Vastu Tips- ବିଜୟା ଦଶମୀ (ଦଶହରା) ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି ୩ ଟି କାମ, ମାତା ଲଷ୍ମୀ କରିବେ ଧନର ବର୍ଷା

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧି ଜୀବନ ଯାପନ କରିବା ପାଇଁ ଇଛା କରିଥାଏ । ଏହି ଜୀବନକୁ ବଞ୍ଚିବା ପାଇଁ ଅତ୍ୟଧିକ ଟଙ୍କାର ଆବଶ୍ୟକତା ରହିଥାଏ । ଅଧିକ ତାଙ୍କା ଅର୍ଜନ କରିବା ପାଇଁ ମଣିଷ ରାତି ଦିନ କଷ୍ଟ କରିଥାଏ । ହେଲେ କେତେଜଣ ମଣିଷଙ୍କୁ ସେମାନଙ୍କର ଭାଗ୍ୟର ସହାୟତା ମିଳି ନଥାଏ, ଯାହା ଫଳରେ ସେମାନେ ଅଧିକ କଷ୍ଟ କରି ମଧ୍ୟ ବିଫଳ ହୋଇଥାନ୍ତି । ଅଧିକ ଟଙ୍କା ଅର୍ଜନ ପାଇଁ ଆପଣ ମାନଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ନିହାତି ଆବଶ୍ୟକ । ସେଥିପାଇଁ ବହୁତ ମଣିଷ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ପୂଜା ଅର୍ଚନା କରିଥାନ୍ତି ।

ହେଲେ ବନ୍ଧୁଗଣ ମା ଲକ୍ଷ୍ମୀ କୌଣସି ଲୋକଙ୍କ ଘରକୁ ସହଜରେ ଆସିନଥାନ୍ତି । ଯେଉଁ ଲୋକମାନଙ୍କ ଘରେ ସକରାତ୍ମକ ପ୍ରଭାବ ଅଧିକ ରହିଥାଏ ସେମାନଙ୍କ ଘର ମଧ୍ୟରେ ବହୁତ ଶୀଘ୍ର ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ଓ ଯେଉଁ ମାନଙ୍କ ଘରେ ନକରାତ୍ମକ ପ୍ରଭାବ ଅଧିକ ରହିଥାଏ ସେମାନଙ୍କ ଘରକୁ ଆସିବା ପାଇଁ ମା ଲକ୍ଷ୍ମୀଙ୍କର ବହୁତ କମ ସମ୍ଭାବନା ରହିଥାଏ ।

ପବିତ୍ର ଦଶହରା ବା ବିଜୟା ଦଶମୀ ହେଇଛି ଅତ୍ୟନ୍ତ ଶୁଭ ଦିନ । ତେଣୁ ଏହି ଶୁଭଦିନରେ ଯଦି ଆପଣ ଶୋଇବା ପୂର୍ବରୁ କିଛି କାମ କରିବେ ତାହାଲେ ଆପଣ ମା ଲକ୍ଷ୍ମୀଙ୍କୁ ବହୁତ ଶୀଘ୍ର ପ୍ରସନ୍ନ କରିପାରିବେ ଓ ଆପଣଙ୍କ ଘରେ ସକରାତ୍ମକ ଊର୍ଜାର ବୃଦ୍ଧି ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଏହି ଦିନରେ ପ୍ରଥମେ ଆପଣ ଘରକୁ ଭଲ ଭାବରେ ସଫା ସୁତୁରା ରଖନ୍ତୁ । କାରଣ ଆଳିଆ ଆବର୍ଜନା ଘରର ନକରାତ୍ମକ ଶକ୍ତିକୁ ବୃଦ୍ଧି କରାଇ ଥାଏ । ତେଣୁ ଏହି ଦିନରେ ଘରକୁ ସଫା ସୁତୁରା ରଖିବା ନିହାତି ଆବଶ୍ୟକ । ତେଣୁ ଆପଣ ଦଶହରା ରାତିରେ ଶୋଇବା ପୂର୍ବରୁ ନିଜ ଘରକୁ ଭଲ ଭାବରେ ସଫା କରି ଦିଅନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଯେତେବେଳେ ଆପଣଙ୍କ ଘରେ ପ୍ରବେଶ କରିବେ ସେତେବେଳେ ସେ ପ୍ରସନ୍ନ ହୋଇଯିବେ ।

୨. ବନ୍ଧୁଗଣ ଏହି ଦଶହରା ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ଘରେ ଥିବା ଭଙ୍ଗା ଜିନିଷକୁ ବାହାରେ ଫିଙ୍ଗି ଦିଅନ୍ତୁ । ଘରେ ରହିଥିବା ଭଙ୍ଗା ଜିନିଷ ଘରର ସୌନ୍ଦର୍ଜ୍ୟକୁ କମ କରିଥାଏ । ଏହା ବ୍ଯତୀତ ଘର ମଧ୍ୟରେ ଭଙ୍ଗା ଜିନିଷକୁ ରଖିବା ଶୁଭ ହୋଇନଥାଏ । ତେଣୁ ଭାଙ୍ଗିଯାଇଥିବା ଜିନିଷକୁ ଆପଣ ଦଶହରା ରାତିରେ ଶୋଇବା ପୂର୍ବରୁ ଘର ବାହାରେ ଫିଙ୍ଗି ଦିଅନ୍ତୁ ।

୩. ବନ୍ଧୁଗଣ ଦଶହରା ରାତିରେ ଶୋଇବା ପୂର୍ବରୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ନିଜ ଘର କବାଟରେ କିଛି ଶୁଭ ଚିହ୍ନ ଲଗାନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ବହୁତ ଶୀଘ୍ର ପ୍ରସନ୍ନ ହୋଇ ଆପଣଙ୍କ ଘରେ ପ୍ରବେଶ କରିବେ । ତେଣୁ ଏହି ରାତିରେ ଆପଣ ଶୁଭାଲାଭ ବା ସ୍ଵସ୍ତିକ ଚିହ୍ନ ଲଗାଇ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ଦିଅନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *