ବିଶ୍ଵାସରେ ଭଗବାନ ବିଜ୍ଞାନରେ ଇନଫେକ୍ସନ ! ଲିମ୍ବ ଗଛରୁ ଝରୁଛି ପ୍ରଚୁର କ୍ଷୀର, ଚମତ୍କାର ଦେଖିବାକୁ ଲାଗିଛି ଲୋକଙ୍କ ଭିଡ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଓ ଖବର ଗୁଡିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଏହି ଭିଡିଓରେ ଜଣେ ମହିଳା ହାତରେ ମୟୂର ପଙ୍ଖ ଧରିଛନ୍ତି ଓ ଗଳାରେ ଗେଣ୍ଡୁ ମାଳ ପିନ୍ଧି ଛନ୍ତି । ସମସ୍ତ ଲୋକ କହୁଛନ୍ତି ଏହି ମହିଳାଙ୍କ ଦେହରେ ମା ସବାର ହୋଇଛନ୍ତି । ବନ୍ଧୁଗଣ ଏହି ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲୁ ଗାଁ ଅଞ୍ଚଳର ଖଡିଆପଲ୍ଲୀ ଗ୍ରାମର । ଏହି ଗ୍ରାମରେ ରହିଛି ମା ପାଣ୍ଡବାସୁଣୀଙ୍କ ମନ୍ଦିର ଆଉ ଏହି ମହିଳାଙ୍କ କହିବା କଥା ମା ତାଙ୍କ ଦେହରେ ଅଛନ୍ତି ।

ବନ୍ଧୁଗଣ ମା ପାଣ୍ଡବାସୁଣୀ ମନ୍ଦିର ପାଖରେ ଏକ ଳିମ୍ବ ଗଛ ରହିଛି ଗତ ଦୁଇ ତିନ ଦିନ ହେବ ସେହି ଗଛରୁ କ୍ଷୀର ଝରୁଛି । ଗାଁ ଲୋକମାନେ ସେହି କ୍ଷୀର ଚାଖି ଛନ୍ତି ଓ ତାଙ୍କୁ ଅମୃତ ଭଳି ଲାଗୁଛି । ତେବେ ଏହି ନିମ୍ବ ଗଛରୁ ପ୍ରଚୁର ପରିମାଣରେ କ୍ଷୀର ଝରୁ ଥିବାରୁ ଗାଁ ଲୋକମାନଙ୍କ ଭିଡ ଜମିଛି । ମା ଙ୍କ ପାଖରୁ ଆଜ୍ଞା ମାଳ ଆସି ଏହି ସ୍ଥାନରେ ପୂଜାପାଠ ଆରମ୍ଭ ହୋଇଯାଇଛି ।

ଏହି ନିମ୍ବ ଗଛ ମୂଳେ ଫୁଲ ମାଳ ଦେଇ ହୁଳ ହୁଳି ପକାଉଛନ୍ତି ମହିଳା ମାନେ । ଆଉ ଲୋକମାନେ ଗାଧୋଇ ଆସି ଏହି ଳିମ୍ବ ଗଛରୁ ଝରୁଥିବା କ୍ଷୀରକୁ ପାଦୁକ ପରି ସେବନ କରୁଛନ୍ତି ।ଗୋଟେ ପଟରେ ଏମିତି ଦୃଶ୍ୟ ରହିଥିବା ବେଳେ ମାଙ୍କ ମନ୍ଦିରରେ ଜଣେ ମହିଳାଙ୍କ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁ ଜଣେ ମହିଳା କହୁଛନ୍ତି ଯେ ତାଙ୍କ ଦେହରେ ମା ଲାଗିଛନ୍ତି । ସେହି ମହିଳା ଜଣକ ମାଙ୍କ ପ୍ରତିମୂର୍ତ୍ତି ଥିବା ମନ୍ଦିର ଭିତରେ ବସି ଯାଇଛନ୍ତି ।


ମହିଳା ଜଣକଙ୍କ ମତରେ, ସେହି ଗଛରୁ ବ୍ରହ୍ମା ବିଷ୍ଣୁ ମହେଶ୍ଵର ଆବିର୍ଭାବ ହେବେ । ଏହି ଘଟଣାର ଚର୍ଚାଟି ବର୍ତ୍ତମାନ ସାରା ଓଡିଶାରେ ହେଉଛି ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ବା ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *