ଏହି ମାସ ଗୁଡିକରେ ଜନ୍ମ ନେଇଥିବା ଝିଅମାନେ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ, ଦେଖନ୍ତୁ ଆପଣଙ୍କ ଜନ୍ମମାସବି ଥାଇପାରେ

ଝିଅମାନଙ୍କୁ ଦେବୀଙ୍କର ରୂପ ବୋଲି କୁହାଯାଇଥାଏ । ହିନ୍ଦୁ ଧର୍ମରେ ଝିଅମାନଙ୍କୁ ତ ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଥାଏ । ଶାସ୍ତ୍ରରେ ନାରୀଙ୍କୁ ପୂଜନୀୟ ବୋଲି କୁହାଯାଇଛି । ଏହା ବି କୁହାଯାଇଛି କି ନାରୀ ମାନଙ୍କ ଭିତରେ ଲକ୍ଷ୍ମୀ ବାସ କରିଥାନ୍ତି । ଏଥିପାଇଁ ଯେଉଁ ଘରେ ଝିଅର ଜନ୍ମ ହୋଇଥାଏ କୁହାଯାଏ କି ଘରକୁ ଲକ୍ଷ୍ମୀ ଆସିଛନ୍ତି । ଝିଅମାନେ ପରିବାରକୁ ସୁଖ ସମୃଦ୍ଧି ଆଣିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅମାନେ ଜନ୍ମ ହୋଇଥିବା ମାସ ତାଙ୍କୁ ବହୁତ ଭାଗ୍ୟଶାଳୀ କରିଥାଏ ।

କିଛି ମାସ ଶୁଭ ହୋଇଥାଏ ଓ ସେହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ବହୁତ ଭାଗ୍ୟଶାଳୀ ଓ ସାକ୍ଷାତ ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି ମାସଗୁଡିକରେ ଜନ୍ମ ନେଇଥିବା ଝିଅମାନେ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ, କଣ ଆପଣ ବି ଅଟନ୍ତି ଏମାନଙ୍କ ଭିତରୁ ଜଣେ ।

ଏହି ଝିଅମାନେ କେବଳ ନିଜ ଘର ପାଇଁ ନୁହେଁ ବରଂ ଶାଶୁଘର ପାଇଁ ବି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସହଜରେ ସମସ୍ତଙ୍କ ହୃଦୟ ଜିତି ନେଇଥାନ୍ତି ଓ ସମସ୍ତଙ୍କ ସାମାନାରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ କଷ୍ଟ କରିବାକୁ ପଡି ନଥାଏ । ଏହି ମାସରେ ଜନ୍ମ ନେଇଥିବା ଝିଅମାନେ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ ।

ଫେବୃୟାରୀ

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଏବଂ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି । ଏହି ଝିଅମାନଙ୍କୁ ବିବାହ ପରେ ବି ଖାଲି ଭଲ ଘର ନୁହେଁ ବରଂ ଭଲ ମଣିଷ ବି ମିଳିଥାନ୍ତି ଯେଉଁ ମାନେ ତାଙ୍କୁ ବହୁତ ଭଲ ପାଇଥାନ୍ତି , ଏହା ସହିତ ଏମାନେ ଘରକୁ ସୁଖ ସମୃଦ୍ଧି ଆଣି ଆସିଥାନ୍ତି ।

ଏପ୍ରିଲ

ଏହି ମାସରେ ଜନ୍ମ ନେଇଥିବା ଝିଅମାନଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସ ବହୁତ ଶୁଭ ହୋଇଥାଏ ।  ଏହି ମାସରେ ଜନ୍ମ ନେଇଥିବା ଝିଅମାନଙ୍କର ଗ୍ରହ ସ୍ଥିତି ବହୁତ ଶକ୍ତିଶାଳୀ ହୋଇଥାଏ, ଯାହା ତାଙ୍କୁ ସବୁ ସଫଳତା ପାଖରେ ପହଞ୍ଚାଇଥାଏ । ଏହି ଝିଅମାନେ ଯେଉଁ ଘରେ ଥାଆନ୍ତି ସେହି ଘରେ କୌଣସି ଜିନିଷର ଅଭାବ ରୁହେ ନାହିଁ । ଏମାନେ ଯେଉଁ ପୁଅକୁ ବିବାହ କରିଥାନ୍ତି ତାଙ୍କ ଭାଗ୍ୟ ବି ହଠାତ ଏମିତି ବଦଳି ଯାଇଥାଏ  କି ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାନ୍ତି ।

ଜୁନ

 

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଲକ୍ଷ ହାସଲ କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ଓ ତାଙ୍କୁ ଭଲ ଫଳ ବି ମିଳିଥାଏ । ଏମାନେ ନିଜକୁ ଅନ୍ୟ ଆଗରେ ପ୍ରମାଣିତ କରିବା ପାଇଁ ସକ୍ଷମ ହୋଇଥାନ୍ତି ।

ସେପ୍ଟେମ୍ବର

 

ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଜାତକରେ ଚନ୍ଦ୍ର ,ବୁଧ ଓ ଶୁକ୍ର ଏହି ତିନୋଟି ଗ୍ରହଙ୍କ ଚଳନର ମିଳନ ହୋଇଥାଏ । ଏହି କାରଣରୁ ସେମାନେ ବହୁତ ଧନୀ ହୋଇଥାନ୍ତି ,ଏମାନଙ୍କୁ ତାଙ୍କ ଭାଗ୍ୟ ବଳରେ ସବୁକିଛି ମିଳିଥାଏ । ଏମାନଙ୍କର ବିବାହ ବହୁତ ଭଲ ଘରେ ହୋଇଥାଏ ।

Leave a Reply

Your email address will not be published. Required fields are marked *