ଶକ୍ତି ଉପରେ ଗର୍ବ କରିନଥାଏ ସେ ମହାଦେବଙ୍କ ପ୍ରିୟ ହୋଇଥାଏ ।

୬. ଯେଉଁ ବ୍ୟକ୍ତି ନିର୍ଧନ ହେବା ସତ୍ତ୍ୱେ ବି ଦୟାବାନ ହୋଇଥାଏ ଓ ଧନ ନ ଥାଇ ମଧ୍ୟ ଦାନ ଦେବାରେ ଆଗଭରା ହୋଇଥାଏ, ସବୁବେଳେ ଅନ୍ୟମାନଙ୍କ ସାହାର୍ଯ୍ୟ ପାଇଁ ଆଗକୁ ଆସିଥାଏ ଏମିତି ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ କୃପା ସର୍ବଦା ରହିଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିଲେ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *