ଯେତେବେଳେ Supreme Court ର ନିସ୍ପତି ଉପରେ Bipin Rawat କହିଲେ, ‘ମୁଁ ଥାଉ ଥାଉ ସେନାରେ ଏମିତି ପାପ ହେବାକୁ ଦେବିନି’ ପୁରା ଘଟଣା ଶୁଣିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ ଆଜି ସଂପୂର୍ଣ୍ଣ ଦେଶ ଜେନେରାଲ ବିପିନ ରାୱତଙ୍କ ଅକାଳ ବିୟୋଗ ପାଇଁ ଦୁଃଖରେ ଅଛି । ଭାରତର 130 କୋଟି ଲୋକଙ୍କର ଆଖି ବିପିନଙ୍କ ଅକାଳ ବିୟୋଗ ପାଇଁ ଲୁହରେ ଭରିଯାଇଛି । ବିପିନଙ୍କ ଆକସ୍ମିକ ମୃତ୍ୟୁକୁ ଲୋକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଦେଶର ସମସ୍ତ ନେତା ଓ ସାଧାରଣ ଲୋକମାନେ ବିପିନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ବିପିନଙ୍କ ସହିତ ଅନ୍ୟ ୧୨ ଜଣ ସେନାଧିକାରୀଙ୍କ ପାଇଁ ମଧ୍ୟ ଲୋକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଯେଉଁ ମାନେ ହେଲିକପ୍ଟର ଦୁର୍ଘଟଣାରେ ବିପିନଙ୍କ ସହ ମୃତ୍ୟୁ ବରଣ କରିଛନ୍ତି ।

ବିପିନ ଯିବା ପରେ ତାଙ୍କ ସହ ଜଡିତ ଏମିତି ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସବୁ ଖବର ଗୁଡିକ ସମସ୍ତ ସ୍ଥାନରେ ଚର୍ଚାରେ ମଧ୍ୟ ରହିଛି । ଆଜି ଆମେ ଆପଣ ମାନଙ୍କୁ ବିପିନଙ୍କ ସହ ଜଡିତ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଭାରତୀୟ ସେନାର ଚିଫ ଅଫ ଡ଼ିଫେନ୍ସ ଷ୍ଟାଫ ବିପିନ ରାୱତ ନିଜ ବାହାଦୁରି ପାଇଁ ପରିଚିତ ଅଛନ୍ତି ।

ବିପିନ ସେନାରେ କୌଣସି ପ୍ରକାରର ଭୁଲ କାମକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ବର୍ତ୍ତମାନ ୨୦୧୯ ମସିହାର ଏକ ଘଟଣା ସାମ୍ନାକୁ ଆସିଛି । ସେତେବେଳେ ବିପିନ ସ୍ଥଳ ସେନାର ପ୍ରମୁଖ ପଦରେ ନିଯୁକ୍ତ ଥିଲେ । ସେହି ସମୟରେ ସୁପ୍ରିମ କୋର୍ଟର ଏକ ନିଷ୍ପତ୍ତିରେ ପ୍ରତିକ୍ରିୟା ଦେଇ ବିପିନ କହିଥିଲେ ‘ଏହି ମାମଲାରେ ସେନା ରୁଢିବାଦୀ ଅଟେ ।

୨୦୧୮ରେ ସୁପ୍ରିମ କୋର୍ଟ ସମଲିଙ୍ଗି ସମ୍ବନ୍ଧକୁ ଅପରାଧ ଶ୍ରେଣୀରୁ ହଟାଇବାର ନିଷ୍ପତ୍ତି ନେଇଥିଲା ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୭କୁ ଶେଷ କରିଦେଇଥିଲା । ଭାରତୀୟ ଆଇନ ବ୍ୟବସ୍ଥାର ଏହି ଧାରା ଅପ୍ରାକୃତିକ ଯୌନ ସମ୍ବନ୍ଧକୁ ଅ-ପ-ରାଧ ଶ୍ରେଣୀରେ ରଖିଥିଲା ।

ହେଲେ ସୁପ୍ରିମ କୋର୍ଟ ଦ୍ଵାରା ଏହି ଟିପ୍ପଣୀ ହୋଇଥିଲା ଯେ ଧାରା ସମସ୍ତଙ୍କ ପାଇଁ ସମାଜ ଅଧିକାରର ଉଲଂଘନ କରିଥାଏ । ସୁପ୍ରିମ କୋର୍ଟର ଏହି ନିଷ୍ପତ୍ତି ଉପରେ ଜେନେରାଲ ବିପିନ ରାୱତ ଏକ ବଡ ପ୍ରତିକ୍ରିୟା ଦେଇ ଥିଲେ । ବିପିନ କହିଥିଲେ’ସେନାରେ ଏ ସବୁ ଜିନିଷ ଉପରେ ରୋକ ଲଗାଯାଇଛି । ସେନା ଏହି ମାମଲାରେ ରୁଢିବାଦୀ ଅଛି । ଆମେ ମାନେ ଏହି ପାପ କରିବାର ଅନୁମତି ସେନାରେ ହେବାକୁ ଦେବୁ ନାହିଁ’ ।

କୋର୍ଟର ଏହି ନିଷ୍ପତ୍ତି ଉପରେ ବିପିନ ଆପତ୍ତି ଯତାଇ ଏହି ପ୍ରତିକ୍ରିୟା ଦେଇଥିଲେ । ବନ୍ଧୁଗଣ ୬୩ ବର୍ଷର ଜୀବରେ ଜେନେରାଲ ବିପିନ ରାୱତ ଅନେକ ବାହାଦୁରି କାମ କରିଛନ୍ତି । ତାଙ୍କର ବାହାଦୁରି କାହାଣୀ ସମସ୍ତଙ୍କୁ ମନେ ରହିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ଜେନେରାଲ ବିପିନ ରାୱତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *