ବିବାହ ପରେ ନିଜ ସ୍ତ୍ରୀ ଙ୍କୁ ମହାରାଣୀ ପରି ରଖିଥାନ୍ତି ଏହି ୪ ଟି ରାଶିର ପୁରୁଷ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ରାଶି ଥିବା ପୁରୁଷ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବିବାହ ପରେ ନିଜ ସ୍ତ୍ରୀ ଙ୍କୁ ମହାରାଣୀ ପରି ରଖିଥାନ୍ତି । ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ, ପ୍ରତ୍ୟେକ ନାରୀ ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ସଜାଇଥାଏ ଏବଂ ନିଜ ଜୀବନ ସାଥୀଙ୍କୁ ନେଇ ମଧ୍ୟ ଅନେକ ସ୍ବପ୍ନ ଦେଖିଥାଏ। ପ୍ରତ୍ୟେକ ନାରୀ ଚାହିଁଥାଏ ଯେ, ତାଙ୍କୁ ଭବିଷ୍ୟତରେ ଏଭଳି ଏକ ଜୀବନ ସାଥି ମିଳୁ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ ଏବଂ ଦୁନିଆ ର ସବୁ ଖୁସି ପ୍ରଦାନ କରିବ। ପ୍ରତ୍ୟେକ ନାରୀ ଚାହାନ୍ତି ଯେ, ତାଙ୍କ ଜୀବନ ସାଥି ସର୍ବଦା ତାଙ୍କ ସାଙ୍ଗରେ ରହୁ ଏବଂ ଯେକୌଣସି ପରିସ୍ଥିତି ରେ ମଧ୍ୟ ତାଙ୍କ ସାଥ ଦେଉ।

କିନ୍ତୁ ବନ୍ଧୁଗଣ ଯାହାକୁ ନେଇ ଜଣେ ନାରୀ ନିଜର ସବୁ ସ୍ବପ୍ନ ସଜାଇଥାଏ ବେଳେବେଳେ ସେହି ବ୍ୟକ୍ତି ସମସ୍ତ ସ୍ବପ୍ନକୁ ଭାଙ୍ଗି ଦେଇଥାଏ। ବନ୍ଧୁଗଣ କିଛି ଜଣଙ୍କ ସଂପର୍କ ଏଭଳି ଅଛି ଯେଉଁ ମାନଙ୍କ ମଧ୍ୟରେ କେବେବି ଭଲ ପାଇବା ନଥାଏ ଏବଂ ସର୍ବଦା କଳି ଝଗଡ଼ା ଲାଗି ରହିଥାଏ। ଯାହାଦ୍ୱାରା ସମ୍ପର୍କ ଭାଙ୍ଗି ଯାଇଥାଏ। ବନ୍ଧୁଗଣ ସଂକ୍ଷେପରେ କହିବାକୁ ଗଲେ ଗୋଟିଏ ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ବିଶ୍ୱାସ ଏବଂ ଭଲ ପାଇବା। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ରାଶି ଥିବା ପୁରୁଷ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବିବାହ ପରେ ନିଜ ସ୍ତ୍ରୀ କୁ ମହାରାଣୀ କରି ରଖିଥାନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ କଣ।

୧. ବନ୍ଧୁଗଣ ପ୍ରଥମ ରାଶି ଟି ହେଉଛି, ‘ମେଷ ରାଶି’। ବନ୍ଧୁଗଣ ଏହି ରାଶି ଥିବା ପୁରୁଷ ମାନେ ଅତ୍ୟନ୍ତ ଯତ୍ନବାନ ହୋଇଥାନ୍ତି। ଏମାନେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ଯତ୍ନ ନିଅନ୍ତି। ଏମାନେ ନିଜ ସ୍ତ୍ରୀ ଙ୍କ ଛୋଟବଡ଼ ଆବଶ୍ୟକତା କୁ ମଧ୍ୟ ପୂରଣ କରିଥାନ୍ତି। ଏହି ରାଶି ର ପୁରୁଷ ମାନଙ୍କୁ ଯେଉଁ ନାରୀ ବିବାହ କରିଥାଏ ସେ ସର୍ବଦା ଖୁସି ରେ ରହିଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ରାଶି ଟି ହେଉଛି, ‘ମକର ରାଶି’। ବନ୍ଧୁଗଣ ଏହି ରାଶି ଥିବା ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କୁ ନେଇ ସର୍ବଦା ଗର୍ବିତ ଥାଆନ୍ତି ଏବଂ ଏମାନେ ସର୍ବଦା ନିଜ ସ୍ତ୍ରୀ ଙ୍କୁ ଜୀବନ ରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାନ୍ତି। ଯଦି ତାଙ୍କ ସ୍ତ୍ରୀ କୌଣସି କ୍ଷେତ୍ରରେ ଉନ୍ନତି ହାସଲ କରନ୍ତି ତେବେ ଏମାନେ ବହୁତ ଖୁସି ହୋଇଥାନ୍ତି। ଏମାନେ ନିଜ ସ୍ତ୍ରୀ ଙ୍କ ପାଇଁ ନିଜ ଜୀବନ ଦେବା ପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହି ରାଶିର ପୁରୁଷ ମାନେ କେବେବି ଅନ୍ୟ ସ୍ତ୍ରୀ ଉପରେ ଖରାପ ନଜର ପକାନ୍ତି ନାହିଁ ଏହି କାରଣ ଯୋଗୁଁ ଏମାନଙ୍କ ସମ୍ପର୍କ ଅତ୍ୟନ୍ତ ମଜବୁତ ହୋଇଥାଏ।


୩. ବନ୍ଧୁଗଣ ତୃତୀୟ ରାଶି ଟି ହେଉଛି, ‘ଧନୁ ରାଶି’। ବନ୍ଧୁଗଣ ଏହି ରାଶିର ପୁରୁଷ ମାନେ ସର୍ବଦା ନାରୀ ଙ୍କୁ ସମ୍ମାନ ଦେଇଥାନ୍ତି ଏବଂ ଏମାନେ ପୁଅ ଏବଂ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ରଖନ୍ତି ନାହିଁ। ଏମାନେ ନିଜ ସ୍ତ୍ରୀ ଙ୍କୁ କୌଣସି ହୀରା ଠାରୁ ମଧ୍ୟ କମ ଭାବନ୍ତି ନାହିଁ ଏବଂ ଏମାନେ ସର୍ବଦା ନିଜ ସ୍ତ୍ରୀ ଙ୍କ ମୁଖ ରେ ହସ ଆଣିବା ନିମନ୍ତେ ସମସ୍ତ ପ୍ରକାର ପ୍ରୟାସ କରନ୍ତି। ଏହି ରାଶିର ପୁରୁଷ ମାନଙ୍କୁ ଯେଉଁ ନାରୀ ବିବାହ କରିଥାଏ ସେ ଜୀବନ ରେ ସବୁବେଳେ ହସଖୁସିରେ ରହିଥାଏ।


୪. ବନ୍ଧୁଗଣ ଚତୁର୍ଥ ରାଶି ଟି ହେଉଛି, ‘କୁମ୍ଭ ରାଶି’। ବନ୍ଧୁଗଣ ଏହି ରାଶି ଥିବା ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଏମାନେ ବହୁତ ରୋମାଂଟିକ ସ୍ଵଭାବ ର ହୋଇଥାନ୍ତି। ଏମାନେ ବେଳେବେଳେ ନିଜ ପରିବାର ତୁଳନା ରେ ନିଜ ସ୍ତ୍ରୀ ଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏହି ରାଶିର ପୁରୁଷ ମାନଙ୍କୁ ଯେଉଁ ନାରୀ ବିବାହ କରିଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାଏ ଏବଂ ଏମାନଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ହୋଇଥାଏ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *