EXCLUSIVE: CBI ଜେରା ସମୟରେ ତମାସା, ଅଫିସରଙ୍କ ପରେ ପିଠାନି ସହିତ ଲଢିବାକୁ ଲାଗିଲେ ରିୟା

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସିବିଆଇ ବର୍ତ୍ତମାନ ସମସ୍ତ ସାକ୍ଷ୍ୟ ପ୍ରମାଣ ସହ ପଚରା ଉଚରା କରିଛି । ଏହି କେସ ସହ ଜଡିତ ସବୁଠାରୁ ବଡ ଆରୋପି ରିହ ଚକ୍ରବର୍ତ୍ତୀଙ୍କ ସହ ସିବିଆଇ ପଚରା ଉଚରା କରିଛି । ବନ୍ଧୁଗଣ ଏହି ପଚରା ଉଚରା ସମୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ରିହଙ୍କ ସହ ସିବିଆଇ ପଚରା ଉଚରା କରିବା ସମୟରେ ରିହ ସିବିଆଇ ଅଧିକାରୀ ମାନଙ୍କ ସହ ଯୁକ୍ତି କରିଥିଲେ । ଏହା ସହିତ ରିହ ସମସ୍ତଙ୍କ ସାମ୍ନାରେ ସିଦ୍ଧାର୍ଥ ପଠାନୀଙ୍କ ସହ ମଧ୍ୟ ଝଗଡା କରିଦେଇଥିଲେ ।

ଏହା ସହିତ ରିହ କେତେକ ଆରୋପ ସିଦ୍ଧାର୍ଥ ମୁଣ୍ଡରେ ନଦି ଦେଲେ । ଏହାପରେ ପଠାନୀ ରିହଙ୍କ ବିରୋଧରେ ବହୁତ କିଛି ଗୁପ୍ତା ରହସ୍ୟ କଥାର ପରଦାଫାସ କରିଥିଲେ, ଯାହାଫଳରେ ରିହ ପାଗଳ ପରି ବ୍ୟବହାର କରିଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ସିବିଆଇର ପଚରା ଉଚରାରେ ସବୁଦିନ କିଛି ନା କିଛି ନୂଆ ଖୁଲାସା ସାମ୍ନାକୁ ଆସିଛି । ସିବିଆଇ ରିହ ଚକ୍ରବର୍ତ୍ତୀଙ୍କ ସହ ୩ ଦିନ ମଧ୍ୟରେ ୨୬ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଥିଲା ଏବଂ ବର୍ତ୍ତମାନ ମଧ୍ୟ ସିବିଆଇ ରିହଙ୍କ ସହ ପଚରା ଉଚରା କରୁଛି । ଅନ୍ୟ ପକ୍ଷରେ ସିବିଆଇ ସିଦ୍ଧାର୍ଥ ପଠାନୀଙ୍କ ସହ ୮୦ ଘଣ୍ଟାରୁ ଅଧିକ ସମୟ ପଚରା ଉଚରା କରି ସାରିଛି । ସିବିଆଇ ପଚରା ଉଚରା କରିବାର ତୃତୀୟ ଦିନରେ ରିହ ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ । ଆସନ୍ତୁ ଜାଣିବା ଏହାର ସଂପୂର୍ଣ୍ଣ ଘଟଣା ବିଷୟରେ ।

ସିବିଆଇ ଅଫିସର ନୁବୁର ପ୍ରସାଦ ରିହଙ୍କ ସହ ବର୍ତ୍ତମାନ ପର୍ଯ୍ୟନ୍ତ ପଚରା ଉଚରା କରୁଛନ୍ତି । ହେଲେ ଏହି ଗତ ରବିବାର ଦିନ ରିହ ନିଜକୁ ନିୟନ୍ତ୍ରଣ କରିନପାରି ସିବିଆଇ ସହ ଯୁକ୍ତି ତରକ କରିଥିଲେ । କାରଣ ସିବିଆଇ ରିହଙ୍କ ସମସ୍ତ ମିଛ ବିଷୟରେ ଜାଣି ରିହଙ୍କ କଳା କର୍ଣ୍ଣମା ବିଷୟରେ ପରଦାଫାସ କରୁଥିଲା, ଯାହାଫଳରେ ରିହ ନୁବୁର ପ୍ରସାଦଙ୍କ ସହ ଏହିପରି ବ୍ୟବହାର କରିଥିଲେ ।

ପଚରା ଉଚରା କରିବା ସମୟରେ ରିହ ନିଜକୁ ନିୟନ୍ତ୍ରଣ କରିବାପାରି ଟେବୁଲକୁ ଗୋଇଠା ମାରିଥିଲେ ଓ ସେଠାରେ ଥିବା ଜିନିଷ ପତ୍ରକୁ ଫୋପାଡି ଦେଇଥିଲେ । ସେହି ସମୟରେ ରିହ ପାଗଳ ପରି ବ୍ୟବହାର କରିଥିଲେ । ଯାହାଫଳରେ ସିବିଆଇ ମୁମ୍ବାଇ ପୋଲିସକୁ ଡାକି ରିହଙ୍କୁ ନିୟନ୍ତ୍ରଣ କରିଥିଲା । ଏହା ସହିତ ରିହ ପଠାନୀଙ୍କ ସହ ମଧ୍ୟ ଝଗଡା କରିଥିଲେ ।

ସିବିଆଇ ପଚରା ଉଚରା କରିବା ସମୟରେ ରିହ କହିଥିଲେ ଯେ, ପଠାନୀ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲା । ଏହା ସହିତ ପଠାନୀ ସୁଶାନ୍ତଙ୍କ ବିରୋଧରେ କାମ କରୁଥିଲେ ବୋଲି ପଠାନୀ କହିଥିଲେ । ଏହାର ଉତ୍ତର ଦେଇ ସିଦ୍ଧାର୍ଥ ପଠାନୀ ରିହଙ୍କ ଉପରେ ମଧ୍ୟ ବହୁତ ବଡ ଆରୋପ ଦେଇଥିଲେ, ତାହା ହେଉଛି ରିହ ଫୋନ କରି ସମସ୍ତ ଜିନିଷ ମଗାଉ ଥିଲେ । ଏହା ସହିତ ସୁଶାନ୍ତଙ୍କ ପାଖକୁ ଯେକୌଣସି ଜିନିଷ ରିହଙ୍କର ବିନା ଅନୁମତିରେ ଆସୁନଥିଲା । ଏହା କହି ସିଦ୍ଧାର୍ଥ ଏକ ବଡ ଖୁଲାସା ସାମ୍ନାକୁ ଆଣିଛନ୍ତି । ବନ୍ଧୁଗଣ ରିହଙ୍କ ସତ ବହୁତ ଶୀଘ୍ର ସମସ୍ତଙ୍କ ନଜରରେ ଆସିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *