ବ୍ୟକ୍ତିର ସ୍ଵଭାବ ଓ ଚରିତ୍ର ବିଷୟରେ ବହୁତ କିଛି କହିଥାଏ ତା’ର ଓଠ, ଜାଣନ୍ତୁ ଆପଣଙ୍କ ଓଠ କଣ କହୁଛି

ପ୍ରାୟତଃ ଆମେ ଯେତେବେଳେ ପ୍ରଥମ କୌଣସି ବ୍ୟକ୍ତି ସହ ସାକ୍ଷାତ କରିଥାଉ ତେବେ ତାହାର ଆଚାର, ବିଚାର, ସ୍ଵଭାବ ଓ ବ୍ୟବହାର ଜାଣିବା ବହୁତ କଷ୍ଟ ହୋଇଥାଏ । ଆପଣ ପ୍ରଥମ କୌଣସି ବ୍ୟକ୍ତି ସହ ସାକ୍ଷାତ କରିବା ଦ୍ଵାରା ତାହା ବିଷୟରେ କିଛି ବି ଜାଣି ପାରିବେ ନାହିଁ । କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଶରୀରର ଅଲଗା ଅଲଗା ଅଙ୍ଗାର ସରଞ୍ଚନା ଆଧାରରେ ଆପଣ ବ୍ୟକ୍ତିର ଆଚାର, ବିଚାର, ବ୍ୟବହାର ଓ ସ୍ଵଭାବ ବିଷୟରେ ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ବ୍ୟକ୍ତିର ଓଠର ସରଞ୍ଚନାକୁ ଦେଖି ଆପଣ କେଉଁଭଳି ଭାବରେ ତାହାର ସ୍ଵଭାବ ବିଷୟରେ ଜାଣି ପାରିବେ ସେହି ବିଷୟରେ କହିବାକୁ ଯାଉଛୁ ।

ସାମାନ୍ୟ ଓଠ

ବିଶେଷତା

ସାମାନ୍ୟ ଓଠର ଅର୍ଥ ଦୁଇଟି ଓଠର ସରଞ୍ଚନା ଓ ଆକାର ସମାନ ହୋଇଥିବ । ସାମାନ୍ୟ ଓଠ ବାଲା ବ୍ୟକ୍ତି ବହୁତ ହିଁ ସନ୍ତୁଳିତ, ବୁଦ୍ଧିମାନ ଓ ନିଜର କାର୍ଯ୍ୟକୁ ସୂଚାରୁ ରୂପରେ କରୁଥିବା ବ୍ୟକ୍ତି ଅଟନ୍ତି । ଏମାନେ ଅନ୍ୟ ଲୋକମାନଙ୍କ ଜୀବନରେ କଣ ଚାଲୁଅଛି ତାହା ପ୍ରତି ନଜର ନ ଦେଇ ନିଜର ଉନ୍ନତି ବିଷୟରେ ଅଧିକ ଚିନ୍ତା କରନ୍ତି । ଜୀବନର ସମସ୍ତ କଠିନ ପରିସ୍ଥିତିକୁ ଏମାନେ ନିଜର ବୁଦ୍ଧିମତା ଦ୍ଵାରା ସମଧାନ କରି ଦିଅନ୍ତି । ଏମାନେ ଅନ୍ୟ ଲୋକମାନଙ୍କ ବିଚାରକୁ ସମ୍ମାନ ଦିଅନ୍ତି, କିନ୍ତୁ ଏମାନେ ସର୍ବଦା ନିଜ ମନର ହିଁ କରନ୍ତି । ଏହିଭଳି ବ୍ୟକ୍ତିଙ୍କ ଶକ୍ତି ଏମାନଙ୍କ କାର୍ଯ୍ୟରେ ଦେଖି ପାରିବେ । ଏମାନେ କହିବା ଠାରୁ ଅଧିକ କାର୍ଯ୍ୟ କରି ଦେଖିବାରେ ବିଶ୍ଵାସ ରଖନ୍ତି ।

