Aparajita ଙ୍କ ଘରେ ଫୁଟିଲା ବ୍ରହ୍ମକମଳ, ବାବୁଶାନଙ୍କ ପାଇଁ ଆସିବ ଖୁସି ଖବର…

ବନ୍ଧୁଗଣ, ଆପଣ ମାନେ ଜାଣିଛନ୍ତି କି ବ୍ରହ୍ମକମଳ ହେଉଛି ଏକ ଅଲୌକିକ ଫୁଲ, ଏହିଫୁଲ ଏହାର ଅଗରୁ ନୁହେଁ ବରଂ ଏହାର ପତ୍ରରୁ ଫୁଟେ । କୁହାଯାଏ ଯେ ଏହି ଫୁଲ ଅତ୍ୟନ୍ତ ଦୁର୍ଲଭ ଅଟେ ଏବଂ ଏହି ଫୁଲଟି ଯାହା ବାଡିରେ ଫୁଟେ ତାହା ନିମନ୍ତେ ଏହା ଅତ୍ୟନ୍ତ ଶୁଭ ସୂଚନା ନେଇ ଆସିଥାଏ । ଅନେକ ସମୟରେ ବ୍ରହ୍ମକମଳ ଫୁଲକୁ ଲୋକେ ଚୋରୀ କରି ନେବାକୁ ମଧ୍ୟ ଚାହିଁଥାନ୍ତି ।

ତେବେ ଏହି ଗଛର ପତ୍ରକୁ ଯଦି କେହି ଚୋରେଇ ନେଇ ନିଜ ବାଡିରେ ଲଗାଏ ତେବେ ତା’ ର ବାଡିରେ ତ ବ୍ରହ୍ମକମଳ ଫୁଟିଯାଏ କିନ୍ତୁ ଯାହା ବାଡିରୁ ଚୋରୀ କରିଥାଏ ତାହା ଘରେ ଥିବା ସେହି ବ୍ରହ୍ମକମଳ ଟି ମରିଯାଇଥାଏ । ରାତ୍ରି ସମୟରେ ଫୁଟୁଥିବା ଏହି ବ୍ରହ୍ମକମଳ ଅତ୍ୟନ୍ତ ଅଲୌକିକ ଏବଂ ଏହା ସହିତ ଦୁର୍ଲଭ ମଧ୍ୟ ଅଟେ । ଆଉ କୁହାଯାଇଅଛି ଯେ ଯାହା ବାଡିରେ ଏହା ଫୁଟେ, ଏହା ତାହା ନିମନ୍ତେ ଅନେକ ସୌଭାଗ୍ୟ ନେଇ ଆସିଥାଏ ।

ଅଭିନେତ୍ରୀ ଅପରାଜିତା ଙ୍କ ଘରେ ଏହି ବ୍ରହ୍ମକମଳ ଫୁଟିଥିବାର ସୂଚନା ମିଳିଛି । ତେବେ ଲାଗୁଛି ବାବୁଶାନ ଙ୍କ ନିମନ୍ତେ ଏହା ଅତ୍ୟନ୍ତ ସୌଭାଗ୍ୟ ନେଇ ଆସିବ । ଅପରାଜିତା ଚଳିତ ବର୍ଷ ଭିତରେ ଅନେକ କିଛି ଦୁର୍ଦିନ ଦେଖିଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ଅନେକ ଝଡଝଞ୍ଜାର ସାମ୍ନା କରିଛି । ତେବେ ଏହି ଫୁଲଟି ନିଶ୍ଚିତ ଭାବରେ ଅଭିନେତ୍ରୀ ଅପରାଜିତା ଏବଂ ତାଙ୍କ ପୁଅ ଏବଂ ତାଙ୍କ ସଂପୂର୍ଣ୍ଣ ପରିବାର ନିମନ୍ତେ ନିଶ୍ଚିତ ଭାବରେ ଶୁଭ ସଙ୍କେତ ନେଇ ଆସିବ ବୋଲି ସୂଚନା କରାଯାଉଅଛି ।

ତେବେ ବିଧି ପୂର୍ବକ ପ୍ରଥମେ ଅପରାଜିତା ଏହି ଫୁଲଟିକୁ ପୂଜା କରିଥିଲେ ଆଉ ଏହାପରେ ଏହାକୁ କାଟିଥିଲେ । କାରଣ ଏହି ଫୁଲଟି ଯେଉଁ ରାତ୍ରିରେ ଫୁଟିବ ସେହି ରାତ୍ରିରେ ଏହାକୁ ଈଶ୍ବରଙ୍କ ପାଖରେ ଯଦି ଅର୍ପଣ ନକରିବେ ତେବେ ସେହି ରାତ୍ରିରେ ହିଁ ଫୁଲଟି ବାସୀହୋଇ ଝଡିଯାଇଥାଏ ଗଛରୁ । ତେବେ ବାବୁଶାନ ଙ୍କ ଚଳଚିତ୍ର ଦମନ ରିଲିଜ ହେବାକୁ ଯାଉଅଛି ।

ଏହି ଚଳଚିତ୍ର କୁ ଦର୍ଶକେ ଦେଖି ନିଜର ମତାମତ ଦେବାପରେ ଜଣା ପଡିବ ଯେ ଏହି ବ୍ରହ୍ମକମଳ କେତେପରିମାଣରେ ଶୁଭଫଳ ନେଇ ଆସିଛି ? ତେବେ ଆମ୍ଭେ ଆଶା କରୁଛୁ ଯେ ଏହି ଚଳଚିତ୍ର ଟି ସୁପରଡୁପର ହିଟ ହେଉ ଏବଂ ବାବୁସାନ ଙ୍କ ପାଇଁ ଏହା ଶୁଭଫଳ ନେଇଆସୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *