ସବୁଠୁ ବଡ ଖବର ! ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପାଇଁ ଖୋଲିବ School, ଦେଖନ୍ତୁ କେବେ ଠାରୁ ?

ବନ୍ଧୁଗଣ ଗତ ଦେଢ ବର୍ଷ ହେବ ଦେଶରେ କରୋନା ମହାମାରୀ ପାଇଁ ଲକଡାଉନ ଜାରି କରଯାଇଥିଲା । ଲକଡାଉନ ଲୋକ ମାନଙ୍କ ଆର୍ଥିକ ଅବସ୍ଥା ଓ ଶିକ୍ଷା କ୍ଷେତ୍ର ଉପରେ ବହୁତ ଖରାପ ପ୍ରଭାବ ପକାଇ ଥିଲା । ବନ୍ଧୁଗଣ ଲକଡାଉନ ସମୟରେ ସ୍କୁଲ କଲେଜ ମଧ୍ୟ ବନ୍ଦ କରଯାଇଥିଲା । ହେଲେ ଏବେ ଧୀରେ ଧୀରେ ସ୍କୁଲ ଓ କଲେଜ ଖୋଲିବାରେ ଲାଗିଛି  ।

ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ଦରକାର ଏଥିପାଇଁ ରାଜ୍ୟ ସରକାରଙ୍କୁ ସୁଫାରିଶ କରିବେ ରାଜ୍ୟ ଶିଶୁ ଅଧିକାରୀ ଆୟୋଗ । କରୋନା ପାଇଁ ଦୀର୍ଘ ୧୮ ମାସ ହେବ ପ୍ରାଥମିକ ସ୍କୁଲ ବନ୍ଦ ଅଛି ଯାହାଫଳରେ ପିଲା ମାନଙ୍କର ପାଠ ପଢା ପ୍ରଭାବିତ ହୋଇଛି ।

ପ୍ରାଥମିକ ଶିକ୍ଷା ହେଉଛି ପିଲା ମାନଙ୍କର ମୂଳ ଦୁଆ ଯଦି ମୂଳ ଦୁଆ ଠିକ ନରହିବ ତା ହେଲେ ଉଚ୍ଚ ଶ୍ରେଣୀରେ ପାଠ ପଢିବା ବେଳେ ଏହି ପିଲା ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଅନ୍ୟ ପଟେ ଶିଶୁ ମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ରହିଛି ତେଣୁ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନେଇ ଶିଶୁ ଅଧିକାରୀ ଆୟୋଗ ରାଜ୍ୟ ସରକାରଙ୍କ ସୁଫାରିଶ କରିଛନ୍ତି ।

ଅନ୍ୟ ପକ୍ଷରେ ସ୍କୁଲ ଖୋଲିଲେ ସ୍କୁଲରେ ଦୈନିକ ସ୍ୟାନିଟାଇଜେସନ କରିବା ଦରକାର ହେବ ବୋଲି କୁହାଯାଇଛି । ତେଣୁ ବନ୍ଧୁଗଣ ବର୍ତ୍ତମାନର ସମୟରେ ମଧ୍ୟ କରୋନା ମହାମାରୀ ର କୋପ କମିଛି ତେଣୁ ଏହା ହିଁ ହେଉଛି ପ୍ରାଥମିକ ବିଦ୍ୟାଳୟ ଖୋଲିବାର ସଠିକ ସମୟ । ତା ହେଲେ ବନ୍ଧୁଗଣ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଖୋଲାଯିବା ଉଚିତ ନା ନାହିଁ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *