ଭାରତ ମୁଣ୍ଡରେ ଅଠା ବୋଳିଲେ ବାଇଡେନ୍ (Joe Biden)…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୭ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଭାରତ ମୁଣ୍ଡରେ ଅଠା ଲଗାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନକୁ ଗଛରେ ଚଢାଇ ଦେଇ ଭାରତକୁ ଦୁର୍ବଳ କହୁଛି ଆମେରିକା । ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ପ୍ରତିକ୍ରିୟାକୁ ନେଇ ଆମେରିକା ନାଖୁସ୍ । ପ୍ରତିଟି କ୍ଷେତ୍ରରେ ୟୁକ୍ରେନକୁ ନିରାଶ କରିଥିବା ଆମେରିକା ଶେଷରେ ଭାରତ ମୁଣ୍ଡରେ ଅଠା ବୋଳିବାକୁ ଉଦ୍ୟମ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ୟୁକ୍ରେନ ସାଥୀରେ ସବୁ ବେଳେ ଆମେରିକା ସମେତ ନାଟୋ ଦେଶ ଥିବା କହି, ୟୁକ୍ରେନକୁ ଗଛ ଉପରେ ଚଢ଼ାଇ ଦେଇଥିଲା ଆମେରିକା । ହେଲେ ଯେତେବେଳେ ଋଷ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କଲା ପଛ ଘୁଞ୍ଚା ଦେଇଦେଲା ଆମେରିକା । ଆଉ ଏଭଳି ଏକ ସ୍ଥିତିରେ ଓଲଟା ଭାରତକୁ ଦୁର୍ବଳ କହିଛନ୍ତି ଜୋ ବାଇଡେନ୍ । ଋଷ-ୟୁକ୍ରେନ ଯୁଦ୍ଧରେ ଏ ପର୍ଯ୍ୟନ୍ତ ଭାରତର ଦୃଢ ପ୍ରତିକ୍ରିୟା ଆସି ନଥିବା କହିଛନ୍ତି ବାଇଡେନ୍ ।

ଜାପାନ ଓ ଅଷ୍ଟ୍ରେଲିଆ ଋଷର ଆକ୍ରମଣକୁ ଦୃଢ ନିନ୍ଦା କରୁଥିବା ବେଳେ ଭାରତ ସିଧା ସଳଖ ଏଭଳି କରି ନାହିଁ । ଯୁଦ୍ଧ ଆରମ୍ଭ ହେବା ଠାରୁ ଭାରତ ଋଷ ସହ ସମାଲୋଚନା କରିବା ଠାରୁ ଦୂରେଇ ରହିଛି । ଋଷ ଓ ଭାରତ ମଧ୍ୟରେ ବନ୍ଧୁତା ଥିବା ହେତୁ ଭାରତ ଏହି ଯୁଦ୍ଧ ଉପରେ କୌଣସି ଦୃଢ ପ୍ରତିକ୍ରିୟା ଦେଇ ନାହିଁ ବୋଲି ବାଇଡେନ୍ କହିଛନ୍ତି । ବଡ କଥା ହେଉଛି ଆମେରିକାର କଟକଣା ସତ୍ବେ ଭାରତ ଋଷ ଠାରୁ ତେଲ କିଣିବା ଜାରି ରଖିଛି । ଏହାକୁ ନା ପସନ୍ଦ କରିଛି ଆମେରିକା ।

Leave a Reply

Your email address will not be published. Required fields are marked *