ବିଲେଇ କହିଥାଏ ଆପଣଙ୍କର ଭବିଷ୍ୟତ, ଜାଣନ୍ତୁ କଣ ଶୁଭ ଓ କଣ ଅଶୁଭ

ଆମ ଭାରତ ଏକ ଧାର୍ମିକ ଦେଶ ଅଟେ । ଆମ ଦେଶରେ ଅନେକ ପ୍ରକାରର ମାନ୍ୟତା ରହିଛି । ଯେପରି କି ଏକ ବିଲେଇ ଆପଣଙ୍କ ରାସ୍ତା କାଟି ଚାଲିଗଲେ ଅଶୁଭ ହୋଇଥାଏ ଓ ସେହି ରାସ୍ତାରେ ଅନ୍ୟ ଲୋକ ଯିବା ପରେ ହିଁ ଆପଣ ଯାଇ ପାରିବେ । ଏହିପରି କିଛି ଘଟଣା କୁ ଲୋକମାନେ ଶୁଭ ଓ ଅଶୁଭ ବୋଲି ମାନିଥାନ୍ତି । କିନ୍ତୁ ଏହି ବିଲେଇ ଏହିପରି ଅନେକ ସୂଚନା ମାନ ଦେଇଥାଏ ଯାହା ଆଜି ଆମେ ଆପଣଙ୍କୁ କହିବୁ । ତେବେ ଚାଲନ୍ତୁ ଜାଣିବା

ବିଲେଇ ରାସ୍ତା କାଟିବା ଅଶୁଭ ହୋଇ ନଥାଏ । ବିଲେଇ ଯଦି ବାମରୁ ଡାହାଣକୁ ରାସ୍ତା କାଟିଥାଏ ତେବେ ଲୋକମାନେ ଏହାକୁ ଅଶୁଭ ବୋଲି ମାନିଥାନ୍ତି । ପ୍ରତ୍ୟେକ ସମୟରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇ ନଥାଏ । ଏହା ଶୁଭ ସଙ୍କେତ ମଧ୍ୟ ହୋଇଥାଏ । ଶାସ୍ତ୍ର ଅନୁସାରେ ରାହୁଙ୍କର ବାହନ ହେଉଛନ୍ତି ବିଲେଇ । ରାହୁଙ୍କର ଖରାପ ପ୍ରଭାବ ଦ୍ଵାରା ଆପଣଙ୍କର ଖରାପ ସମୟ ଆରମ୍ଭ ହୋଇଥାଏ ।

ଯଦି ଆପଣ ଘରେ ବିଲେଇ କାନ୍ଦିବାର ଶବ୍ଦ ଶୁଣନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ସହିତ କିଛି ଅଘଟଣ ଘଟିପାରେ ।

ଘର ପାଖରେ ଯଦି ଦୁଇଟି ବିଲେଇ ଝଗଡା କରୁଛନ୍ତି ତେବେ ଏହାର ଅର୍ଥ ହେଉଛି ଅନ୍ୟ କାହା ସହିତ ଆପଣଙ୍କର ଝଗଡା ହୋଇପାରେ ।

ଯଦି ଶୋଇଥିବା ବ୍ୟକ୍ତି ଚାରିପଟେ ବିଲେଇ ଚାଲିବାକୁ ଲାଗେ ତେବେ ସେହି ବ୍ୟକ୍ତି କୌଣସି ସରକାରୀ ସମସ୍ୟାରେ ପଡି ପାରନ୍ତି ।

ଯଦି କୌଣସି ପର୍ବ ପର୍ବାଣି ବା ଶୁଭ ଦିନ ମାନଙ୍କରେ ବିଲେଇ ଆପଣଙ୍କ ଘରକୁ ଆସିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ବିଲେଇ ଘରକୁ ଆସିଲେ ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ବର୍ଷିଥାଏ ।

ଯଦି ବିଲେଇ ଗୋଡ ଛାଟିଥାଏ ତେବେ ଏହା ରୋଗର ସଙ୍କେତ ହୋଇଥାଏ । ଭବିଷ୍ୟତରେ ଆପଣ କୌଣସି ରୋଗରେ ପୀଡିତ ହୋଇ ପାରନ୍ତି ।

ଯଦି ଆପଣଙ୍କ ମୁଣ୍ଡ ଉପରେ ବିଲେଇ ଡେଇଁ ଚାଲିଯାଏ ତେବେ ଆପଣ କୌଣସି ସମସ୍ୟାରେ ପଡି ପାରନ୍ତି ।

ଘରର କ୍ଷୀରକୁ ଯଦି ବିଲେଇ ଲୁଚି କରି ପିଇ ଦେଇଥାଏ ତେବେ ଏହା ଆପଣଙ୍କ ଘରର ଧନହାନି ହେବାର ସଙ୍କେତ ହୋଇଥାଏ ।

ତେଣୁ ଯଦି ଆପଣମାନେ ଏହି ସବୁ ସଙ୍କେତ ପାଉଛନ୍ତି ତେବେ ଏହାର ପ୍ରତିକାର ତୁରନ୍ତ କରି ନିଅନ୍ତୁ । ଦେଖିବେ ଆପଣଙ୍କ ଜୀବନରେ କୌଣସି ଅସୁବିଧା ରାହିବ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *