Breaking News: ଜୁଲାଇ 16 ପରେ କଣ ହେବ ? କାଉଡିଆଙ୍କୁ ମିଳିବ କି ଅନୁମତି ? କଣ ଶୈବ ପୀଠ ରୁ ହଟିବ କଟକଣା

ଚଳିତ ମାସ ୨୬ ତାରିଖରେ ପଡୁଛି ଏଥର ପ୍ରଥମ ଶ୍ରାବଣ ସୋମବାର । ବିଭିନ୍ନ ଶୈବପୀଠରେ ପାଣି ଢାଳିବାକୁ ଲାଗିବ ଭକ୍ତଙ୍କ ଭିଡ । ଗତ ବର୍ଷ କୋଭିଡ କଟକଣା ନେଇ ଏହି ସମୟରେ ସମସ୍ତ ମନ୍ଦିର ଓ ଶୈବପୀଠ ବନ୍ଦ ରଖା ଯାଇଥିଲା ଓ କାଉଡିଆ ମାନଙ୍କୁ ମଧ୍ୟ ଅନୁମତି ମିଳି ନ ଥିଲା ।

ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ସଂପୂର୍ଣ୍ଣ ଭୟ ଯାଇ ନାହିଁ । କାରଣ ଆଗକୁ କୋଭିଡର ତୃତୀୟ ଲହର ଆସିବାକୁ ଯାଉଛି ବୋଲି ବିଶେଷଜ୍ଞ ମାନେ ମତ ଦେଇ ସାରିଛନ୍ତି । ତେବେ ଏପରି ପରିସ୍ଥିତିରେ ସଭିଁଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଏଥର କାଉଡିଆଙ୍କୁ ଶୈବପୀଠରେ ପାଣି ଢାଳିବାକୁ ଅନୁମତି ମିଳିବ ନା ନାହିଁ ?

ବର୍ତ୍ତମାନ ଉତ୍ତର ପ୍ରଦେଶ ଓ ହିମାଚଳ ପ୍ରଦେଶରେ ଅନଲକ୍ ହେବା ପରେ ବିଭିନ୍ନ ପର୍ଯ୍ୟଟନ ଓ ତୀର୍ଥ ସ୍ଥଳରେ ଲୋକଙ୍କ ଭୟଙ୍କର ଭିଡ ହେଉଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ IMA ଉଦବେଗ ପ୍ରକାଶ କରିବା ସହ ସେ ସବୁ ସ୍ଥାନକୁ ବନ୍ଦ କରିବା ପାଇଁ କହିଛି । ତେବେ ଶ୍ରାବଣ ମାସରେ ଓଡିଶା ଛଡା ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶଗଡରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ପାଣି ଢାଳିବାକୁ ଆସନ୍ତି । ଯାହା ଦ୍ଵାରା ପ୍ରବଳ ଭିଡ ହେବା ସହ କୋଭିଡ ସଂକ୍ରମଣ ବଢିବା ନେଇ ମଧ୍ୟ ଭୟ ରହୁଛି ।

ତେବେ ଏପରି ସ୍ଥଳେ ଏଥର ବୋଲବମ ଭାଇମାନଙ୍କୁ ଶୈବପୀଠରେ ପାଣି ଢାଳିବାକୁ ଅନୁମତି ମିଳିବ କି ନାହିଁ ସେ ନେଇ ଅନିଶ୍ଚିତତା ଦେଖା ଦେଉଛି । ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଲକଡାଉନ ଅବଧି ଶେଷ ହେବାକୁ ଯାଉଛି ଓ ଏହା ପରେ ଆଉ ଲକଡାଉନ ଲାଗୁ ହେବ ସେ ନେଇ ସମସ୍ତେ ଅପେକ୍ଷାରତ। ଚଳିତ ବର୍ଷ କୋଭିଡ କଟକଣା ହେତୁ ସମସ୍ତ ଶୈବପୀଠ ବନ୍ଦ ରଖା ଯାଇଥିଲା ।

ମାତ୍ର ଏଥର ଏପର୍ଯ୍ୟନ୍ତ କୋଭିଡ ନିୟମରେ କଟକଣା କୋହଳ କରାଯିବ କି ନାହିଁ, ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି ରାଜ୍ୟ ସରକାର । ମାତ୍ର ଗତ ବର୍ଷ ଶୈବପୀଠ ଗୁଡିକ ବନ୍ଦ ରଖାଯାଇ ଥିବାରୁ ଏଥର ନିଶ୍ଚିତ ଭାବେ ଲକ୍ଷାଧିକ ସଂଖ୍ଯାରେ ଶୈବ ଭକ୍ତ ପାଣି ଢଳିବା ପାଇଁ ଅନେଇ ବସିଛନ୍ତି ।

କିନ୍ତୁ ଯେପ୍ରକାର ଭାବେ ସଂକ୍ରମଣ ବଢୁଛି ବା ବଢିବାର ସମ୍ଭାବନା ରହିଛି ଏପରି ପରିସ୍ଥିତିରେ କାଉଡିଆ ମାନଙ୍କୁ ପାଣି ଢଳିବା ପାଇଁ ଅନୁମତି ଦେବା କେତେ ମାତ୍ରାରେ ଯଥାର୍ଥ ଏହା ଆପଣ ଅନୁମାନ କରି ପାରୁଥିବେ ।

କାରଣ IMA ମଧ୍ୟ ସମସ୍ତ ପର୍ଯ୍ୟଟନ ସ୍ଥଳୀ ବନ୍ଦ କରିବାକୁ ଯେଭଳି ଭାବେ ନିର୍ଦ୍ଦେଶ ଦେଇଛି ଏପରି ସ୍ଥଳେ ଏଥର ମଧ୍ୟ ଶୈବପୀଠ ପାଇଁ ଅନୁମତି ମିଳିବା ନେଇ ଅନିଶ୍ଚିତତା ଦେଖା ଦେଉଛି । କାରଣ ଯଦି ଏହା ଉପରେ କଟକଣା ନ ଲାଗେ ତେବେ ସଂକ୍ରମଣ ବଢିବାର ଯଥେଷ୍ଟ ସମ୍ଭାବନା ରହୁଛି । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତ କଣ ? ଲକଡାଉନ ଫିଟିବା ଉଚିତ ନା ନାହିଁ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *