ଯୁଦ୍ଧ ମଧ୍ୟରେ ଋଷିଆ ଭାରତକୁ ଦେଲା ଏହି ବଡ ଅଫର, ଦେଖନ୍ତୁ ତାହା କଣ ? 

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ଦୁଇ ସପ୍ତାହରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି ।ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।  

ବନ୍ଧୁଗଣ ଏହି ଯୁଦ୍ଧରେ ଭାରତର ବହୁତ ବଡ ଭୂମିକା ରହିଛି । ଭାରତ ଓ ଋଷର ଘନିଷ୍ଠ ବନ୍ଧୁତା ବିଷୟରେ ଏବେ ସାରା ଦୁନିଆ ଜାଣି ସାରିଛି । ତେବେ ଏହାରି ମଧ୍ୟ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଯୁଦ୍ଧ ହେବା ପରେ ଅନେକ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଯାହାଫଳରେ ଋଷରେ ଥିବା ଅନେକ କମ୍ପାନୀ ଗୁଡିକର ଜିନିଷ ବିକ୍ରି ହୋଇ ପାରୁ ନାହିଁ । ତେବେ ଏହାରି ମଧ୍ୟରେ ଯୁଦ୍ଧ ମଝିରେ ଋଷ ଭାରତକୁ ଏକ ବଡ ଅଫର ଦେଇଛି । ଋଷ ଭାରତକୁ ଶସ୍ତା ଦରରେ ତେଲ ବିକ୍ରି କରିବାର ଅଫର ଦେଇଛି । ଏହି ସମୟରେ ସାରା ଦୁନିଆରେ କଞ୍ଚା ତେଲର ଦର ବହୁତ ଅଧିକ ବୃଦ୍ଧି ହୋଇଯାଇଛି ।

ତେବେ ଏହାରି ମଧ୍ୟରେ ଋଷର ସରକାରୀ କମ୍ପାନୀ ଭାରତକୁ କମ ଦରରେ ତେଲ ବିକ୍ରି କରିବାର ଅଫର ଦେଇଛି । ଋଷର ସବୁଠାରୁ ବଡ ତେଲ କମ୍ପାନୀ ରୋସନେଫ୍ଟ ଭାରତକୁ ତେଲ ପ୍ରତି 25 ରୁ 27 ପ୍ରତିଶତ ଡିଶକାଉଣ୍ଟ ଦେବାର କଥା କହିଛି । ବନ୍ଧୁଗଣ ଗତ ବର୍ଷ ଋଷ ରାଷ୍ଟ୍ରପତି ପୁଟିନ ଭାରତ ଆସିଥିଲେ ।ସେତେବେଳେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଏକ ବୁଝାବଣା ହୋଇଥିଲା ।

ସେହି ବୁଝାବଣା ଅନୁସାରେ ଋଷର ତେଲ କମ୍ପାନୀ ରୋସନେଫ୍ଟ କମ୍ପାନୀ ଭାରତର ଇଣ୍ଡିଆନ ଅଏଲ କର୍ପୋରେସନକୁ 2 କୋଟି ଟନ୍ ତେଲ ଆପୃତିରେ ସହମତ ଦେଖାଇଲେ । ହେଲେ ଏବେ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପରେ ତେଲର ଭୁକ୍ତାନ କେମିତି କରାଯିବ ।

ଭାରତ ସରକାର ଲଗାତାର ଏହି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି । ବନ୍ଧୁଗଣ କେତେକ ବରିଷ୍ଠ ବ୍ୟକ୍ତି କହିଛନ୍ତି ପ୍ରତିବନ୍ଧକ ଲାଗିବା ହେତୁ ଋଷ ସହ ବେପାର କରିବା ସମୟରେ ଭାରତକୁ ସତର୍କ ରହିବା ଉଚିତ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।  

Leave a Reply

Your email address will not be published. Required fields are marked *