ବର୍ତ୍ତମାନ ର ସବୁଠୁ ବଡ ଖବର, ସରକାରୀ ସାକ୍ଷୀ ବନିଲା ପିଠାନି, CBI ସାମ୍ନାରେ ଉଗାଳିଲା ରିୟାର ସବୁ ପାପ

CBI ସିଦ୍ଧାର୍ଥ ପିଠାନି କୁ ଲଗାତାର ୪ ଦିନ ଧରି ଜେରା କରିଥିଲା । ଚାକର ନୀରଜ ଓ ପିଠାନି ବୟାନ ରେ ବହୁତ କିଛି ଅନ୍ତର ଦେଖିବାକୁ ମିଳିଛି । ଯାହା ପରେ CBI ପିଠାନି କୁ କଡାକଡି ଭାବେ ଜେରା କରିଛି । ଯାହା ଦ୍ଵାରା ପିଠାନି ସବୁ ସତ କହି ଦେଇଛି । ପିଠାନି କହିଲା କି ରିୟା ଚକ୍ରବର୍ତୀ ଯେବେଠୁ ସୁଶାନ୍ତଙ୍କ ଜୀବନରେ ଆସିଥିଲା ସୁଶାନ୍ତଙ୍କ ଜୀବନ ପୁରା ପୁରୀ ବଦଳି ଯାଇଥିଲା ଓ ରିୟା ହିଁ ସୁଶାନ୍ତଙ୍କ ନିଷ୍ପତ୍ତି ସବୁ ନେବାକୁ ଲାଗିଥିଲା । ପିଠାନି କହିଛି କି ରିୟାଙ୍କ ଆସିବା ପରେ ସୁଶାନ୍ତ ବହୁତ ଚିନ୍ତିତ ରହୁଥିଲେ ଓ ୩-୪ ଥର ସୁଶାନ୍ତ ପିଠାନି ଆଗରେ କାନ୍ଦି ବି ଥିଲେ ।

ରିୟା କୌଣସି କଥାକୁ ନେଇ ସୁଶାନ୍ତଙ୍କୁ ବ୍ଳାକମେଲ କରୁଥିଲା ଓ କିଛି ଏମିତି ଥିଲା ସୁଶାନ୍ତ ଯାହାକୁ ଖୋଲାଖୋଲି କହୁନଥିଲେ କିନ୍ତୁ ଇସାରା ଦେଉଥିଲେ କି ରିୟା ତାଙ୍କୁ ବ୍ଳାକମେଲ କରୁଛି । ସିଦ୍ଧାର୍ଥ ଆଗକୁ କହିଲା କି ସୁଶାନ୍ତଙ୍କର ବହୁତ ସାରା ଟଙ୍କା ରିୟା ଚକ୍ରବର୍ତୀ ବାଜେ ଖର୍ଚ୍ଚରେ ଉଡାଇ ଦେଇଥିଲା । ରିୟା ସୁଶାନ୍ତଙ୍କ କ୍ରେଡିଟ କାର୍ଡ ନିଜ ପାଖରେ ରଖୁଥିଲା ଓ ତା’ର ବିଲ ବି ସୁଶାନ୍ତଙ୍କ ଆକାଉଣ୍ଟ ରୁ ପେ କରାଯାଉଥିଲା ।

ସିଦ୍ଧାର୍ଥ ପିଠାନି ସେହି ପାର୍ଟି ବିଷୟରେ ମଧ୍ୟ କହିଲା ଯେଉଁଥିରେ ସୁଶାନ୍ତଙ୍କ ଭଉଣୀ ସହ ରିୟା ର ଝଗଡା ହୋଇଥିଲା । ପିଠାନି କହିଲା କି ରିୟା ସୁଶାନ୍ତଙ୍କ ଫାମିଲି କୁ ପସନ୍ଦ କରୁ ନଥିଲା ଓ ଯେତେବେଳେ ସୁଶାନ୍ତଙ୍କ ଭଉଣୀ ମୁମ୍ବାଇ ଆସିଥିଲା ତ ରିୟା ଜାଣି ଶୁଣି ତାଙ୍କ ସହ ଝଗଡା କରିଥିଲା ଓ ସୁଶାନ୍ତ ବି ସେ ଦିନ ରିୟାର ସାଥ ଦେଇଥିଲେ କାରଣ ସେତେବେଳେ ସମ୍ପର୍କ ନୂଆ ନୂଆ ଥିଲା ଓ ସେତେବେଳେ ସୁଶାନ୍ତ ରିୟାର ସବୁ କଥାକୁ ମାନୁଥିଲେ ।

ତେବେ ସୁଶାନ୍ତଙ୍କୁ ପରିବାର ଠାରୁ ଦୂରେଇ ଦେବାର ପ୍ଲାନିଂ ବହୁତ ଆଗରୁ ହିଁ ଚାଲୁଥିଲା । ତା ପରେ ଭଉଣୀ ସହିତ ସୁଶାନ୍ତଙ୍କ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା । ଓ ଏହି କାରଣରୁ ସୁଶାନ୍ତ ବହୁତ ଚିନ୍ତିତ ବି ରହୁଥିଲେ । ପିଠାନି ଆଗକୁ କହିଲା କି ଅଗଷ୍ଟ ୨.୧୯ ପରେ ସୁଶାନ୍ତଙ୍କ ଜୀବନରେ ଭୟଙ୍କର ପରିବର୍ତ୍ତନ ଆସିବା ଆରମ୍ଭ ହେଇଗଲା । ରିୟା ସୁଶାନ୍ତଙ୍କୁ ଫିଲ୍ମ କରିବାକୁ ଦେଉ ନଥିଲା ଓ ନିଜ ସହିତ ଫିଲ୍ମ କରିବାକୁ କହୁଥିଲା । ସେତେବେଳେ ସୁଶାନ୍ତଙ୍କର ବି କାମରେ ମନ ଲାଗୁ ନଥିଲା ଓ ସେ ଅଧିକାଂଶ ସମୟ ରିୟା ସହିତ ହିଁ ବିତାଉଥିଲେ ।

ଏହି ସମୟରେ ସୁଶାନ୍ତଙ୍କ ଖର୍ଚ୍ଚ ବହୁତ ବଢି ଯାଇଥିଲା ଓ ଆୟ ବହୁତ କମି ଯାଇଥିଲା । ପିଠାନି କହିଲା କି ଏହା ପରେ ସେ ମୁମ୍ବାଇ ଛାଡି ହାଇଦ୍ରାବାଦ ଚାଲିଗଲା । ଏହା ପରେ ଅକ୍ଟୋବର ମାସରୁ ରିୟା ନିଜର ଡ୍ରଗ୍ସ ର ଖେଳ ଆରମ୍ଭ କରି ଦେଇଥିଲା । ପିଠାନି ଆଗକୁ କହିଲା କି ଜାନୁୟାରୀ ୨୦୨୦ ରେ ତାକୁ ସୁଶାନ୍ତଙ୍କ ଫୋନ ଆସିଲା । ସେ ତାକୁ ମୁମ୍ବାଇ ଆସିବାକୁ କହିଲେ । ଏହା ପରେ ରିୟା ମତେ ସୁଶାନ୍ତଙ୍କ ସହିତ ରହିବାକୁ କହିଲା ଓ ସୁଶାନ୍ତଙ୍କ ଧ୍ୟାନ ରଖିବାକୁ କହିଲା ।

ରିୟା ହିଁ ଦିପେଶ ସାବନ୍ତ କୁ ନେଇ କି ଆସିଥିଲା । ପିଠାନି କହିଲା କି ସୁଶାନ୍ତ ଫିଲ୍ମ ଦୁନିଆ ଛାଡିବାକୁ ଯାଉଥିଲେ ଓ ନିଜର ଡ୍ରିମ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଥିଲେ । କିନ୍ତୁ ରିୟା ଚାହୁଁ ନଥିଲା କି ସୁଶାନ୍ତ ଫିଲ୍ମ ଦୁନିଆ ଛାଡନ୍ତୁ । ଏ ବିଷୟରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ବି ହେଉଥିଲା । ପିଠାନି କହିଲା କି ସୁଶାନ୍ତ ରିୟାକୁ ଛାଡିବାକୁ ଚାହୁଁଥିଲେ କିନ୍ତୁ କିଛି ଏମିତି ମଝବୁରି ଥିଲା ଯାହା ପାଇଁ ସେ ରିୟାକୁ ଛାଡି ପାରୁ ନଥିଲେ ।

ପିଠାନି କହିଲା କି ଜାନୁଆରୀ ୨୦୨୦ ରେ ଥରେ ରିୟା ସୁଶାନ୍ତଙ୍କୁ ଛାଡି ଯାଇଥିଲେ ଓ ରିୟା ଯିବା ପରେ ସୁଶାନ୍ତ ବହୁତ ଖୁସି ବି ଥିଲେ କିନ୍ତୁ ପାଖା ପାଖି ୧ ସପ୍ତାହ ପରେ ରିୟା ନିଜେ ଫେରି ଆସିଲା । ପିଠାନି କହିଲା କି ରିୟାର କୌଣସି ରୋଜଗାର ନଥିଲା ସେ ସୁଶାନ୍ତଙ୍କ ଟଙ୍କାରେ ସବୁ କିଛି କରୁଥିଲା ଓ ବୋଧେ ଏଥିପାଇଁ ରିୟା ଫେରି ଆସିଥିଲା । ଏବେ CBI ପିଠାନି ବୟାନ ରେକର୍ଡ କରି ନେଇଛି ଓ ଏହି ମାମଲାର ଯାଞ୍ଚ କାମରେ ଲାଗିଛି । ତେବେ ଏହା ତ ସମୟ କହିବ କି କେବେ ସୁଶାନ୍ତ ଙ୍କୁ ନ୍ୟାୟ ମିଳୁଛି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *