ବନ୍ଧୁଗଣ କରୋନା ମହାମାରୀର କୋପ ଧୀରେ ଧୀରେ ବଢିବାରେ ଲାଗିଛି । ଓଡିଶାରେ ଲକ୍ଷାଧିକ ଲୋକ ଏହି ଭାଇରସର ସଂକ୍ରମଣରେ ସଂକ୍ରମିତ ହୋଇସାରିଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀ ସଂକ୍ରମଣ ବହୁତ ଭୟଙ୍କର ରୂପ ନେଇ ଆସିଛି । ଗତବର୍ଷ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ପାଖା ପାଖି ୭ ମାସ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା କରିଥିଲେ ।
ବନ୍ଧୁଗଣ ଏହି ବର୍ଷ ମଧ୍ୟ ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର ରାଜ୍ୟରେ ଲକଡାଉନ କରିବାର ଘୋଷଣା କରିଛନ୍ତି । ଓଡିଶା ସରକାର ନବୀନ ପଟନାୟକ ଏହି ସମୟରେ ସାରା ରାଜ୍ୟରେ ଲକଡାଉନ କରିବାର ନିଷ୍ପତ୍ତି ନେଇଛନ୍ତି ।
ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଓଡିଶା ସରକାର ଆସୁଥିବା ମେ ୫ ରୁ ମେ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ସମସ୍ତ ଲୋକଙ୍କୁ ସରକାରଙ୍କ ଗାଇଡଲାଇନ ମାନି ଚଳିବାକୁ ପଡିବ । ସମସ୍ତ ଲୋକ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତାକୁ ଗୁରୁତ୍ଵ ଦେବେ । ହେଲେ କିଛି ଜରୁରୀ କାଳିନ ସେବା ସମସ୍ତ ଲୋକ ପାଇପାରିବେ ।
ଏହି ଲକଡାଉନ ସମୟରେ ଲୋକମାନେ ସଖାଳ ୬ ରୁ ଦିନ ୧୨ଟା ପର୍ଯ୍ୟନ୍ତ ଘରୋଇ ସାମଗ୍ରୀ କିଣି ପାରିବେ । ହେଲେ ଏହି ସବୁ ସାମଗ୍ରୀ କିଣିବା ସମୟରେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତାକୁ ଧ୍ୟାନରେ ରଖିବେ ।
ବନ୍ଧୁଗଣ ଏହି ଲକଡାଉନରେ ବସ୍ ଓ ଟ୍ରାନ୍ସପୋର୍ଟ କାମ ଆଦି ବନ୍ଦ ରହିବ । ଏହା ସହିତ ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବନ୍ଧୁଗଣ ସମସ୍ତ ପ୍ରାଇଭେଟ କମ୍ପାନୀ ଗୁଡିକ ବନ୍ଦ ରହିବ । ରାସ୍ତାରେ କେବଳ ଟ୍ୟାକ୍ସି ଓ ରିକ୍ସା ଗୁଡିକ ଚାଲି ପାରିବ ହେଲେ ଏଥିରେ କମ ଲୋକ ବସିପାରିବେ । ଯେଉଁ ମାନେ ସରକାରଙ୍କ ନିୟମର ଉଲଂଘନ କରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସମସ୍ତ ସିନେମା ହଲ, ମାରକେଟ କମ୍ପ୍ଲେକ୍ସ, ଜିମ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ । ଯାତ୍ରା, ଆପେରା ଓ ଓପନ ଥିଏଟର ଆଦି ବନ୍ଦ ରହିବ । ଏହା ସହିତ ସେଲୁନ ଓ ବ୍ୟୁଟି ପାର୍ଲର ଆଦି ମଧ୍ୟ ବନ୍ଦ ରହିବ ।
ତେଣୁ ବନ୍ଧୁଗଣ ଜରୁରୀ କାମ ନଥିଲେ ଆପଣ ମାନେ ଘରୁ ବାହାରକୁ ବାହାରନ୍ତୁ ନାହିଁ, କାରଣ କରୋନାର ସ୍ଥିତି ଦିନକୁ ଦିନ ମାରାତ୍ମକ ହୋଇ ଯାଉଛି । ଅନବରତ ମାସ୍କ ପିନ୍ଧାନ୍ତୁ ଓ ସାମାଜିକ ଦୂରତାକୁ ଆଖି ଆଗରେ ରଖନ୍ତୁ, ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।