ଅବଗୁଣ

ଶାସ୍ତ୍ର ଅନୁସାରେ ଏମାନେ ସମୟର ଧ୍ୟାନ ରଖିଥାନ୍ତି । ଏମାନେ ଯେ କୌଣସି କାମକୁ ବି ଆରମ୍ଭ କରନ୍ତି ତ ପୁରା ମନ ଦେଇ ଆରମ୍ଭ କରନ୍ତି । କିନ୍ତୁ ଯଦି ସେହି କାର୍ଯ୍ୟ କରିବାରେ ଏମାନଙ୍କୁ ଖୁସି ମିଳେ ନାହିଁ ତେବେ ଏମାନେ ସେହି କାମକୁ ଅଧାରେ ହିଁ ଛାଡି ଦିଅନ୍ତି । ଏହା ଛଡା ଏମାନେ ବେଳେ ବେଳେ ବିନା କାରଣରେ ମିଥ୍ୟା କଥା କହିଥାନ୍ତି । ଯେଉଁ ମିଛ କହିବା ଦ୍ଵାରା ଲୋକମାନଙ୍କ ହାନି ହୋଇ ନ ଥାଏ ସେମାନେ ଏହିଭଳି ମିଛି କହିଥାନ୍ତି ।

ସାର୍ପ ଆଙ୍ଗେଲ ଓଠ

ବିଶେଷତା

ଯେଉଁ ଲୋକମାନଙ୍କ ଓଠର ଉପର ଭାଗର ମଝି ଅଂସ ତଳ ଭାଗ ଆଡକୁ ଆସିଥାଏ ଓ V ଭଳି ନଜର ଆସିଥାଏ । ଏହିଭଳି ଲୋକମାନେ ବହୁତ ରଚନାତ୍ମକ ହୋଇଥାଏ । ଏମାନଙ୍କ ମଧ୍ୟରେ ଏମିତି କିଛି ପ୍ରତିଭା ଥାଏ ଯାହା ଦ୍ଵାରା ଏମାନେ ନିଜର ପରିଚୟ କରିଥାନ୍ତି । ଯେମିତି କଳାକାର, ସଙ୍ଗୀତକାର ଇତ୍ୟାଦି । ଏମାନଙ୍କ ସ୍ମରଣ ଶକ୍ତି ବି ବହୁତ ଭଲ ହୋଇଥାଏ । ଏମାନଙ୍କୁ ଜୀବନରେ ସବୁବେଳେ ସଫଳତା ହାସଲ କରିବାର ଇଚ୍ଛା ଥାଏ ।

ଅବଗୁଣ

ଏମାନଙ୍କୁ ନିଜକୁ ଶ୍ରେଷ୍ଠ ଦେଖାଇବା ଅଧିକ ପସନ୍ଦ ହୋଇଥାଏ । ଏହି କାରଣରୁ ଏମାନଙ୍କ ମଧ୍ୟରେ ବେଳେ ବେଳେ ଈର୍ଷା ଭାବ ବି ଦେଖିବାକୁ ମିଳିଥାଏ । ଏମାନଙ୍କୁ ଅନ୍ୟ ଲୋକମାନଙ୍କ ଚୁଗୁଲି କରିବା ବହୁତ ପସନ୍ଦ ହୋଇଥାଏ । ଯଦି ଆପଣ ଏମାନଙ୍କ କଥାରେ ଚାଳିବେ ତେବେ ଠିକ ନଚେତ ଏମାନେ ଆପଣଙ୍କୁ ନିଜର ଶତ୍ରୁ ଭାବି ନେବେ ।

ଡ୍ରାମା କୁଇନ

ଯେଉଁ ବ୍ୟକ୍ତିମାନଙ୍କ ତଳ ଓଠ ଉପର ଓଠ ଠାରୁ ବଡ ହୋଇଥାଏ ଏମାନଙ୍କୁ ଶସ୍ତ୍ର ଅନୁସାରେ ଡ୍ରାମା କୁଇନ କୁହାଯାଏ । ଏମାନେ ନିଜକୁ ସର୍ବଶ୍ରେଷ୍ଠ ଓ ବୁଦ୍ଧିମାନ ହୋଇଥାନ୍ତି । ଭାବୁକ ହେବା ସହିତ ଏମାନେ ନିଜକୁ ଅଧିକ ଭଲ ପାଆନ୍ତି । ଏମାନଙ୍କୁ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ କିଛି ବି ଜାଣିବା ପାଇଁ ଭଲ ଲାଗେ ନାହିଁ । ଏମାନଙ୍କୁ ଭିଡ ମଧ୍ୟରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାକୁ ଭଲ ଲାଗିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *