କିନ୍ନର ଜୀବନର କିଛି ଅଜଣା କଥା, ଯାହା ଆଗରୁ ଆପଣ କେବେ ବି ଜାଣି ନଥିବେ…

ବନ୍ଧୁଗଣ ଆପଣ ମାନେ କିନ୍ନର ବା ତୃତୀୟା ଲିଙ୍ଗୀ ମାନଙ୍କୁ ନିଶ୍ଚୟ ଜାଣିଥିବେ । ଆପଣ ମାନେ ଅନେକ ସ୍ଥାନରେ କିନ୍ନରଙ୍କୁ ଭୋକ ମାଗୁଥିବାର ଦେଖିଥିବେ । ହେଲେ ବନ୍ଧୁଗଣ ଥରେ ଭାବନ୍ତୁ କିନ୍ନର ମାନଙ୍କ ଜୀବନ କେଉଁ ଭଳି ହୋଇଥିବ । ସେମାନଙ୍କୁ ସମାଜର ବାସନ୍ଧ କରାଯାଏ । ଆଉ ସେମାନେ ବଞ୍ଚିବା ପାଇଁ ଅନ୍ୟ ଦୟାର ପାତ୍ର ହୋଇଥାନ୍ତି । ନିଜେ ସେମାନେ ସମାଜରେ ମୁଣ୍ଡ ଟେକି ଚାଲିବା ପାଇଁ କିଏ କିଏ ତାଙ୍କୁ ଶାରୀରିକ ଶୋଷଣ କରନ୍ତି ତ ଆଉ କିଏ ଦୟା ଦେଖାନ୍ତି ।

ଆଜିକାଲି ଦୁନିଆ ଆଗକୁ ବଢିଲାଣି ସତ ଏବେ ସବୁ କିନ୍ନର ଆଗକୁ ବଢିବା ପାଇଁ ଅଣ୍ଟା ଭିଡିଲେଣି ଶିକ୍ଷିତ ହେଲେଣି ଆଉ ରୋଜଗାର ମଧ୍ୟ କଲେଣି । ହେଲେ ସବୁଠାରୁ ଦୁଃଖର କଥା ହେଲା ଏମାନଙ୍କର ଜୀବନ କାହାଣୀ । ବନ୍ଧୁଗଣ କିନ୍ନରଙ୍କ ଜୀବନ ଶୈଳୀ ଆଉ ତାଙ୍କ କାହାଣୀ ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ । ବନ୍ଧୁଗଣ ଜଣେ କିନ୍ନର ଯେତେବେଳେ ନିଜ ଲିଙ୍ଗ ପରିବର୍ତ୍ତନ କରେ ସେତେବେଳେ ସେ 40 ଦିନ ଯାଏଁ ମାତାଙ୍କର ପୂଜା ଅର୍ଚ୍ଚନା କରିଥାଏ ।

ଏହି ବହୁଚାରୀ ମାଙ୍କ ଚରଣରେ ରହି ସତରେ କିନ୍ନରଟି ଘରେ ରହି ସୁସ୍ଥ ହୋଇଥାଏ । ସବୁଠାରୁ ବଡ କଥା ହେଲା ଲିଙ୍ଗ ପରିବର୍ତ୍ତନ କରିବା ଠାରୁ ଆରମ୍ଭ କରି ବଞ୍ଚିବା ଓ ମୃତ୍ୟୁ ପର୍ଯ୍ୟନ୍ତ ଏମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥାଏ । ଏହି ସଂଘର୍ଷ ଜୀବନ ମଧ୍ୟରେ ଆସିଯାଏ ତାର ଶେଷ ମୂହୁର୍ତ୍ତ ଯେତେବେଳେ ଗୋଟେ କିନ୍ନରର ମୃତ୍ୟୁ ହୋଇଯାଏ ସେତେବେଳେ ଗୋଟେ କିନ୍ନରର ଶବକୁ ଘନ ଅନ୍ଧକାର ଭିତରେ ଶ୍ମଶାନ ନିଆଯାଏ ।

ଆଉ ତାର ସମସ୍ତ ବସ୍ତ୍ରକୁ ବାହାର କରାଯାଇ ତାକୁ ମାଟିରେ ପୋତି ଦିଆଯାଏ । କାରଣ ସେସବୁକୁ ଯଦି ଆଉ କିଏ ଦେଖିବ ତା ହେଲେ ସେ ଆର ଜନ୍ମରେ କିନ୍ନର ହୋଇଯିବ । ତେଣୁ କିନ୍ନରଙ୍କ ଶବକୁ ରାତିରେ ହିଁ ଶବ ଘାଟକୁ ନିଆଯାଏ ଯାହା ପରମ୍ପରା ରହିଛି । କିନ୍ନରର ମୃତ୍ୟୁ ପରେ ତାର ଶବକୁ ସାଥି କିନ୍ନର ମାନେ ମାଡ ମାରିଥାନ୍ତି ।

ମାଡ ମାରିବା ଦ୍ଵାରା ଯଦି ସେ ତାର ଜୀବନରେ କୌଣସି ପାପ କାମ କରିଥିବ ତା ହେଲେ ସେ ସବୁ ପାପ ଧୋଇ ହୋଇଯିବ । ଗୋଟେ କିନ୍ନରର ମୃତ୍ୟୁ ପରେ ତାର ଲିଙ୍ଗକୁ କଟା ଯାଇଥାଏ ଏହାଦ୍ବାରା ସେ ତାର ଆର ଜନ୍ମରେ ଜଣେ ସଂପୂର୍ଣ୍ଣ ପୁରୁଷ ନଚେତ ନାରୀ ରୂପେ ଜନ୍ମ ଗ୍ରହଣ କରିବ । ଏ ସମାଜ କିନ୍ନର ମାନଙ୍କୁ ବଞ୍ଚିବା ପାଇଁ ସହଯୋଗ କରୁ । ନିନ୍ଦା ଓ ଅପବାଦ ନ ଦେଇ ସେମାନଙ୍କୁ ସହାୟତା କର, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *