ଜାଣନ୍ତୁ କିଏ କିଏ ଅଛନ୍ତି ଜେନେରାଲ Bipin Rawat ଙ୍କ ପରିବାରରେ ? ଝିଅମାନଙ୍କୁ ଦେବାକୁ ପଡିବ ମାତା-ପିତାଙ୍କ ଚିତାରେ ମୁଖାଗ୍ନି

ବନ୍ଧୁଗଣ ଗତ ବୁଧବାର ଭାରତ ପାଇଁ ବହୁତ ଖରାପ ହେଲା । ଭାରତର ପ୍ରଥମ ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ଜଣ ଲୋକ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରା-ଣ ହରାଇ ଥିଲେ । ଏହି ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହିତ ଅନେକ ସେନାଧିକାରୀ ମାନେ ପ୍ରା-ଣ ହରାଇଛନ୍ତି । ଜେନେରାଲ ବିପିନ ରାୱତ ହେଲିକପ୍ଟରରେ ଯାଉଥିବା ବେଳେ ତାମିଲନାଡୁର ଏକ ଜଙ୍ଗଲରେ ହେଲିକପ୍ଟର କ୍ରାଶ ହୋଇଯାଇଥିଲା ।

ଏହା ପରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ମାନଙ୍କୁ ହସ୍ପିଟାଲ ନିଆ ଯାଇଥିଲା ହେଲେ ହସ୍ପିଟାଲରେ ସେମାନଙ୍କର ମୃ-ତ୍ୟୁ ହୋଇଗଲା । ଏହି ହେଲିକପ୍ଟରରେ ୧୪ ଜଣ ଲୋକ ଥିଲେ । ୧୩ ଜଣଙ୍କ ମୃ-ତ୍ୟୁ ହୋଇଛି ଓ ସେହି ଗ୍ରୁପରେ ଥିବା କେପ୍ଟନ ବରୁଣ ସିଂହଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ମଧ୍ୟ ବହୁତ ଗମ୍ଭୀର ଅଛି ।

ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃ-ତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ଜେନେରାଲ ବିପିନ ରାୱତଙ୍କର ଦୁଇଟି ଝିଅ ଅଛନ୍ତି । ତାଙ୍କ ଝିଅଙ୍କର ନାମ ହେଉଛି କୀର୍ତିକା ଓ ତାରିଣୀ । ବିପିନ ରାୱତଙ୍କ ଦୁଇଟି ଝିଅ ବିବାହ କରିଛନ୍ତି । ତାଙ୍କ ବଡ ଝିଅ କୀର୍ତିକା ମୁମ୍ବାଇରେ ରହୁଛନ୍ତି ଓ ଛୋଟ ଝିଅ ତାରିଣୀ ଦିଲ୍ଲୀରେ ରୁହନ୍ତି ।

ସୂଚନା ମୁତାବକ ଜେନେରାଲ ବିପିନ ରାୱତଙ୍କ ସାନ ଝିଅ ତାରିଣୀ ଦିଲ୍ଲୀ ହାଇ କୋର୍ଟରେ ପ୍ରାକ୍ଟିସ କରୁଛନ୍ତି । ରକ୍ଷାମନ୍ତ୍ରୀ ରାଜନାଥ ସିଂହ ବିପିନ ରାୱତଙ୍କ ଦିଲ୍ଲୀ ଆବାସରେ ପହଞ୍ଚି ତାଙ୍କ ଝିଅ ସହ ସାକ୍ଷାତ କରିଛନ୍ତି । ଦେଶର ପ୍ରଧାନ ମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ବିପିନଙ୍କ ଶୋକ କରୁଛନ୍ତି । ଆଜି ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଶବକୁ ଦିଲ୍ଲୀ ଅଣା ଯିବ ।

ବିପିନ ରାୱତ ପ୍ରଧାନ ମନ୍ତ୍ରୀ ମୋଦୀଙ୍କର ସବୁଠାରୁ ଭରସାମୟ ସେନା ଅଫିସର ଥିଲେ । ଯେଉଁ ଦିନ ସେ ସେନା ପ୍ରମୁଖରୁ ଅବଗତ ହୋଇଥିଲେ ସେହି ଦିନ ତାଙ୍କୁ ସିଡିଏସ ରେଙ୍କ ଦିଆଯାଇଥିଲା । ପୂର୍ବତ୍ତର ଉଗ୍ରବାଦକୁ ଶେଷ କରିବା ପାଇଁ ରାୱତଙ୍କର ବିଶେଷ ଭୂମିକା ରହିଛି । ସେ ୨୦୧୫ରେ ମିଆଁମାରରେ କ୍ରଶ ବର୍ଡର ଅପରେସନର ଅଭିଯାନ ଚଲାଇ ଥିଲେ ।

ଏହା ସହିତ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଯୋଜନାରେ ତାଙ୍କର ବିଶେଷ ଭୂମିକା ଥିଲା । ସେନା ସେବା କରିବା ସମୟରେ ଜେନେରାଲ ବିପିନ ରାୱତଙ୍କୁ ପରମ ବିଶିଷ୍ଠ ସେନା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଆତି ବିଶିଷ୍ଟ ସେବା ମେଡାଲ, ବିଶିଷ୍ଠ ସେବା ମେଡାଲ ଓ ସେନା ମେଡାଲରେ ସମ୍ମାନିତ କରାଯାଇଛି । ତା ହେଲେ ବନ୍ଧୁଗଣ ବିପିନ ରାୱତଙ୍କ ଆତ୍ମାକୁ ଶାନ୍ତି ମିଳୁ ଆମେ ମାନେ ପ୍ରାର୍ଥନା କରୁଛୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *