Bollywood ରେ ପରସ୍ପରର ଶତୃ ସାଜିଥିବା ସଉତୁଣୀ ମାନେ ଆଜି ବନି ସାରିଛନ୍ତି ପକ୍କା ସହେଲି, 1 ନଂ ଯୋଡିଙ୍କୁ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସାଧାରଣ ଜୀବନରେ ଯଦି କୌଣସି ଝିଅ ଏକ ଡିଭୋର୍ସ କରିଥିବା ପୁଅ ସହ ବିବାହ କରନ୍ତି, ତେବେ ସେମାନଙ୍କୁ ଏଥିପାଇଁ ବହୁତ ଅପବାଦ ଓ ସମଜାର ଘୃଣା ସହିବାକୁ ପଡିଥାଏ । ହେଲେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ସବୁ କଥା ବହୁତ ସାମାନ୍ୟ ହୋଇଥାଏ । ବଲିଉଡର ଏମିତି ବହୁତ ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ ଇଣ୍ଡଷ୍ଟ୍ରିର ଡିଭୋର୍ସ ହୋଇ ସାରିଥିବା ଲୋକ ମାନଙ୍କ ସହ ବିବାହ କରିଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀ ମାନଙ୍କର ସଉତୁଣୀ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ସ୍ଵାମୀ ଏମାନଙ୍କ ପୂର୍ବରୁ କାହା ସହ ବିବାହ କରିଥିଲେ । ଏହା ଛଡା କିଛି ଅଭିନେତ୍ରୀ ମାନେ ଶତ୍ରୁ ରୁ ମିତ୍ର ମଧ୍ୟ ପାଲଟି ଯାଇଛନ୍ତି ତେବେ ଆସନ୍ତୁ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି କରିନା କପୁର । ତେବେ କରିନା କପୁର ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । କରିନାଙ୍କ ସଉତୁଣୀ ହେଉଛନ୍ତି ଅମୃତା ସିଂହ । ଅମୃତା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଅମୃତା ବଲିଉଡ ଅଭିନେତା ସେଫ ଅଲି ଖାନଙ୍କ ସହ ବିବାହ କରିଥିଲେ । ହେଲେ ବୟସର ସୀମାକୁ ଦେଖି ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଏହା ପରେ ସେଫ କରିନାଙ୍କ ସହ ବିବାହ କରିଥିଲେ । ଅମୃତା ମଧ୍ୟ ତାଙ୍କ ସମୟରେ ବହୁତ ସୁନ୍ଦର ଓ ଆକର୍ଷିତ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ । ତେବେ ବର୍ତ୍ତମାନ ଦୁହିଁଙ୍କ ଭିତରେ ବନ୍ଧୁତା ହୋଇ ଯାଇଛି ।


୨- ଦ୍ଵିତୀୟ ହେଉଛନ୍ତି ରବିନା ଟଂଡନ । ତେବେ ବଲିଉଡର ହଟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରବିନା ଆସନ୍ତି । ରବିନାଙ୍କର ଏବଂ କାଜଲ ଙ୍କ ଭିତରେ ଘୋର ଶତ୍ରୁତା ଥିଲା କାରଣ ହେଉଛି ଅଜୟ ଦେବଗନ ଙ୍କ ପୂର୍ବ ପ୍ରେମିକା ହେଉଛନ୍ତି ରବିନା ତେବେ ଅଜୟ ରବିନାଙ୍କୁ ଛାଡି କାଜଲଙ୍କୁ ବିବାହ କରି ନେଇଥିଲେ । ତେବେ କିନ୍ତୁ ଏହି ଶତ୍ରୁତା ବର୍ତ୍ତମାନ ମିତ୍ର ରେ ପରିବର୍ତ୍ତନ ହୋଇ ଯାଇଛି ।


୩- ତୃତୀୟ ରେ ହେଉଛନ୍ତି ସୁଜେନ ଆଉ ସବା ଆଜାଦ । ତେବେ ଅଭିନେତା ହୃତିକ ରୋଶନଙ୍କ ପତ୍ନୀ ହେଉଛନ୍ତି ସୁଜେନ ତେବେ ଦୁହିଁଙ୍କ ଛାଡ଼ପତ୍ର ପରେ ହୃତିକ ସବା ଙ୍କ ସହିତ ରିଲେସନ ରେ ଅଛନ୍ତି । ତେବେ ଦୁହିଁଙ୍କ ଭିତରେ ଶତ୍ରୁତା ଥିଲା କିନ୍ତୁ ସୁଜେନ ହୃତିକ ଙ୍କ ଭିତରେ ସବୁ ଠିକ ଠାକ ହୋଇ ଯିବାରୁ ଦୁହିଁଙ୍କ ଭିତରେ ମଧ୍ୟ ସବୁ ଠିକ ହୋଇ ଯାଇଛି ।


୪- ଚତୁର୍ଥ ରେ ହେଉଛି ରୀନା ଦତ୍ତ ଓ କିରଣ ରାଓ । ତେବେ ରୀନା ହେଉଛନ୍ତି ଆମୀର ଖାନ ଙ୍କ ପ୍ରଥମ ସ୍ତ୍ରୀ ଓ କିରଣ ତାଙ୍କର ଦ୍ଵିତୀୟ ସ୍ତ୍ରୀ ତେବେ ଦୁହିଁଙ୍କ ଭିତରେ ଆମୀରଙ୍କ ପାଇଁ ଝଗଡା ହୋଇଥିଲା ଏବଂ ଶତ୍ରୁ ହୋଇ ଯାଇଥିଲେ । କିନ୍ତୁ ପରେ ଦୁହେଁ ନିଜର ଏହି ଶତ୍ରୁତା କୁ ଭୁଲି ବେଷ୍ଟ ଫ୍ରେଣ୍ଡ ହୋଇ ଯାଇଛନ୍ତି ।

୫- ପଞ୍ଚମ ରେ ହେଉଛନ୍ତି ଲତା ସବରବାଲ ଓ ରେଶମ ଟିପନିସ । ତେବେ ଦୁହିଁଙ୍କ ଭିତରେ ସଞ୍ଜୀବ ସେଠ କୁ ନେଇ ଝଗଡା ହୋଇ ଥିଲା କାରଣ ରେଶମ ହେଉଛନ୍ତି ସଞ୍ଜୀବ ଙ୍କ ର ପ୍ରଥମ ପତ୍ନୀ ତେବେ କିନ୍ତୁ ବର୍ତ୍ତମାନ ଦୁହେଁ ଶତ୍ରୁତା କୁ ଭୁଲି ଭଲ ସାଙ୍ଗ ହୋଇ ଯାଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *