Breaking News- ଅଗଷ୍ଟ ୧ ଯାଏଁ ବଢିଲା Lockdown, ଦେଖନ୍ତୁ କଣ ଖୋଲା ଓ କଣ ବନ୍ଦ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ରାଜ୍ୟ ରେ କରୋନା ସଂକ୍ରମଣ ର ମାତ୍ରା ଧୀରେ ଧୀରେ କମିବାକୁ ଲାଗିଛି । ଯାହା ଦ୍ୱାରା ରାଜ୍ୟ ରେ ଲକଡାଉନ କଟକଣା କୁ କୋହଳ କରାଯିବା ନେଇ ବିଚାର କରାଯାଉଛି ।

ଆସନ୍ତା ଜୁଲାଇ ମାସ ୧୬ ତାରିଖ ଦିନ ଲକଡାଉନ ର ଅବଧି ଶେଷ ହେବାକୁ ଯାଉଛି । ତେବେ ଏହି ସମୟ ରେ ସରକାର ଙ୍କ ପକ୍ଷ ରୁ ସୂଚନା ଦିଆଯାଇଛି ଯେ ଆଂଶିକ ଲକଡାଉନ କୁ ଆସନ୍ତା ଅଗଷ୍ଟ ମାସ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ ଏହି ସମୟ ରେ କେତେକ କ୍ଷେତ୍ର ରେ ସରକାର କୋହଳ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ଖବର ମିଳିଛି ଯେ ସମଗ୍ର ଓଡିଶା ରେ ଜିମ,ସ୍ପା ଓ ବିୟୁଟି ପାର୍ଲର ଖୋଲିବା ପାଇଁ ସରକାର ଙ୍କ ତରଫ ରୁ ଅନୁମତି ପ୍ରଦାନ କରାଯାଇଛି । ସରକାର ବର୍ତ୍ତମାନ ରାଜ୍ୟ କୁ ଦୁଇ ଭାଗ ରେ ବିଭକ୍ତ କରି ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଲାଗୁ କରିଛନ୍ତି ।

କ୍ୟାଟେଗୋରି ବି ଓ ଏ ଉଭୟ ଜିଲ୍ଲା ମାନଙ୍କ ରେ ଜିମ,ସ୍ପା ଓ ବିୟୁଟି ପାର୍ଲର କୁ ଖୋଲିବାକୁ ଅନୁମତି ଦିଆଯାଇଛି । ପୂର୍ବ ରୁ ଜୁଲାଇ ମାସ ଗାଇଡ଼ ଲାଇନ ରେ ସରକାର ଏହି ସବୁ କୁ ଖୋଲିବା ପାଇଁ ଅନୁମତି ଦେଇ ନ ଥିଲେ ।

ଗ୍ରୁପ ଏ ଜିଲ୍ଲା ଗୁଡିକ ରେ ସକାଳ ୬ ରୁ ରାତି ୮ ଟା ଯାଏ ସମସ୍ତ ଦୋକାନ ବଜାର ଖୋଲା ରହିବ ଓ ଏହା ପରେ ରାତ୍ର କାଳୀନ କର୍ଫ୍ୟୁ ଲାଗୁ କରାଯିବ । ଗ୍ରୁପ ଏ ରେ ଥିବା ଜିଲ୍ଲା ଗୁଡିକ ରେ ଲୋକଙ୍କ ଜୀବନ ଜୀବିକା କୁ ଆଖି ଆଗରେ ରଖାଯାଇ ସକାଳ ୬ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୃପ A ଜିଲ୍ଲା ଗୁଡିକରେ ସପ୍ରାହନ୍ତ ଶଟଡାଉନ କୁ ଉଠାଇ ଦିଆଯାଇଛି ।

କିଛିଦିନ ପୂର୍ବ ରୁ ଜିମ,ସେଲୁନ ଓ ସ୍ପା ର ମାଲିକ ମାନେ ନିଜର ଜୀବନ ଜୀବିକା ହରାଇ ରାଜରାସ୍ତାକୁ ଓଲ୍ହାଇ ଥିଲେ ତେଣୁ ସେମାନଙ୍କ ଜୀବନ ଜୀବିକା କୁ ବଞ୍ଚାଇ ରଖିବା ପାଇଁ ସରକାର ବର୍ତ୍ତମାନ ଏହି ପରି ନିଷ୍ପତ୍ତି ନେଇଛନ୍ତି ।  ତେବେ ଏଥିରେ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *