ଭାରତୀୟ ସେନାର ଏହି 5 ଫୋର୍ସ (Special Forces Units) କୁ ଚିନ୍ ର ପ୍ରାଣେ ଭୟ ! ଜାଣନ୍ତୁ କଣ ସେହି 5 ଟି ଫୋର୍ସ

ବନ୍ଧୁଗଣ ଶତ୍ରୁ ପକ୍ଷକୁ ମୁହଁ ତୋଡ ଜବାବ ଦେଇ ବିଭିନ୍ନ ସମୟରେ ଆମ ଦେଶକୁ ରକ୍ଷା କରୁଛନ୍ତି ଜଳସେନା, ସ୍ଥଳସେନା ଓ ବାୟୁସେନାର ଯବାନ । ଆମ ଭାରତରେ ଏହି ତିନି ସେନାକୁ ଛାଡି ରହିଛନ୍ତି ଆହୁରି ଏମିତି କିଛି କମାଣ୍ଡ ଫୋର୍ସ ଯାହା ପାଇଁ ଆମ ଦେଶ ଅନ୍ୟ ଦେଶ ତୁଳନାରେ ରହିଛି ବହୁତ ଶକ୍ତିଶାଳୀ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି କମାଣ୍ଡ ଫୋର୍ସ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରଥମେ ଜାଣନ୍ତୁ ଭାରତର ଶକ୍ତିଶାଳୀ ପାୱାର ବ୍ଲାକ କମାଣ୍ଡ ଫୋର୍ସ ବିଷୟରେ । ବ୍ଲାକ କମାଣ୍ଡ ଏମିତି ଏକ ଫୋର୍ସ ଯିଏ କି ଦେଶ ଭିତରେ ଶତ୍ରୁ ଖୋଜିବା ହେଉ ଅଥବା ଦେଶ ଭିତରେ ପ୍ରବେଶ କରିଥିବା ଆତଙ୍କବାଦୀ ମାନଙ୍କ ସହ ଲଢେଇ କରିବା ଭଳି କାର୍ଯ୍ୟ ଅତି ସତର୍କତାର ସହ କରିଥାନ୍ତି ।

ମୁମ୍ବାଇ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବେଳେ ଏମାନେ ସଫଳତାର ସହ ଅପରେସନ କରିଥିଲେ । ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ମର୍ଗୋସ ମେରାଇନ କମାଣ୍ଡ ଫୋର୍ସ । ଏହି ଫୋର୍ସ ହେଉଛି ବିଶ୍ଵର ସବୁଠାରୁ ଭୟଙ୍କର କମାଣ୍ଡ ଫୋର୍ସ । ଆଧୁନିକ ତାମିଲପ୍ରାପ୍ତ ଏହି ଫୋର୍ସକୁ ମାନସିକ ଓ ଶାରୀରିକ କ୍ରୁରତା ସହ୍ୟ କରିବାର ଶିକ୍ଷା ମିଳିଛି ।

୧୯୮୭ ମସିହାରେ ତିଆରି ହୋଇଥିବା ଏହି ଫୋର୍ସ ଶତ୍ରୁକୁ ନିରୀକ୍ଷଣ କରିବାରେ ଧୁରନ୍ଧର । ଅପରେସନ ଲିଜ୍, ଅପରେସନ ସ୍ଵାନ ଓ କାର୍ଗିଲ ଭଳି ଯୁଦ୍ଧ ସମୟରେ ଏମାନେ ପରାକ୍ରାଷ୍ଠା ଦେଖାଇ ଛନ୍ତି । ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ୨୦୦୪ ମସିହାରେ ସ୍ଥାପନ ହୋଇଥିବା ଗରୁଡ ଫୋର୍ସ  । ଏଥିରେ ମୁଖ୍ଯତଃ ବାୟୁସେନା କମାଣ୍ଡର ମାନଙ୍କୁ ତାମିଲ ଦିଆଯାଏ । ଏମାନେ ମୁଖ୍ଯତଃ ଆକାଶ ମାର୍ଗରୁ ହିଁ ଯୁଦ୍ଧ କରନ୍ତି ।

ବିପଦରେ ପଡିଥିବା ସାଥୀଙ୍କୁ ବିଭିନ୍ନ କୌଶଳରେ ଏମାନେ ରକ୍ଷା କରିଥାନ୍ତି । ସ୍ଥଳ ସେନା ଠାରୁ ସଂପୂର୍ଣ୍ଣ ଭିନ୍ନ ଏହି ଫୋର୍ସ କଳା ଟୋପି ପିନ୍ଧି ଥାନ୍ତି । ତାମିଲ ସମୟରେ ଏମାନଙ୍କୁ ବିନା ସାହାରରେ ପର୍ବତ ଆରହୋଣ, ନିଆଁରେ ପଶିବା, ଗଭୀର ଜଳରେ ପହଁରିବା ଓ ଜଙ୍ଗଲରେ ରହିବା ଭଳି ପ୍ରଶିକ୍ଷଣ ଦିଆଯାଇଥାଏ । ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ପାରା କମାଣ୍ଡ ଫୋର୍ସ ।

ଶତ୍ରୁର ସାମ୍ନା କରିବା ଶତ୍ରୁକୁ ଖୋଜି ବାହାର କରିବା ଓ ସ୍ଵତନ୍ତ୍ର ଅପରେସନ ଆଦି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଏମାନଙ୍କୁ ଦିଆଯାଇଥାଏ । ତାମିଲ ସମୟରେ ଅମାନଙ୍କୁ ୩୫ କିଲୋ ଓଜନର ଜିନିଷ ବୋହି ୨୦ କିଲୋମିଟର ବାଟ ଦୌଡିବା ପାଇଁ କୁହାଯାଇଥାଏ । ବିଶେଷ କରି ଶାରୀରିକ ଓ ମାନସିକ ସ୍ତରରେ ଏମାନେ ସଂପୂର୍ଣ୍ଣ ସୁସ୍ଥ ଥିବା କୁହାଯାଏ । ତେବେ ବନ୍ଧୁଗଣ ଆମ ଭାରତର ଏହି ସବୁ ଫୋର୍ସ ଗୁଡିକୁ ଅନ୍ୟ ଦେଶ ମାନେ ଭୟ କରନ୍ତି ।

Leave a Reply

Your email address will not be published. Required fields are marked *