ପ୍ରତିଦିନ ଆପଣ ଖାଉଛନ୍ତି କି ଭୁର୍ସଙ୍ଗ ପତ୍ର, ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ – Health Tips

ବନ୍ଧୁଗଣ ଆଜି ମୁଁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଛି ଯାହାର ପତ୍ରର ବ୍ୟବହାର ଆମେ ଖାଦ୍ଯର ସ୍ଵାଦ ବଢାଇବା ପାଇଁ କରିଥାଉ । ଏହାର ଉପକାରିତା ବୋଧ ହୁଏ ବହୁତ କମ ଲୋକଙ୍କୁ ଜଣା । ଯେଉଁମାନଙ୍କୁ ଏହାର ଗୁଣ ବିଷୟରେ ଜ୍ଞାନ ଅଛି ସେମାନେ ପ୍ରତିଦିନ ଏହାର ସେବନ କରିଥାନ୍ତି । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଓ ଆୟୁର୍ବେଦ ଅନୁଯାୟୀ ବହୁତ ପୋଷକ ତତ୍ଵ ରେ ଭରପୁର ହୋଇଥାଏ । ଏହା ବହୁତ ସାରା ରୋଗକୁ ଦୂର କରିବାରେ କାମରେ ଆସିଥାଏ ।

ଏହି ଗଛର ନାମ ହେଲା ଭୁରସଙ୍ଗ ଗଛ । ବନ୍ଧୁଗଣ ଭୁରସଙ୍ଗ ଗଛରେ ଏତେ ଆୟୁର୍ବେଦିକ ତ୍ୟତ୍ଵ ମିଳିଥାଏ କି ଯାହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଦୂର କରିପାରେ । ଯଦି ଆପଣ ଭୁରସଙ୍ଗ ଗଛର ସେବନ କରୁ ନାହାଁନ୍ତି ତେବେ ଆଜି ଠାରୁ ହିଁ ଏହାର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣଙ୍କୁ କୋଲେଷ୍ଟ୍ରୋଲ ସମସ୍ଯା ଅଧିକ ରହିଛି ତେବେ ଭୁରସଙ୍ଗ ପତ୍ରର ସେବନ ଆପଣଙ୍କ ପାଇଁ ଲାଭ ଦାୟକ ଅଟେ । କାରଣ ଏହାର ସେବନ ଦ୍ଵାରା ଆପଣଙ୍କ କୋଲେଷ୍ଟ୍ରୋଲ କୁ କମ କରିବାରେ ଏହା ସାହାର୍ଯ୍ୟ କରିଥାଏ ।

୨. ହାର୍ଟ ସମ୍ବନ୍ଧିତ ରୋଗୀଙ୍କ ପାଇଁ ଭୁରସଙ୍ଗ ପତ୍ର ସେବନ କରିବା ମଧ୍ୟ ବହୁତ ଲାଭଦାୟକ ଅଟେ ।

୩. ଯଦି ଆପଣଙ୍କ କେଶ ଅଧିକ ଉପୁଡୁଛି ତେବେ ଆପଣ ନିହାତି ଭୁରସଙ୍ଗ ପତ୍ର ସେବନ କରନ୍ତୁ । ଭୁରସଙ୍ଗ ପତ୍ର ର ସେବନ ଦ୍ଵାରା ଆପଣଙ୍କ କେଶ ଘନ, ଲମ୍ବା ଓ ଚମକଦାର ବନିଥାଏ । ଏହାକୁ ସେବନ କରିବା ଦ୍ଵାରା କେଶ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଥାଏ ।

୪. ଯଦି ଆପଣଙ୍କୁ ବ୍ଲଡ ସୁଗାର ର ସମସ୍ଯା ଅଛି ତେବେ ଆପଣ ଭୁରସଙ୍ଗ ପତ୍ରର ସେବନ ନିହାତି କରନ୍ତୁ । ଏହା ଆପଣଙ୍କ ବ୍ଲଡ ସୁଗାର କୁ କଣ୍ଟ୍ରୋଲ ରେ ରଖିବାରେ ବହୁତ ସହାୟକ ହୋଇଥାଏ ।

୫. ଆପଣଙ୍କ ପେଟ ଓ ଲିଭର ପାଇଁ ବି ଭୁରସଙ୍ଗ ପତ୍ର ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କ ପେଟରେ ଗ୍ଯାସ ଓ ଏସିଡିଟି ଭଳି ସମସ୍ଯା ଅଛି ତେବେ ଭୁରସଙ୍ଗ ପତ୍ରର ସେବନ ନିହାତି କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ଯଦି ଆପଣଙ୍କ ଲିଭର ରେ କିଛି ସମସ୍ଯା ଅଛି କିମ୍ବା ଆପଣଙ୍କର ଖାଦ୍ଯ ହଜମ ହେଉ ନାହିଁ ତେବେ ଆପଣ ଭୁରସଙ୍ଗ ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଆପଣଙ୍କର ଏହି ସମସ୍ଯା ମଧ୍ୟ ଦୂରେଇଯିବ । ଭୁରସଙ୍ଗ ପତ୍ର ତ ଆପଣଙ୍କ ବାଡିରେ ଅତି ସହଜରେ ମିଳିଯିବ । ଏହାକୁ ଆପଣ ନିଜ ତରକାରୀରେ ପକାଇ ସେବନ କରି ପାରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *