ଓଡିଶାର ଲୋକପ୍ରିୟ ଅଭିନେତା Hara Pattanaik ଙ୍କ Family & Biography

ଓଡିଆ ଚଳଚିତ୍ର ଜଗତର ଖଳନାୟକ କହିଲେ ପ୍ରଥମ ନାମଟି ଆସେ ହର ପଟ୍ଟନାୟକ । ହର ପଟ୍ଟନାୟକ ଯେତେବେଳେ ଓଡିଆ ଫିଲ୍ମ ରେ ଖଳନାୟକ ରୂପେ ଅଭିନୟ କରୁଥିଲେ ଓଡିଶାର ଲୋକ ଭୁଲି ଯାଉଥିଲେ ସେ ମଧ୍ୟ ଜଣେ ସାଧାରଣ ମଣିଷ । ସମସ୍ତେ ଭାବି ନେଉଥିଲେ ସେ ସତରେ ଜଣେ ଖଳନାୟକ । ସେ ସତରେ ଜଣେ ମର୍ଡରର । ଏମିତି ଓଡିଆ କଳାକାର ଆମ ଅଲିଉଡ ଇଣ୍ଡଷ୍ଟ୍ରିକୁ କେବେ ଭବିଷ୍ୟତରେ ମିଳିବ କି ନାହିଁ ଆମେ ଜାଣିନୁ ।

ଆଜି ସେହି ହର ପଟ୍ଟନାୟକ ଙ୍କ ବିଷୟରେ କିଛି ଅଜଣା କଥା ଆମେ ଜାଣିବା । ତାଙ୍କ ସ୍ତ୍ରୀ କିଏ ତାଙ୍କ ପିଲାମାନେ ଏବେ କେଉଁଠି ଅଛନ୍ତି ସେ ଆମ ଓଡିଆ ଫିଲ୍ମ ଜଗତକୁ କଣ ମୂଲ୍ଯବାନ ଜିନିଷ ଦେଇ ଯାଇଛନ୍ତି ଏମିତି ବହୁତ କିଛି ଅଜଣା କଥା ଜାଣିବା ।

ହର ପଟ୍ଟନାୟକ କେବଳ ଜଣେ ଅଭିନେତା ନୁହେଁ, ସ ଜଣେ ନିର୍ଦେଶକ, ପ୍ରଯୋଜକ, ଚିତ୍ର ନାଟ୍ଯ ଲେଖକ ମଧ୍ୟ ଥିଲେ । ସେ ଜଣେ ଗାୟକ ମଧ୍ୟ ଥିଲେ । ସେ କିଛି ଗୀତ ମଧ୍ୟ ଗାଇଥିଲେ । ସେ ୨୦୧୨ ମସିହାରେ ନିଜର ଶେଷ ଓଡିଆ ଫିଲ୍ମ ତୋ ଆଖିରେ ମୁଁ, ଓମ ସାଇ ରାମ କରିଥିଲେ । ତା ପରେ କର୍କଟ ରୋଗରେ ପୀଡିତ ହୋଇ ୨୦୧୫ ମସିହାରେ ତାଙ୍କର ଦେହାନ୍ତ ହୋଇଗଲା ।

ହର ପଟ୍ଟନାୟକଙ୍କ ସ୍ତ୍ରୀଙ୍କ ନାମ ହେଉଛି ଝରଣା ପଟ୍ଟନାୟକ । ସେ ଝରଣା ପଟ୍ଟନାୟକ ଙ୍କୁ ୧୯୯୦ ମସିହାରେ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଅଛନ୍ତି ଅନନ୍ୟା ପଟ୍ଟନାୟକ, ଓ ଆର୍ଯ୍ୟା ପଟ୍ଟନାୟକ । ତାଙ୍କ ଭାଇଙ୍କ ନାମ ଦେବୁ ପଟ୍ଟନାୟକ । ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରି ରେ ରାଜ କରୁଥିବା ବାବୁସାନ ମହାନ୍ତି , ଅନୁଭବ ମହାନ୍ତି ଓ ସବ୍ୟସାଚୀଙ୍କୁ ଏହି ଓଡିଆ ଇଣ୍ଡଷ୍ଟ୍ରି କୁ କିଏ ଆଣିଥିଲା ଜାଣନ୍ତି ।

ସେ ହେଉଛନ୍ତି ହର ପଟ୍ଟନାୟକ । ଯଦି ହର ପଟ୍ଟନାୟକ ନଥାନ୍ତେ ତେବେ ଏହି ୩ ଜଣ ଆଜି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ହୋଇ ନଥାନ୍ତେ । ହର ପଟ୍ଟନାୟକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ୨୦ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ । ସେ ୬୦ ଟି ଓଡିଆ ଫିଲ୍ମ କରିଛନ୍ତି । ଏହା ଛଡା ୨୦ ଟି ଫିଲ୍ମ ରେ ପ୍ରଯୋଜକ ଓ ଡ଼ିରେକ୍ଟର ଭାବେ ମଧ୍ୟ କାମ କରିଥିଲେ ।

ହର ପଟ୍ଟନାୟକ ଙ୍କ ଜନ୍ମ ୧୨ ଅକ୍ଟୋବର ୧୯୫୮ ମସିହାରେ କଟକ ଜିଲ୍ଲାରେ ହୋଇଥିଲା ଓ ୧୩ ଜାନୁୟାରୀ ୨୦୧୫ ମସିହାରେ ଭୁବନେଶ୍ବରରେ ତାଙ୍କର କର୍କଟ ରୋଗ ଯୋଗୁ ଦେହାନ୍ତ ହୋଇଗଲା । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା ।

ବର୍ତ୍ତମାନ ତାଙ୍କର ଦୁଇ ଝିଅଙ୍କର ବିବାହ ହୋଇ ସାରିଛି । ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ହର ପଟ୍ଟନାୟକଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *