ଭୁଲରେ ବି ଘରର ଏହି ଜାଗାରେ ଲଗାନ୍ତୁ ନାହିଁ ପିତୃ ପୁରୁଷଙ୍କ ଫଟୋ, ମାଡି ଆସିଥାଏ ବିପଦ

ପୂଜାଘର ଏକ ଏମିତି ଜାଗା ହୋଇଥାଏ ଯେଉଁଠି ଆମେ ଆମର ଦେବା ଦେବୀଙ୍କୁ ରଖିଥାଉ , ସେଠି ପ୍ରତିଦିନ ପୂଜା ଅର୍ଚ୍ଚନା କରାଯାଇଥାଏ , ଏହା ଦ୍ଵାରା ଆମ ମନଙ୍କୁ ମାନସିକ ଶାନ୍ତି ମିଳିଥାଏ ଓ ତା ସହିତ ଘରେ ଏକ ପଜିଟିଭ ଏନର୍ଜି ଉତ୍ପନ୍ନ ହୋଇଥାଏ । ଠାକୁରଙ୍କୁ ହୃଦୟର ସହ ଭକ୍ତି କରିବା ଦ୍ଵାରା ମନର ଇଛା ମଧ୍ୟ ପୂରଣ ହୋଇଥାଏ , ଏହା ଦ୍ଵାରା ଘରେ ସୁଖ , ଶାନ୍ତି ଓ ସମୃଦ୍ଧି ଆସିଥାଏ । କେତେ ଥର ଜଣା ଅଜଣାରେ ପୁଜା ସ୍ଥାନରେ କିଛି ଭୁଲ ମଧ୍ୟ ହୋଇଯାଇଥାଏ , ଏହି ଭୁଲ ଆପଣଙ୍କ ଖୁସି ଉପରେ ପ୍ରଭାବ ପକାଇପାରେ ।

ପୂଜା ଘରେ ରଖନ୍ତୁ ନାହିଁ ପୂର୍ବପୁରୁଷଙ୍କ ଫଟୋ

କେତେକ ଲୋକ ନିଜ ପୂଜା ସ୍ଥାନରେ ପୂର୍ବପୁରୁଷଙ୍କ ଫଟୋ ରଖି ଦିଅନ୍ତି , ଆପଣଙ୍କୁ ଏହା କରିବା କଥା ନୁହେଁ , ଏମିତିରେ ପିତୃ ପୁରୁଷ ବି ଦେବତାଙ୍କ ଭଳି ଶକ୍ତିଶାଳୀ ହୋଇଥାନ୍ତି କିନ୍ତୁ ଆମେ ତାଙ୍କୁ ଦେବତାଙ୍କ ସ୍ଥାନ ଦେଇ ପାରିବା ନାହିଁ , ଶାସ୍ତ୍ର ଅନୁସାରେ ଦେବତାଙ୍କ ପାଖରେ ପୂର୍ବପୁରୁଷଙ୍କ ଫଟୋ ରଖିବା ଅଶୁଭ ହୋଇଥାଏ । ପୂର୍ବ ପୁରୁଷଙ୍କ ଫଟୋ ଘରେ ଅବଶ୍ୟ ରଖନ୍ତୁ , କିନ୍ତୁ ତା ସହିତ କିଛି ଖାସ ନିୟମର ପାଳନ ବି କରନ୍ତୁ , ତେବେ ଯାଇ ଆମକୁ ଦେବତା ଓ ପୂର୍ବପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ଏହା ହେଉଛି କାରଣ

ଶାସ୍ତ୍ର ଅନୁଯାୟୀ ସବୁ ଦେବତାଙ୍କ ପୂଜା ପୂର୍ବ ବା ଉତରମୁଖି ହୋଇଥାଏ , ଏହି ଇଶ ର ଦିଗ ଜଣାଯାଏ , ସେଥିପାଇଁ ପିତୃ ବା ଗୁରୁଙ୍କୁ ଦେବ ତୁଲ୍ୟ ହେବା ତାଙ୍କୁ ଏହି ଦିଗରେ ରଖି ପୂଜା କରିବା କଥା ନୁହେଁ । ପୂର୍ବପୁରୁଷଙ୍କ ଫଟୋକୁ ଆପଣ ଦକ୍ଷିଣ – ପଶ୍ଚିମ ଓ ପଶ୍ଚିମ ଦିଗରେ ରଖିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘର, ତାହାର ଆଖପାଖ କାନ୍ଥରେ ମୃତ ଲୋକଙ୍କର ଫଟୋ ଲଗାଇବା କଥା ନୁହେଁ , ଏହା ଦ୍ଵାରା କଷ୍ଟ ହୋଇଥାଏ ଓ ଦେବା ଦେବୀ ରାଗି ଯାଆନ୍ତି , ଏହା ଛଡା ଆପଣ ଯେଉଁ ପୂଜା ପାଠ କରନ୍ତି ତାହା ସମ୍ପୂର୍ଣ୍ଣ ହୁଏ ନାହିଁ ।

ଏହି ଜାଗାରେ ମଧ୍ୟ ଲଗାଇବେ ନାହିଁ ପୂର୍ବପୁରୁଷଙ୍କ ଫଟୋ

ବେଡ଼ରୁମ

ଆପଣ ଯେଉଁଠି ଶୁଅନ୍ତି ସେଠି ପୂର୍ବପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ , ଏହା ଦ୍ଵାରା ପରିବାରରେ କଳହ ବଢିପାରେ , ତା ସହିତ ସୁଖ ଶାନ୍ତି ମଧ୍ୟ କମ ହୋଇଯିବ ।

ରୋଷେଇ ଘରେ

ରୋଷେଇ ଘରେ ମଧ୍ୟ ମୃତ ଲୋକଙ୍କର ଫଟୋ ଲଗାନ୍ତୁ ନାହିଁ , ଏହା ଦ୍ଵାରା ଆନ୍ନପୂର୍ଣ୍ଣା ଦେବୀ ରାଗି ଯାଆନ୍ତି ।

ଜୀବିତ ଲୋକଙ୍କ ଫଟୋ ପାଖରେ

ଘରେ ଯେଉଁ ଲୋକ ଜୀବିତ ଅଛନ୍ତି ତାଙ୍କ ଫଟୋ ପାଖରେ ମୃତ ଲୋକଙ୍କ ଫଟୋ ଲଗାନ୍ତୁ ନାହିଁ, ଏହା କଲେ ଅଶୁଭ ହୋଇଥାଏ , ଯଦି ଆପଣ ଏହା କରୁଛନ୍ତି ତେବେ ଜୀବିତ ବ୍ୟକ୍ତି ଉପରେ ନାକରାର୍ତ୍ମକ ପ୍ରଭାବ ପଡ଼ିପାରେ , ଏହା ଦ୍ଵାରା ତାଙ୍କର ଆୟୁଷ ମଧ୍ୟ କମ ହୋଇପାରେ , ଓ ତା ସହିତ ତାଙ୍କର ବଞ୍ଚିବାର ଇଚ୍ଛା ମଧ୍ୟ ଶେଷ ହେବାକୁ ଲାଗେ, ସେଥିପାଇଁ ଏମିତି ଭୁଲ କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥାଏ ତେବେ ଏହାକୁ ଲାଇକ କରିବେ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରିବେ । ଏମିତି ହିଁ ନୂଆ ନୂଆ ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *