ACF Soumyaranjan ଡେଥ ମିଷ୍ଟ୍ରି: ସେଦିନ ହସ୍ପିଟଲରୁ ବିଦ୍ୟାଭରତୀଙ୍କୁ ଘରକୁ ନେଇ ଆସିଥିବା ଗାଡି ଡ୍ରାଇଭର ଖୋଲିଲେ ଅନେକ ରାଜ, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଡ୍ରାଇଭର କହିଲେ ସେଦିନ ରାତିର ସତ କଥା । ଦୋଷୀ କୁ ଦେଖିଲେ ତା ମୁହଁ ରୁ ଜଣାପଡି ଯିବ କି ସେ ଦୋଷ କରିଛି କି ନାହିଁ ବୋଲି । ମୁଁ ୨ କହିଲେ ତାଙ୍କୁ ନ୍ୟାୟ ମିଳିବ କି… ଯଦି ଦେବ କୁହ ତାହେଲେ ଅନେକ କଥା କହିବି ।

ଏସିଏଫ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ରେ ବାହାରିବାକୁ ଲାଗିଛି ଅନେକ ଖିଅ । ଦିନ କୁ ଦିନ ଏହି ଘଟଣା ଟି ଅଡ଼ୁଆ ସୁତା ରେ ଗୁଡ଼ାଇ ହେଲା ଭଳି ହୋଇ ଯାଉଛି । ପୋଲିସ ର ତଦନ୍ତ ରେ ଅନେକ ତଥ୍ୟ ମିଳୁଛି କିନ୍ତୁ ଏପର୍ଯ୍ୟନ୍ତ ଦୋଷୀ କୁ ଧରି ପାରି ନାହିଁ ସେହି ଭିତରେ ବିଦ୍ୟା ଭାରତୀ ଙ୍କୁ ଆଣିଥିବା ଡ୍ରାଇଭର ବଖାଣି ଛନ୍ତି ସେଦିନ ରାତିର ଘଟଣା ସମ୍ପର୍କରେ ।

ଏହି ଡ୍ରାଇଭର ହେଉଛନ୍ତି ସିଏ ଯିଏ ବିଦ୍ୟା ଭାରତୀ ଏବଂ ତାଙ୍କ ବାପା ମାଆ ଙ୍କୁ ସେଦିନ ରାତିରେ କଟକ ଏସିବି ନେଇ ଯାଇଥିଲେ ଏବଂ ସେଠାରୁ ବିଦ୍ୟା ଭାରତୀ ଙ୍କୁ ସଙ୍ଗରେ ନେଇ ଗଉଡ଼ ଗାଁ କୁ ଫେରିଥିଲେ । ଡ୍ରାଇଭର ଜଣଙ୍କ ନାମ ହେଉଛି ଦିବାକର ମହାପାତ୍ର । ସେ କ୍ୟାମେରା ଆଗରେ କିଛି ନ କହି ମଧ୍ୟ କ୍ୟାମେରା ପଛରେ ସେ ବହୁତ କଥା କହି ଦେଇଛନ୍ତି । ସେଦିନ ରାତି ପ୍ରାୟ ୯:୩୦ ରେ ସେ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ରେ ଭୁବନେଶ୍ୱର ରୁ ଫେରିଥିଲେ କଟକ ଏସିବି କୁ ।

ସେଠାରେ ପହଁଚିବା ବେଳେ ସୌମ୍ୟ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ କିନ୍ତୁ ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ନେବା ପାଇଁ ଉଭୟ ପରିବାର କଥା ହେଉଥିବାର କହିଛନ୍ତି ଡ୍ରାଇଭର । ତେବେ ଏହା ଛଡା ସେ ଏହା ମଧ୍ୟ କହିଛନ୍ତି କି ସେଦିନ ଘଟଣା ଘଟିବା ସମୟରେ ଯିଏ ସେଠାରେ ଥିଲେ ତାଙ୍କୁ ନ ପଚାରି ମୋତେ କଣ ପାଇଁ ପଚାରୁଛ ବୋଲି କହିଥିଲେ ଦିବାକର ।

ଏହା ମଧ୍ୟ କହିଛନ୍ତି କି ଦୋଷୀ କୁ ଦେଖିଲେ ତା ମୁହଁ ରୁ ଜଣାପଡି ଯିବ ସେ ଦୋଷ କରିଛି କି ନାହିଁ ଏବଂ ପୋଲିସ ଏଣେ ତେଣେ ତଦନ୍ତ କରୁଛି । ଯଦି ମୁଁ କିଛି କହିବା ଦ୍ୱାରା ପୋଲିସ ଅଭିଯୁକ୍ତ କୁ ଧରିବ ତେବେ କୁହ ମୁଁ ସବୁ ସତ କଥା କହିବି ଏବଂ ସେଦିନ ଘଟଣା ସମୟରେ ଥିବା ଲୋକ ମାନଂକୁ ପଚରାଉଚରା କରିଲେ ମୁଖ୍ୟ ଅଭିଯୁକ୍ତ କିଏ ଧରାପଡିବ ବୋଲି ମଧ୍ୟ ସେ କହୁଛନ୍ତି । ହେଲେ ପୋଲିସ ତା ମନ ଇଚ୍ଛା ତଦନ୍ତ କରୁଛି ।

ସବୁ ପରେ ରାତି ପ୍ରାୟ ୨ଟାରୁ ୩ଟା ସମୟରେ ଗାଡି ଏସିବି ରେ ପହଁଚିବା ବେଳେ ସେଠାରେ ଯେତେବେଳେ ସୌମ୍ୟ ଙ୍କୁ ମୃତ୍ୟୁ ଘୋଷିତ କରାଗଲା ଦିନ ପ୍ରାୟଃ ୧୧ ଟା ପାଖା ପାଖି ବିଦ୍ୟାଭାରତୀ ଙ୍କୁ ସଙ୍ଗରେ ଧରି ତାଙ୍କ ବାପା ମାଆ ଫେରି ଆସିଥିଲେ ଗଉଡ଼ ଗାଁ କିନ୍ତୁ ରାସ୍ତା ରେ ଆସିବା ବେଳେ ବିଦ୍ୟା ଭାରତୀ ଙ୍କ ମନ ରେ କୌଣସି ବି ଦୁଃଖ ନଥିଲା ବୋଲି କହିଛନ୍ତି ଡ୍ରାଇଭର ଦିବାକର । ଦିବାକର ଙ୍କ ର ଏହି ବୟାନ ବିଦ୍ୟା ଭାରତୀ ତଥା ତାଙ୍କ ପରିବାର ପ୍ରତି ଆହୁରି ଅଧିକ ସନ୍ଦେହ ବଢ଼େଇ ଦେଉଛି ।

Leave a Reply

Your email address will not be published. Required fields are marked *