ବିଦ୍ୟାର୍ଥୀଙ୍କ ଭିତରେ ଦେଖାଦେଲେ ଏହି ୪ଟି ଲକ୍ଷଣ, ମା ସରସ୍ଵତୀ ତା ଉପରେ କରିଥାନ୍ତି କୃପା, ଆସନ୍ତୁ ଜାଣିବା କେଉଁ ସବୁ ଲକ୍ଷଣ

ମହାତ୍ମା ବିଦୁର ନିଜର ନୀତିରେ ବିଦ୍ୟାର୍ଥୀଙ୍କର ୪ଟି ଏମିତି ଲକ୍ଷଣ ବିଷୟରେ କହିଛନ୍ତି ,ଯଦି ଏହି ଲକ୍ଷଣ କୌଣସି ବିଦ୍ୟାର୍ଥୀଙ୍କ ପାଖରେ ଦେଖାଯାଏ ତେବେ ତା ଉପରେ ମା ସରସ୍ଵତୀଙ୍କ କୃପା ଥାଏ । ମାହାତ୍ମା ବିଦୁର ଯିଏ କି ଧର୍ମରାଜ ଅବତାର ଥିଲେ ,ହସ୍ତିନାପୁରର ପ୍ରଧାନମନ୍ତ୍ରୀ କୌରବ ଓ ପାଣ୍ଡବଙ୍କର ଦାଦା ଥିଲେ । ଅଭିଶାପର କାରଣ ଯୋଗୁ ସେ ଜଣେ ଦାସୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ଏହାପରେ ମଧ୍ୟ ସେ ବହୁତ ଜ୍ଞାନୀ ,ବିଦ୍ଵାନ ଏବଂ ଭଲ ନୀତିକାର ବି ଥିଲେ । ତାଙ୍କର ନୀତିବାଣୀ ଗୁଡିକ ଏଥିପାଇଁ ମହତ୍ଵପୂର୍ଣ୍ଣ ଥିଲା ,କାରଣ ସେ ନିଜେ ଯମରାଜଙ୍କର ଅବତାର ଥିଲେ ।

ସେ ଜାଣିଥିଲେ କି କେଉଁ କାର୍ଯ୍ୟ କଲେ ବ୍ୟକ୍ତି ମହାନ ହୋଇଥାଏ ଓ କେଉଁ କାମ କଲେ ଜୀବନ ସାରା ଦୁଖଃ ଭୋଗ କରିବାକୁ ପଡେ । ବିଦୁର ତାଙ୍କ ନୀତିରେ ସବୁ ପ୍ରକାର ଲୋକଙ୍କ ବିଷୟରେ କହିଛନ୍ତି । ବିଦୁରଙ୍କର ଏହି ନୀତିକୁ ପଢିବା ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କୁ ବିଦୁର କହିଥିବା ଏମିତି ବିଦ୍ୟାର୍ଥୀଙ୍କ ବିଷୟରେ କହିବୁ ଯାହାକୁ ଦେବତାମାନେ ବି ସଫଳତା ପାଇବାରୂ ଅଟକାଇ ପାରିବେ ନାହିଁ କାରଣ ତାଙ୍କ ଉପରେ ମା ସରସ୍ଵତୀଙ୍କର ଆଶୀର୍ବାଦ ଥାଏ ।

ଯେଉଁ ବିଦ୍ୟାର୍ଥୀଙ୍କ ଭିତରେ ଏହି ଲକ୍ଷଣ ଦେଖାଯାଇଥାଏ ସେମାନେ ଆଗକୁ ଯାଇ ବଡ ମଣିଷ ହୁଅନ୍ତି ଓ ନିଜ ପରିବାରର ନାମ ଉଜ୍ଵଳ କରନ୍ତି । ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ ବିଷୟରେ ।

ଶାସ୍ତ୍ର ଅନୁସାରେ ଯେଉଁ ବିଦ୍ୟାର୍ଥୀଙ୍କ ଉପରେ ମା’ ସରସ୍ଵତୀଙ୍କର କୃପାଥାଏ ସେମାନେ ପତଳା ହୋଇଥାନ୍ତି ,ତାଙ୍କର ବାଳ ଘନ ହୋଇଥାଏ ଓ ସେମାନେ ଅନୁଶାସନ ପ୍ରିୟ ହୋଇଥାନ୍ତି । ଏମାନଙ୍କୁ ପିଲା ଦିନରୁ ହାଡ ସମ୍ବନ୍ଧିତ ରୋଗ ହୋଇଥାଏ ,ଯେମିତି କି ହାଡ ଭାଙ୍ଗିବା ବା ପାଦ ମୋଡି ହୋଇଯିବା । ଆସନ୍ତୁ ଜାଣିବା ବିଦୁର କହିଥିବା ୪ଟି ଲକ୍ଷଣ ।

 

୧-ଥଣ୍ଡା ହେଉ ବା ଗରମ ଧ୍ୟାନ ହଟେ ନାହିଁ

ଯେଉଁ ବିଦ୍ୟାର୍ଥୀ ଥଣ୍ଡା ହେଉ ବା ଗରମ ହେଉ ଏକାଗ୍ରତାର ସହିତ ନିଜର ଧ୍ୟାନ ପଢିବାରେ ଲଗାଇଥାନ୍ତି ସେହି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଉଜ୍ଵଳ ହୋଇଥାଏ । ଏମାନଙ୍କ ଉପରେ ମା ସରସ୍ଵତୀଙ୍କର କୃପା ରହିଥାଏ ।

୨-ଧନୀ ଗରିବ

ବିଦୁରଙ୍କ ଅନୁସାରେ ଯେଉଁ ବିଦ୍ୟାର୍ଥୀ ଗରିବ ହେଲେ ବି ଲାଜ କରିନଥାଏ ଓ ଯିଏ ଧନୀ ସେ ପଇସାର ଗର୍ବ କରିନଥାଏ ତାଙ୍କ ଉପରେ ମା ସରସ୍ଵତୀଙ୍କ କୃପା ସବୁବେଳେ ରହିଥାଏ ।

୩-ପ୍ରେମ ଘୃଣାକୁ ସହିବା ବାଲା

ଯେଉଁ ବିଦ୍ୟାର୍ଥୀ ଅଧିକ ଭଲ ପାଇବା ଓ ଘୃଣା ମିଳିବା ପରେ ବି ପଢିବାରେ ମନ ଲଗାଇଥାନ୍ତି ତାଙ୍କ ଉପରେ ସରସ୍ଵତୀଙ୍କ କୃପା ଥାଏ । କାରଣ ଏମିତି ଗୁଣ ସରସ୍ଵତୀଙ୍କ ଠାରୁ ହିଁ ମିଳିଥାଏ ।

୪-ସ୍ଵାର୍ଥୀ ଓ ଦୁଷ୍ଟ

ଯଦି ଆପଙ୍କର ପୁଅ ବା ଝିଅ ସ୍ଵାର୍ଥୀ କିମ୍ବା ଦୁଷ୍ଟ ନୁହଁନ୍ତି ତାହେଲେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ସେମାନଙ୍କ ଉପରେ ସରସ୍ଵତୀଙ୍କ କୃପା ଅଛି । ଯେଉଁ ବିଦ୍ୟାର୍ଥୀ ଦୁଷ୍ଟ ହୋଇନଥାନ୍ତି ସେମାନେ ସରସ୍ଵତୀଙ୍କ ପ୍ରିୟ ହୋଇଥାନ୍ତି । ଏମାନେ ଆଗକୁ ଯାଇ ବହୁତ ନାମ କମାଇଥାନ୍ତି ।

କଣ ଆପଣଙ୍କ ପିଲାଙ୍କ ଭିତରେ ରହିଛି ଏହି ସବୁ ଗୁଣ, ତେବେ ଆମକୁ କମେଣ୍ଟରେ ଜଣାନ୍ତୁ । ଏମିତି ଆହୁରି ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *