ଓଡିଆ ଚଳଚ୍ଚିତ୍ର ଜଗତର ଉନ୍ନତି ପାଇଁ ମାନସିକ କରି ବୋଲବମ ଗଲେ Ollywood ଷ୍ଟାର Babushan Mohanty, ଏ ନେଇ ସେ କଣ କହିଲେ ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ବୋଲ ବମ କହିଲେ ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଶିବମନ୍ଦିର ଉଦ୍ଦେଶ୍ୟରେ କରାଯାଉଥିବା ଧାର୍ମିକ ପଦଯାତ୍ରାକୁ ବୁଝାଯାଏ । ଓଡ଼ିଶାର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଆଷାଢ଼ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି ।

ବୋଲ ବମ ଯାତ୍ରାରେ ଭାଗନେଉଥିବା ଭକ୍ତମାନଙ୍କୁ ‘କାଉଡ଼ିଆ’ କହାଯାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ବହୁ ଭକ୍ତ କଟକରୁମହାନଦୀର ଗଡ଼ଗଡ଼ିଆ ଘାଟରୁ ପାଣି ଆଣି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଢାଳନ୍ତି । ଏହା ବ୍ୟତିତ ଓଡ଼ିଶାର ଅନ୍ୟାନ ସ୍ଥାନ ଯଥା, ପୁରୀର ଲୋକନାଥ ମନ୍ଦିରରେ, ଆଖଣ୍ଡଳମଣି ମନ୍ଦିରରେ, ଢେଙ୍କାନାଳର କପିଳାସ ଶିବ ମନ୍ଦିର ଆଦିରେ ମଧ୍ୟ ଭକ୍ତମାନେ ପାଣି ଢାଳନ୍ତି ।

ଏହି ଧାର୍ମିକ ଯାତ୍ରାରେ ଆଜିକାଲି ମହିଳାମାନେ ମଧ୍ୟ ବହୁ ସଂଖ୍ୟାରେ ଭାଗ ନେଲେଣି । ଯାତ୍ରା ସମୟରେ ‘କାଉଡ଼ିଆ’ମାନଙ୍କର ସେବା ଶୁଶ୍ରୂଷା ତଥା ଯାତ୍ରା କଷ୍ଟ ଲାଘବ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ସାଧାରଣ ଜନତା ରାସ୍ତାକଡ଼ରେ ବିଶ୍ରାମ ଓ ଜଳଯୋଗର ବ୍ୟବସ୍ଥା କରିଥାନ୍ତି । ତେବେ ଆପଣ ଓଡ଼ିଆ ସିନେମା ର ଲୋକପ୍ରିୟ ଅଭିନେତା ବାବୁଶାନ ଙ୍କୁ ତ ଆପଣ ନିଶ୍ଚିତ ଜାଣିଥିବେ ତେବେ ତାଙ୍କର ପ୍ରକୃତ ନାମ ହେଉଛି ତନ୍ମୟ ମହାନ୍ତି  ।


ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା, ଗୀତ ଲେଖକ, ପ୍ରଚ୍ଛଦପଟ ଗାୟକ ଭାବରେ କାମ କରୁଛନ୍ତି । ସେ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି । ତେବେ ବର୍ତ୍ତମାନ ସେ ମଧ୍ୟ ବୋଲବମ ଯାଇଥିଲେ ତେବେ ସେ ମଧ୍ୟ ବିନ୍ଦୁସାଗର ରେ ଗାଧୋଇ ଜଳ ଧରି ଲିଙ୍ଗରାଜ ମନ୍ଦିର କୁ ଯାଇଥିଲେ ତେବେ ଏହି ସମୟରେ ତାଙ୍କୁ ଅନେକ ଲୋକ ଯିଏ ତାଙ୍କର ଫ୍ୟାନ ମାନେ ସେମାନେ ତାଙ୍କ ସହ ସେଲଫି ଉଠାଉଥିଲେ ଏବଂ ତାଙ୍କ ସହ କଥାବାର୍ତ୍ତା ମଧ୍ୟ ହେଉଥିଲେ ।

ତେବେ ବାବୁଶାନ ଙ୍କ ସହ ଅଭିନେତା ପିଣ୍ଟୁ ନନ୍ଦ ଏବଂ ବବି ମିଶ୍ର ମଧ୍ୟ ଯାଇଥିଲେ । ତେବେ ସମସ୍ତେ ନଦୀରେ ଗାଧୋଇ ମଜା ମସ୍ତି ମଧ୍ୟ କରିଥିଲେ ତେବେ ବର୍ତ୍ତମାନ ଏହି ଭିଡିଓ ଟି ଖୁବ ଭାଇରାଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *