ଦେଶର ଏହି ଜାଗାରେ ୧ ବର୍ଷ ପାଇଁ ଭଡାରେ ମିଳନ୍ତି ସ୍ତ୍ରୀ, କେମିତି ହେଇଥାଏ ସେମାନଙ୍କ ସୌଦା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଆଜି ଆମେ ଏମିତି କିଛି ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଥାଏ । କିନ୍ତୁ ଆଜିକାଲି ମହିଳା ମାନେ ବହୁତ ଶୋଷଣର ଶିକାର ହେଉଛନ୍ତି । ଆଗରୁ ମଧ୍ୟ ଏମିତି ହେଉଥିଲା । ବର୍ତ୍ତମାନ ଆମର ଏତେ ଆଇନ ସୁବିଧା ଥାଇ ମଧ୍ୟ ଏହାକୁ ବନ୍ଦ କରାଯାଇ ପାରୁନାହିଁ । ଆଜି ବି ଆମ ଦେଶରେ ଖରାପ କାମ ହେଉଛି ଯାହାକୁ ପରିବର୍ତ୍ତନ କରାଯାଇ ପାରୁନି । ମହିଳାମାନଙ୍କ ଉପରେ ଶୋଷଣ ଆଜି ବି ସେମିତି ହେଉଛି ଯେମିତି ଆଗରୁ ହେଉଥିଲା ।

 

ଗୋଟିଏ ବର୍ଷ ପାଇଁ ଭଡାରେ ସ୍ତ୍ରୀ

ଦେଶର ମହିଳା ମାନଙ୍କର ସୁରକ୍ଷା ପାଇଁ ଅନେକ ଆଇନ ବହିରେ ମଧ୍ୟ ବର୍ତ୍ତମାନ ମହିଳା ମାନଙ୍କୁ ଖରାପ କାମ ପାଇଁ ଅଳ୍ପ କିଛି ଟଙ୍କାରେ ବିକି ଦିଆଯାଉଛି । ଆମ ଦେଶରେ ଏମିତି ଏକ ଜାଗା ଅଛି ଯେଉଁଠି କି ମହିଳା ମାନଙ୍କୁ ଗୋଟିଏ ବର୍ଷ ପାଇଁ ନିଜର ସ୍ତ୍ରୀ ଭାବେ କିଣା ଯାଉଛି । ଏହା ଶୁଣି ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯାଇ ଥିବେ କିନ୍ତୁ ଏହି ଖବର ସମ୍ପୂର୍ଣ ଭାବେ ସତ ଅଟେ । ଏମିତି କାମ ଆମ ଦେଶର ମଧ୍ୟପ୍ରଦେଶ ରେ ହିଁ କରାଯାଉଛି ।

ମଧ୍ୟପ୍ରଦେଶ ର ଏହି ଜାଗାରେ ହେଉଛି ଏମିତି କାମ

ମଧ୍ୟପ୍ରଦେଶର ଶିବପୁର ନାମକ ଜାଗାରେ ‘ଘଡିଚା ପ୍ରଥା’ ପ୍ରଚଳିତ ଅଛି । ସେଠାରେ ବର୍ଷକୁ ଗୋଟିଏ ଥର ମେଳା ଲାଗିଥାଏ ଏବଂ ସେଠାରେ ସବୁ ମହିଳା ମାନଙ୍କୁ ଠିଆ କରି ଗୋଟିଏ ବର୍ଷ ପାଇଁ ସେମାନଙ୍କର ସୌଦା କରାଯାଇଥାଏ । ସେଠାରୁ ପୁରୁଷ ମାନେ ଆସି ନିଜ ପସନ୍ଦ ର ମହିଳାଙ୍କୁ ଟଙ୍କା ଦେଇ ଗୋଟିଏ ବର୍ଷ ପାଇଁ ନିଜର ସ୍ତ୍ରୀ ଭାବରେ କିଣି ନେଇଥାନ୍ତି । ସେଠାରେ ୧୫ ହଜାର ରୁ ୨୫ ହଜାର ପର୍ଯ୍ୟନ୍ତ ଦାମ ଲଗାଯାଇ ଥାଏ ।

ଏହି ପ୍ରଥା ଅନୁସାରେ ଝିଅ ମାନଙ୍କର ଘର ଲୋକ ପୁରୁଷ ମାନଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ତାଙ୍କ ସହିତ ବିବାହ କରିଦେଇ ଥାନ୍ତି । ଯେଉଁ ପୁରୁଷ ଅଧିକ ଟଙ୍କା ଦେଇଥାଏ ସେ ସେହି ମହିଳାଙ୍କୁ ଗୋଟିଏ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ପାଖରେ ରଖିଥାଏ । ବହୁତ ବର୍ଷ ପୂର୍ବରୁ ସେଠାରେ ଏହି କୁପ୍ରଥା ଚାଲି ଆସିଛି । କିନ୍ତୁ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏହି କୁପ୍ରଥା ବିରୁଦ୍ଧରେ କୌଣସି ଦଣ୍ଡ ବିଧାନ କରି ନାହାଁନ୍ତି । ତେବେ ଏହି ପ୍ରଥା ଉପରେ ଆପଣଙ୍କ ମତାମତ କଣ ଆମକୁ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *