T20 WC ଫାଇନାଲ ମ୍ଯାଚ ପୂର୍ବରୁ ପାକିସ୍ତାନ ଉପାଧିନାୟକଙ୍କ ବଡ ବୟାନ, ‘ବିଶ୍ଵ କପ ନ ଜିତିଲେ ବି ଚଳିବ, ହେଲେ ଇଣ୍ଡିଆକୁ ହରେଇବା ପାଇଁ ଆମକୁ….’

ବନ୍ଧୁଗଣ, ସୂଚନା ଅନୁଯାୟୀ ପାକିସ୍ତାନ ଉପ ଅଧିନାୟକଙ୍କର ବଡ ବୟାନ ମିଳିଛି । ସେ କହିଛନ୍ତି ଯେ ବିଅଶ୍ଵକପ ନ ଜିତିଲେ ମଧ୍ୟ କିଛି ନାହିଁ ଚାପ । ଇଣ୍ଡିଆ କୁ ହରାଇବା ତାଙ୍କର ଏକମାତ୍ର ଲକ୍ଷ ବୋଲି ସେ କହିଛନ୍ତି । ତେବେ ଯେତେବେଳେ ପଡିଆରେ ଭାରତ ଏବଂ ପାକିସ୍ତାନ ର ଦଳ ମୁହାଁମୁହିଁ ହୁଅନ୍ତି, ସେତେବେଳେ ହୁଏତ ବହୁତ ଚାପ ରହିଥାଏ । ବର୍ତ୍ତମାନ ପାକିସ୍ତାନ କିକେଟ ଦଳର ଉପ ଅଧିନାୟକ ଶାଦବ ଖାନ ଭାରତ ପାକିସ୍ତାନ ମ୍ୟାଚ ଉପରେ ଏକ ବଡ ବିବ୍ରୁତି ଦେଇଛନ୍ତି ।

ସେ କହିଛନ୍ତି ଯେ ଯେତେବେଳେ ଭାରତ ଏବଂ ପାକିସ୍ତାନ ର ଖେଳାଳୀ ମାନେ ପରସ୍ପର ସାମ୍ନା ରେ ରହିଥାନ୍ତି ସେତେବେଳେ ଉଭୟ ଦଳର ଖେଳାଳୀଙ୍କ ଉପରେ ଚାପ ପଡିଥାଏ । ଉଭୟ ଦଳ ଯେକୌଣସି ପରିସ୍ଥିତିରେ ମ୍ୟାଚ ଜିତିବାକୁ ଚାହିଁଥାନ୍ତି । ଟି-20 ବିଶ୍ଵକପ ପୂର୍ବରୁ ଭାରତ ଏବଂ ପାକିସ୍ତାନ ର ଦଳ ଏସିଆ କପ 2022ରେ ମୁହାଁମୁହିଁ ହୋଇଥିଲେ ।

ଭାରତ ବିପକ୍ଷରେ ମ୍ୟାଚ ଜିତିବାକୁ ରହିଥାଏ ପ୍ରବଳ ଚାପ ସାଦବ ଖାନ କହିଛନ୍ତି ଯେ ଭାରତ ବିପକ୍ଷ ମ୍ୟାଚ ଜିତିବା ପାଇଁ ବହୁତ ଚାପ ରହିଥାଏ ସେମାନେ ଟୁର୍ନାମେଣ୍ଟ ଜିତିବେ କି ନାହିଁ ପ୍ରଶଂସକ ମାନେ ଅଧିକ ଧ୍ୟାନ ଦିଅନ୍ତି ନାହିଁ । ମାତ୍ର ସେମାନେ ଭାରତ ବିପକ୍ଷ ଯେକୌଣସି ଉପାୟରେ ଜିତିବାକୁ ଚାହିଁଥାନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ପାକିସ୍ତାନ ମ୍ୟାଚ ସମୟରେ ଉଭୟ ଦଳ ଖେଳାଳୀ ଙ୍କ ଉପରେ ବହୁତ ଚାପ ରହିଥାଏ ।

ଏହା ବ୍ୟତୀତ ସାଦବ ଖାନ, ପାକିସ୍ତାନ ର ଅଧିନାୟକ ବାବର ଆଜମ ଙ୍କ ଫୋନରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବାସ୍ତବରେ ବାବର ଆଜମ ଖରାପ ସ୍ଥିତି ଦେଇ ଗତି କରୁଥିଲେ କିନ୍ତୁ ନିଉଜିଲ୍ୟାଣ୍ଡ ବିପକ୍ଷର ସେମି ଫାଇନାଲ ମ୍ୟାଚରେ ବାବର ଆଜମ ଏକ ଚମତ୍କାର ଇନିସ ଖେଳିଥିଲେ । ସାଦବ ଖାନ କହିଛନ୍ତି ଯେ ବାବର ଆଜମ ଏପରି ଜଣେ ଖେଳାଳୀ ଯିଏ ସର୍ବଦା ରନ ସ୍କୋର କରନ୍ତି କିନ୍ତୁ ଯେତେବେଳେ ସେ ରନସ୍କୋର କରିବାକୁ ସକ୍ଷମ ନୁହଁନ୍ତି, ସେତେବେଳେ ସେ ବହୁତ ଚାପ ଅନୁଭବ କରନ୍ତି ।

ନେଟ ସେଶନ ସମୟରେ ସେ ବାବର ଆଜମ ଙ୍କୁ କହିଥିଲେ ଯେ “ଭାଇ ଆପଣ ଜଣେ ୱାର୍ଲ୍ଡ କ୍ଳାସ ଖେଳାଳୀ ଅଟନ୍ତି, ଆପଣ ନିଜ ଫର୍ମ ଠାରୁ ମାତ୍ର ଗୋଟିଏ ସେଶନ ଦୂରରେ ଅଛନ୍ତି” । ତେବେ ଏହିଭଳି ବୟାନ ଦେଇଛନ୍ତି ପାକିସ୍ତାନ ର ଉପ ଅଧିନାୟକ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *