ଭୁଲରେ ବି ଏହି 3 ଜଣ ମହିଳା ପୂଜନ୍ତୁ ନାହିଁ ମା’ ଖୁଦୁରୁକୁଣୀ , ଘର ପରିବାର ହେଇପାରେ ବର୍ବାଦ

ଶ୍ରବଣ ମାସର ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନେ ଭାଇଙ୍କ ଠାରୁ ଉପହାର କାମନା କରିବା ପରେ ଭାଦ୍ରବ ମାସର ରବିବାରରେ ଘର ପରିବାରର ମଙ୍ଗଳ କାମନା କରି ଝିଅ ଓ ସ୍ତ୍ରୀମାନେ ଏହି ଖୁଦୁରୁକୁଣୀ ଓଷା ବା ପୂଜା କରିଥାନ୍ତି । ଏହା ଭାଲୁକୁଣୀ ପୂଜା ନାମରେ ବି ପରିଚିତ । ପୂର୍ବ ଓଡିଶାରେ ଏହି ପୂଜା କୁ ବହୁତ ଧୁମ ଧାମ ରେ ଭକ୍ତିର ସହିତ ପାଳନ କରା ଯାଇଥାଏ । ମା’ ମଙ୍ଗଳାଙ୍କୁ ଖୁଦୁରୁକୁଣୀ ବା ଭାଲୁକୁଣୀ ନାମରେ ପୂଜା କରିବା ସହିତ ଭାଦ୍ରବ ମାସରେ ପଡୁଥିବା ପ୍ରତି ରବିବାରରେ ଝିଅ ବୋହୁମାନେ ଏହି ଓଷା କରନ୍ତି ।

କିନ୍ତୁ ଏହି 3 ଟି ଝିଅ ଖୁଦୁରୁକୁଣୀ ପୂଜା କରିବା ସେମାନଙ୍କ ଘର ପରିବାରକୁ ନଷ୍ଟ କରିପାରେ । ଏହାର ପରିଣାମ ଘରେ ଦରିଦ୍ରତା ଓ ଅଭାବ ବୃଦ୍ଧି ହେବା ସହ ଘରର ସଦସ୍ୟଙ୍କର ଅମଙ୍ଗଳ ହୋଇଥାଏ । ଭୁଲରେ ବି ଏହି 3 ଟି ସ୍ତ୍ରୀ ପୂଜିବେ ନାହିଁ ଏହି ଶେଷ ଖୁଦୁରୁକୁଣୀ ପୂଜା । ତେବେ ଚାଲନ୍ତୁ ଜାଣିବା ସେହି 3 ସ୍ତ୍ରୀଙ୍କ ବିଷୟରେ ।

୧. ଯେଉଁ ଝିଅମାନଙ୍କର ମାସିକ ଧର୍ମ ଚାଲୁଥାଏ

ମାସିକ ଧର୍ମ ପାଳୁଥିବା ଝିଅମାନେ ଅସ୍ଵଚ୍ଛ ଓ ଅପବିତ୍ର ହୋଇଥାନ୍ତି । ତେଣୁ ଏମାନଙ୍କୁ ପବିତ୍ର, ଶୁଭ କାର୍ଯ୍ୟ ଓ ଶୁଭ ପୂଜା ଠାରୁ ଦୂରେଇ ରହିବା ଉଚିତ । ଏମାନେ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବା ମଧ୍ୟ ଅନୁଚିତ । ପୌରାଣିକ କଥାରେ ବି ଏହି ମାସିକ ଧର୍ମକୁ ବହୁତ ମହତ୍ଵ ଦିଆ ଯାଉଥିଲା । ମହିଳାଙ୍କର ଚାଲୁଥିବା ଏହି ମାସିକ ଧର୍ମ ସମୟରେ ମହିଳାମାନେ ଏକ ସ୍ଵତନ୍ତ୍ର କକ୍ଷରେ ରହୁଥିଲେ ।

ଏହା ମା’ଙ୍କର ଓଷା ହୋଇଥିଲେ ମଧ୍ୟ ଯେଉଁ ମହିଳାମାନେ ମାସିକ ଧର୍ମ ପାଳନ କରୁଛନ୍ତି ସେମାନଙ୍କ ପାଇଁ ଏହି ଖୁଦୁରୁକୁଣୀ ପୂଜା କରିବା ବର୍ଜିତ କରାଯାଇ ଅଛି ଓ ଯେଉଁମାନେ ମାସିକ ଧର୍ମର ପଞ୍ଚମ, ଷଷ୍ଠ, ଓ ସପ୍ତମ ଦିନ ପାଳନ କରୁଛନ୍ତି ସେମାନେ ମା’ଙ୍କ ପୂଜା କରି ପାରିବେ ।

୨. ମନରେ ଖରାପ ଚିନ୍ତାଧାରା, ଘର ପରିବାର ପ୍ରତି ଖରାପ ଭାବନା ରଖୁଥିବା ମହିଳା ଓ ବାଧ୍ୟରେ କରୁଥିବା ମହିଳା ମାନେ ମା’ଙ୍କର ପୂଜା ଆଦୌ କରନ୍ତୁ ନାହିଁ । ଏହିଭଳି ଝିଅ ଓ ମହିଳାମାନଙ୍କ ପୂଜା ମା’ ଗ୍ରହଣ କରନ୍ତି ନାହିଁ । ଏପରି କରିବା ଏକ ପାପ ସଦୃଶ୍ୟ ହୋଇଥାଏ । ଯାହାର ପ୍ରଭାବରେ ଘର ପ୍ରତି ବିପଦ ଓ ସମସ୍ଯା ଆଣିଥାଏ ।

୩. ଭାଦ୍ରବ ମାସର ପ୍ରତ୍ଯେକ ରବିବାର ଏକ ପବିତ୍ର ଦିନ ହୋଇଥାଏ । ଏହି ଦିନରେ ଭୁଲରେ ବି ଆମିଷ ଭକ୍ଷଣ କରିବା ଓ ଆମିଷ ଭକ୍ଷଣ କରି ଭାଲୁକୁଣୀ ପୂଜା କରିବା ଅଶୁଭ ହୋଇଥାଏ । ତେଣୁ ଆମିଷ ଭକ୍ଷଣ କରି କୌଣସି ସ୍ତ୍ରୀ ବା କୌଣସି ଝିଅ ମା’ଙ୍କ ନିକଟକୁ ଯାଆନ୍ତୁ ନାହିଁ କି ମା’ଙ୍କର ପୂଜା କରନ୍ତୁ ନାହିଁ । ଏହି ପୂଜା ଭାଇ ଓ ବାପାଙ୍କର ମଙ୍ଗଳ କାମନା କରି ଭକ୍ତି ଓ ନିଷ୍ଠାର ସହ କରିବା ଉଚିତ । ନଚେତ ଏହାର ବିପରୀତ ପ୍ରଭାବରେ ଘର ପରିବାର ବରବାଦ ହୋଇଯାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ଆଧ୍ୟାତ୍ମିକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *