ଭାରତର ଏହି ମନ୍ଦିରର ରହସ୍ୟ ଦେଖି ବୈଜ୍ଞାନିକ ମାନେ ହେଲେ ଆଶ୍ଚଯ୍ୟ…

ବନ୍ଧୁଗଣ ଆମ ଦେଶ ଭାରତ କାହାଣୀ, ଚମତ୍କାର ଏବଂ ଅନ୍ଧ ବିଶ୍ଵାସରେ ଭରି ଅଛି । ସବୁ ଯୁଗରେ ଘଟିଥିବା ବିଭିନ୍ନ ଘଟଣା ଏବଂ ଚମତ୍କାରୀ କାହାଣୀ ବିଷୟରେ ଆମେ ଆମ ପରିଜନ ମାନଙ୍କ ଠାରୁ ଶୁଣି ଥାଉ । କିଛି ଚମତ୍କାରୀ କାହାଣୀ ଆଜି ବି ଆମ ମାନଙ୍କ ମନରେ ଘୁରି ବୁଲୁଛି ହେଲେ ଅନେକ ଲୋକ ଏହି ସବୁ ଘଟଣାକୁ ବିଶ୍ଵାସ କରୁଥିବା ବେଳେ ଅନେକ ଲୋକ ଏହାକୁ ଅନ୍ଧ ବିଶ୍ଵାସ କରନ୍ତି ।

ଆଜି ଆମେ ଆପଣ ମାନଙ୍କୁ କିଛି ରହସ୍ୟମୟ ଜାଗା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

କାମୁଡୁ ନଥିବା ବିଛା- ଉତ୍ତର ପ୍ରଦେଶର ଅମ୍ରୋହାରେ ଶେଦ ସର୍ଫୁଦିନ ସାହା ବିଲାୟତଙ୍କର ଦର୍ଗା ଅଛି । ଏହି ଦର୍ଗାରେ ବହୁତ ବିଷାକ୍ତ କଙ୍କଡା ବିଛା  ଥାଆନ୍ତି ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ଏତେ ବିଷାକ୍ତ କଙ୍କଡା ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାକୁ ଆସୁଥିବା ଗୋଟେ ଭକ୍ତକୁ ମଧ୍ୟ କାମୁଡି ନାହାନ୍ତି ।

ହମ୍ପି ସଙ୍ଗୀତମୟ ଖମ୍ବ- ହମ୍ପିରେ ଭଗବାନ ବିଷ୍ଣୁଙ୍କର ଏକ ଚମତ୍କାରୀ ମନ୍ଦିର ଅଛି । 56 ଖମ୍ବର ଏହି ମନ୍ଦିର ପୁରାତନ ଶିଳ୍ପରେ ନିର୍ମିତ ହୋଇଛି । ଏହି ମନ୍ଦିରର ସୁନ୍ଦରତା ସହ ଏକ ରହସ୍ୟ ମଧ୍ୟ ଅଛି ସେଥିପାଇଁ ଦେଶ ବିଦେଶରୁ ଅନେକ ଲୋକ ଏହି ସ୍ଥାନକୁ ଆସିଥାନ୍ତି । କୁହାଯାଏ ଯଦି ଏହି ଖମ୍ବରେ କେହି ହାତରେ ମାରେ ତା ହେଲେ ସେହି ଖମ୍ବ ଗୁଡିକରୁ 7 ସ୍ଵରର ଧ୍ୱନି ଶୁଣାଯାଏ । ବୈଜ୍ଞାନିକ ମାନେ ଦୁଇଟି ଖମ୍ବ କାଟି ଦେଖିଥିଲେ ହେଲେ ଖମ୍ବ ଫମ୍ପା ଥିଲା ।

ଚମତ୍କାରୀ ପଥର- ମହାରାଷ୍ଟ୍ରର ପୁନେରେ କମର ଅଲ୍ଲୀ ଦରବେଜ ନାମକ ଏକ ଦର୍ଗା ଅଛି । ହଜାର ହଜାର ଭକ୍ତ ନିଜ ମନସ୍କାମନା ପୂରଣ କରିବା ପାଇଁ ଏଠାକୁ ଆସିଥାନ୍ତି । ଏହା ବ୍ୟତୀତ ସେଠାରେ ଏକ ଚମତ୍କାରୀ ପଥର ମଧ୍ୟ ଅଛି । କୁହାଯାଉଛି ସେହି ଚମତ୍କାରୀ ପଥରକୁ ଏକା ସହ ୧୧ ଜଣ ଲୋକ ଗୋଟେ ଗୋଟେ ଆଙ୍ଗୁଠିରେ ଉଠାଇପାରିବେ । ଯଦି ୧୧ ଜଣରୁ ଜଣେ କମିଯାନ୍ତି ବା ଜଣେ ଅଧିକ ହୁଅନ୍ତି ତା ହେଲେ ସେହି ପଥର କେହି ଉଠାଇ ପାରିବେ ନାହିଁ । ୯୦ କିଲୋର ଏହି ପଥରକୁ ଯେବେ ୧୧ ଜଣ ଲୋକ ଉଠାନ୍ତି ସେହି ପଥର ବହୁତ ହାଲୁକା ଲାଗେ ।

ନନ୍ଦୀ ଚମତ୍କାରୀ ମୂର୍ତ୍ତି- ଆନ୍ଧ୍ର ପ୍ରଦେଶର କୁର୍ଣ୍ଣଲ ଜିଲାରେ ଭଗବାନ ଶିବଙ୍କର ଶ୍ରୀ ୟଗନ୍ତି ଉମା ମହେଶ୍ଵର ମନ୍ଦିର ଅଛି । ଏହି ମନ୍ଦିରରେ ବହୁତ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟେ । କୁହାଯାଏ ସେଠାରେ ଭଗବାନ ଶିବଙ୍କୁ ଜଗି ଥିବା ନନ୍ଦୀ ଦେବ ମୂର୍ତ୍ତିଙ୍କ ଆକାର ସମୟ କ୍ରମେ ଧୀରେ ଧୀରେ ବଢିବାରେ ଲାଗିଛି । ଏହା କାରଣରୁ ମନ୍ଦିର ପ୍ରଶାସନକୁ ସେହି ମୂର୍ତ୍ତି ପାଖରେ ଥିବା ଏକ ଖମ୍ବକୁ ହଟେଇବାକୁ ପଡିଲା ।

Leave a Reply

Your email address will not be published. Required fields are marked *