ଭାରତରେ ଅଲଗା ଅଲଗା ରଙ୍ଗର ନମ୍ବର ପ୍ଳେଟ କାହିଁକି ହୋଇଥାଏ ? ଜାଣନ୍ତୁ ଏହା ପଛର ରହସ୍ୟ !

ବନ୍ଧୁଗଣ ଯେତେବେଳେ ଆପଣ ଘରୁ ବାହାରି କୌଣସି ଗାଡି ଦେଖନ୍ତି ସେତେବେଳେ ସମସ୍ତ ଗାଡିର ଅଲଗା ଅଲଗା ନମ୍ବର ପ୍ଳେଟ ରହିଥାଏ । ଆମେ ମାନେ ସାଧାରଣତଃ ଧଳା ରଙ୍ଗ ଓ ହଳଦିଆ ରଙ୍ଗର ନମ୍ବର ପ୍ଳେଟ ଅଧିକ ଦେଖି ଥାଉ । ହେଲେ ଏହି ଦୁଇଟି ରଙ୍ଗକୁ ଛାଡି ଆହୁରି ମଧ୍ୟ ଅଲଗା ରଙ୍ଗର ନମ୍ବର ପ୍ଳେଟ ରହିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ନାଲି ରଙ୍ଗର ନମ୍ବର ପ୍ଳେଟ ଭାରତର ରାଷ୍ଟ୍ରପତି ଓ ଭାରତର ସବୁ ରାଜ୍ୟର ରାଜ୍ୟପାଳ ମାନଙ୍କ ଗାଡିରେ ବ୍ୟବହାର କରାଯାଇଥାଏ । ଏହି ଗାଡିରେ ଲାଇସେନ୍ସ ସଂଖ୍ୟା ବଦଳରେ ଭାରତର ଅଶୋକ ସ୍ତମ୍ଭର ବ୍ୟବହାର କରାଯାଇଥାଏ ।

୨. ବନ୍ଧୁଗଣ ନୀଳ ରଙ୍ଗର ନମ୍ବର ପ୍ଳେଟ ବିଦେଶୀ ପ୍ରତିନିଧି ମାନଙ୍କ ଗାଡିରେ ବ୍ୟବହାର କରାଯାଇଥାଏ । ଅର୍ଥାତ ଯେତେବେଳେ ବାହାରୁ କୌଣସି ଉଚ୍ଚ ପଦବୀର ଲୋକ ଭାରତକୁ ଆସିଥାନ୍ତି ଆଉ ଭାରତ ବୁଲି ଥାନ୍ତି ସେମାନଙ୍କ ଗାଡିରେ ନୀଳ ରଙ୍ଗର ନମ୍ବର ପ୍ଳେଟ ଲଗା ଯାଇଥାଏ ।

୩. ବନ୍ଧୁଗଣ ଯେଉଁ ଗାଡିର ନମ୍ବର ପ୍ଳେଟର ରଙ୍ଗ ହଳଦିଆ ହୋଇଥାଏ ସେହି ଗାଡି ଗୁଡିକ ବ୍ଯବସାୟିକ ବା କମର୍ଶିଆଲ ହୋଇଥାଏ । ଏହି ଗାଡି ଗୁଡିକ ବ୍ୟବସାୟ ପାଇଁ ବ୍ୟବହାର କରାଯାଇଥାଏ ହେଲେ ଏହି ଗାଡି ଚଳେଇବାକୁ ହେଲେ ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ନିହାତି ଆବଶ୍ୟକ ନଚେତ ଆପଣଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରେ ।

୪. ବନ୍ଧୁଗଣ ଯେଉଁ ଗାଡିର ନମ୍ବର ପ୍ଳେଟ କଳା ହୋଇଥାଏ  ଆଉ ସେଥିରେ ହଳଦିଆ ରଙ୍ଗରେ ନମ୍ବର ଲେଖା ଯାଇଥାଏ ତା ହେଲେ ଏହି ପ୍ରକାରର ବାହାନର ମାଲିକ ଏକ ସାଧାରଣ ମଣିଷ ହୋଇଥାଏ । ଆଉ ଏହି ଗାଡି କମର୍ଶିଆଲ ଅଟେ ହେଲେ ଏହି ଗାଡିକୁ କଷ୍ଟମର ନେଇ ବ୍ୟବହାର କରିପାରିବ ଆଉ କଷ୍ଟମରର ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ନିହାତି ଆବଶ୍ୟକ ।

୫. ଯଦି କୌଣସି ଗାଡିରେ ଧଳା ରଙ୍ଗର ନମ୍ବର ପ୍ଳେଟ ଅଛି ଆଉ କଳା ରଙ୍ଗରେ ନମ୍ବର ଲେଖା ହେଇଛି ତା ହେଲେ ସେହି ଗାଡିର ମାଲିକ ଜଣେ ସାଧାରଣ ମଣିଷ ଅଟେ । ଏହି ଗାଡିର ଗୋଟେ ନିୟମ ଅଛି ଯେ, ଏହି ଗାଡିକୁ ଆପଣ କମର୍ଶିଆଲ ସୁବିଧା ପାଇଁ ବ୍ୟବହାର କରିପାରିବେ ନାହିଁ ।

୬. ବନ୍ଧୁଗଣ ସବୁଜ ରଙ୍ଗର ନମ୍ବର ପ୍ଳେଟ ଆପଣ ମାନେ କେବେ ଦେଖି ନଥିବେ । ହେଲେ ଯେବେ ଠାରୁ ଦେଶରେ ଇଲେକ୍ଟ୍ରି ବାହାନ ଆସିଲାଣି ସେବେଠାରୁ ବିଶ୍ଵର ସମସ୍ତ ସରକାର ଇଲେକ୍ଟ୍ରି ବାହାନରେ ସବୁଜ ରଙ୍ଗର ନମ୍ବର ପ୍ଳେଟ ଲଗାଇବାର ନିଷ୍ପତ୍ତି ନେଇଛନ୍ତି ।


୭. ବନ୍ଧୁଗଣ ସେନାରେ ବ୍ୟବହାର ହେଉଥିବା ବାହାନରେ ଏକ ଅଲଗା ପ୍ରକାରର ନମ୍ବର ପ୍ଳେଟର ବ୍ୟବହାର କରାଯାଇଥାଏ ଆଉ ଏହାକୁ ଆରୋ ନମ୍ବର ପ୍ଳେଟ କୁହାଯାଏ । ଏହି ନମ୍ବର ପ୍ଳେଟରେ ନମ୍ବର ଆରମ୍ଭ ହେବା ପୂର୍ବରୁ ଉପରକୁ ଥିବା ଏକ ତୀରର ଚିହ୍ନ ଥାଏ ଆଉ ଏହି ବାହାନ କେବଳ ସେନାରେ ବ୍ୟବହାର କରାଯାଏ ।

Leave a Reply

Your email address will not be published. Required fields are marked *