Vastu Tips- ବିଛଣା ଉପରେ ବସି ଭୁଲରେ ବି କରନ୍ତୁ ନାହିଁ ଭୋଜନ, ଜାଣନ୍ତୁ ଖାଦ୍ୟ ଖାଇବାର ସଠିକ ନିୟମ

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଭିତରେ ସକରାତ୍ମକ ଭାବନା ଓ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଅନେକ ଗୁଡିଏ ନୀତି ନିୟମ ରହିଛି । ଆଧୁନିକ ଜୀବନଶୈଳୀରେ ଆମ ଜୀବନରେ ଅନେକ ଗୁଡିଏ ପରିବର୍ତ୍ତନ ଆସିଛି । ଯାହା ଫଳରେ ବହୁତ ଲୋକ ନିଜ ସଂସ୍କୃତିକୁ ଭୁଲିବାକୁ ଲାଗିଛନ୍ତି । ଯାହାର ପ୍ରଭାବ ତାଙ୍କ ଜୀବନ ଉପରେ ପଡିଥାଏ । ଯେଉଁଠି ପ୍ରାଚୀନ କାଳରେ ଲୋକମାନେ ସମୃଦ୍ଧିର ସହିତ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହୁଥିଲେ ବର୍ତ୍ତମାନ ଲୋକମାନଙ୍କ ଆୟୁଷ ବହୁତ କମ ହେବାରେ ଲାଗିଛି । ଏହାର ଅନେକ ଗୁଡିଏ କାରଣ ରହିଛି । ଯାହା ମଧ୍ୟରୁ ଖାଦ୍ଯ ଖାଇବାର ନିୟମ ଅନ୍ଯତମ ।

ପୂର୍ବ କାଳରେ ଲୋକମାନେ ତଳେ ଆସନ ଉପରେ ବସି ଖାଦ୍ଯ ଖାଉଥିଲେ । ଯାହା ଫଳରେ ମଣିଷ ଶରୀର ଓ ପୃଥିବୀ ମାତାର ଉର୍ଜ୍ଜାର ମିଳନ ହେଉଥିଲା । ଯାହା ଫଳରେ ମଣିଷ ରୋଗାଗ୍ରସ୍ତ ହେଉ ନଥିଲେ । ଆଜି କାଲିର ଲୋକମାନଙ୍କ ମଧ୍ୟରେ କମ୍ଜୋରି ଆସିବା ସାଧାରଣ କଥା ହୋଇ ଗଲାଣି । ବାସ୍ତୁ ଶାସ୍ତ୍ର ଅନୁସାରେ ଖାଦ୍ଯ ଖାଇବା ବେଳେ କିଛି ନୀତି ନିୟମ ପାଳନ କରିବାକୁ ପଡିଥାଏ । ଯାହାକି ବୈଜ୍ଞାନିକ ଦୃଷ୍ଟିକୋଣ ହିସାବରେ ଠିକ ବୋଲି ପ୍ରମାଣିତ ହୋଇ ସାରିଛି ।

ଯାହାକୁ ପ୍ରାଚୀନ କାଳରେ ଆମକୁ ମୁନି ରୁଷୀ ମାନେ କହିଥିଲେ ତାହାକୁ ବର୍ତ୍ତମାନ ବୈଜ୍ଞାନିକମାନେ କହୁଛନ୍ତି । ଏହା ସହିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖାଦ୍ଯ ଖାଇବାର ନିୟମକୁ ନେଇ ଆମ ଜୀବନରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ହୋଇଥାଏ । ଯାହାର ପ୍ରଭାବ ଆମ ଜୀବନଶୈଳୀ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ଖାଦ୍ଯ ଖାଇବାର ନିୟମ ବିଷୟରେ ।

୧. ସାଧାରଣତଃ ଖାଦ୍ଯ ଖାଉଥିବା ସ୍ଥାନକୁ ବୃହସ୍ପତି ଙ୍କର ସ୍ଥାନ କୁହାଯାଏ । ଯାହାକୁ କେବେ ବି ଉପରେ ବା ସୌଚାଳୟ ପାଖରେ କରିବା ଅନୁଚିତ ଅଟେ । ଭୋଜନ ଗୃହ ସୌଚାଳୟ ସାମ୍ନାରେ ରହିବା ଅନୁଚିତ । ଖାଦ୍ଯ ଖାଉଥିବା ସମୟରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ଖାଇବା ଉଚିତ । ଯାହା ଫତରେ ମଣିଷକୁ ସୁସ୍ଥ ଶରୀର ଓ ଭୋଜନରେ ଆନନ୍ଦ ଲାଭ ହୋଇଥାଏ । ଯେଉଁମାନଙ୍କର ପିତା ମାତା ଜୀବିତ ଅଛନ୍ତି ସେମାନେ କେବେ ବି ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ଯ ଖାଇବା କଥା ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ପଶ୍ଚିମ ବା ନୈରୁତ କୋଣକୁ ମୁଖ କରି ଭୋଜନ କଲେ ପାଚନ ଶକ୍ତି ହ୍ରାସ ପାଇଥାଏ ।

୨. ଖାଦ୍ଯ ଖାଇବା ପୂର୍ବରୁ କରନ୍ତୁ ଏହି ସବୁ ଉପାୟ

ଖାଦ୍ଯ ଖାଇବା ପୂର୍ବରୁ ହାତକୁ ଭଲ ଭାବେ ପରିଷ୍କାର କରି ନିଅନ୍ତୁ ଓ ପାଦ ମଧ୍ୟ ଧୁଅନ୍ତୁ । ଏହା କରିବା ଫଳରେ ଆୟୁଷ ବୃଦ୍ଧି ହୋଇଥାଏ । ଓଦା ପାଦରେ ଖାଦ୍ଯ ଖାଇବା ଶୁଭ ମନାଯାଇଥାଏ । ଜଳ ପଞ୍ଚତତ୍ଵ ମଧ୍ୟରୁ ଗୋଟିଏ ଅଟେ । ତେଣୁ ତଳେ ବସି ଖାଇବା ଦ୍ଵାରା ପୃଥିବୀ ଓ ଜଳର ମିଶ୍ରଣ ହୋଇଥାଏ । ଯାହାକୁ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ବୋଲି କୁହାଯାଇଛି । ଯାହା ଦ୍ଵାରା ଜୀବନରେ କ୍ରୋଧର ବିନାଶ ଘଟି ଶାନ୍ତି ଆସିଥାଏ ଏବଂ ସକରାତ୍ମକ ଭାବନା ମଧ୍ୟ ସୃଷ୍ଟି ହୋଇଥାଏ ।

୩. ଅଗ୍ନି କୋଣକୁ ମୁଖ କରି ଭୋଜନ କଲେ ଯୌନ ସମ୍ବନ୍ଧୀୟ ରୋଗ ସୃଷ୍ଟି ହୋଇଥାଏ । ଶାସ୍ତ୍ର ଅନୁସରେ ତଳେ ବସି ଭୋଜନ କରିବା ଶରୀର ପାଇଁ ଉତ୍ତମ ଅଟେ । କେବେ ବି ଉପରେ ବସି ଗୋଡ ହଲାଇ ଭୋଜନ କରିବା କଥା ନୁହେଁ । ଏଥି ସହିତ ବିଛଣା ଉପରେ ବସି ଖାଦ୍ଯ ଖାଇଲେ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି । ଯେତେ ରୋଜଗାର କଲେ ମଧ୍ୟ ଅଭାବ ଅନଟନ ଲାଗି ରହିଥାଏ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *