ଲୋକଲଜ୍ଜ୍ୟା ପିଙ୍କି ହାରିଦେଲା ଜୀବନ, କିନ୍ତୁ କଣ ଥିଲା ପିଙ୍କିର ଲଭଷ୍ଟୋରି…ଯାହା ତାକୁ ଜୀବନ ହାରିବାକୁ ବାଧ୍ୟ କଲା…

ନମସ୍କାର ବନ୍ଧୁଗଣ ତେବେ ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ମହମୁଦା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବିରୋଧୀ ଲୋକଙ୍କ ଟାହି ଟାପରା ସହିନପାରି ପିଙ୍କି ନାମକ ଜଣେ ଯୁବତୀ ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ମୃତ ଯୁବତୀଙ୍କ ମା ପାଟକୁରା ଥାନାରେ ଲିଖିତ ଅଭିଯୋଗ କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ମୃତ ଝିଅର ଶବକୁ ଥାନା ଫାଟକ ସମ୍ମୁଖରେ ରଖି ପରିବାର ଓ ଗ୍ରାମବାସୀଙ୍କ ସହିତ ଧାରଣାରେ ବସି ରହିଥିଲେ ।


ଖବର ପାଇ କେନ୍ଦ୍ରାପଡା ଏସଡିପିଓ ଥାନାରେ ପହଞ୍ଚି ବୁଝାସୁଝା କଲାପରେ ମୃତ ଯୁବତୀଙ୍କ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡା ପଠାଯାଇଛି । ତେବେ ଗତ ଜୁନ ମାସ ୧୭ ତାରିଖରେ ଏହି ଗ୍ରାମରେ ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ସରପଞ୍ଚଙ୍କ ଗୋଷ୍ଠିର କେତେକ ଯୁବକ ହଠାତ ଗ୍ରାମରେ ନିର୍ମାଣଧିନ ହନୁମାନ ମନ୍ଦିର ନିକଟରେ ବସିଥିବା ଅଟଳବିହାରୀ ମହାନ୍ତିକୁ ଗାଳିଗୁଲଜ କରି ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।

ଶଶୁରଙ୍କ ଉପରେ ଆକ୍ରମଣ ହେଉଥିବା ଦେଖି ତାଙ୍କ ବୋହୁ ସୁଜାତା ମହାନ୍ତି ପଡୋଶୀ ଝରଣା ସ୍ୱାଇଁ ଓ ତାଙ୍କ ସ୍ୱାମୀ ସଚୀତ୍ର ସ୍ୱାଇଁ ଓ ଝିଅ ଶୁଭ୍ରା ଶୁଭଦର୍ଶିନୀ ସ୍ୱାଇଁ  ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ସେମାନେ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ମାଡ ଖାଇଥିଲେ । ତେବେ ଆକ୍ରମଣକାରୀ ମାନେ ଆକ୍ରମଣ କରୁଥିବା ସମୟରେ ନିଜେ ସରପଞ୍ଚ ସେଠାରେ ଉପସ୍ଥିତ ରହି ଆକ୍ରମଣକାରୀଙ୍କୁ ପତ୍ସାହନ ଦେବା ସହିତ ନିଜ ମୋବାଇଲରେ ଭିଡିଓ ରେକର୍ଡ କରୁଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା ।

ଅପର ପକ୍ଷରେ ପୋଲିସ ମଧ୍ୟ ଏଭଳି ସମ୍ବେଦନଶୀଳ ଘଟଣାରେ ତତ୍ପର ପ୍ରକାଶ କଲାନାହିଁ । ଯେଉଁଥିପାଇଁ ସରପଞ୍ଚ ଓ ତାଙ୍କ ଗୋଷ୍ଠିର  ବ୍ୟକ୍ତିମାନେ ଝରଣା ସ୍ୱାଇଁଙ୍କର ଝିଅ ଶୁଭ୍ରାଶୁଭ ଦର୍ଶିନୀ ସ୍ୱାଇଁ ଓରଫ୍ ପିଙ୍କି ଙ୍କୁ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହିତ ପ୍ରତିଦିନ କମେଣ୍ଟ କରି ଲଜ୍ୟାଜନକ ମନ୍ତବ୍ୟମାନ ଦେଇ ଝିଅର ଚରିତ୍ର ସମ୍ପର୍କରେ କୁତ୍ସାରଟନା କରିଚାଲିଲେ ।


ତେବେ ଏହା ଛଡା ପିଙ୍କି ତାଙ୍କ ସାଂଗର ବଡ଼ ଭାଇ ମଣ୍ଟୁ ଙ୍କୁ ଭଲ ପାଉଥିଲେ ଏ ବିଷୟରେ ମଧ୍ୟ ସମସ୍ତେ ଜାଣି ସାରିଥିଲେ ତେବେ ମୃତ୍ୟୁ ର ପୂର୍ବ ଦିନ ପିଙ୍କି ମଣ୍ଟୁ ଙ୍କୁ ଭୋର ୫ଟା ରୁ ସକାଳ ୮ ଟା ଭିତରେ ୧୦ ଟା କଲ କରିଥିଲେ କିନ୍ତୁ ସେ ଉଠେଇ ନଥିଲେ ତେବେ ଏହା ଭିତରେ ତାଙ୍କ ମା ମଧ୍ୟ ଦୋକାନ କୁ ପୂଜା କରିବାକୁ ଯାଇଥିଲେ ଏବଂ ସେହି ସମୟରେ ପିଙ୍କି ଆତ୍ମହତ୍ୟା କରିଥିଲେ ତେବେ ଏହାର କାରଣ କଣ ଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *