ଭାରତର ଧମାକା, ମିଳିଲା ଜବରଦସ୍ତ ଜିତ୍, ଋଷ ଆଉ ଆମେରିକା ବି ଆଶ୍ଚର୍ଯ୍ୟ…

୨୮ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଋଷ ଓ ୟୁକ୍ରେନ ଯୁଦ୍ଧରେ ଭାରତ ପ୍ରଥମ ଦିନରୁ ଯାହା କହିଛି ତାକୁ ଅମଳ କରି ଆସୁଛି । ଭାରତ ଏହି ଯୁଦ୍ଧ ଉପରେ ଏପରି କୂଟନୈତିକର ପରିଚୟ ଦେଇଛି ଯାହାକୁ ଆଜି ଦେଶର ସମସ୍ତ ଦେଶ ତଥା ପାକିସ୍ତାନ ବି ପ୍ରଶଂସା କରୁଛି ।

ଭାରତ ଏକ ଏପରି ଅସମ୍ଭବ କାମ କରିଛି ଯାହା ବିଷୟରେ ଦୁନିଆ କଳ୍ପନା ବି କରି ନଥିବ । ଆଜି ଭାରତ ଉପରେ ନା ଋଷ ରାଗିଛି ନା ଆମେରିକା । ଋଷ ଓ ଆମେରିକା ପରସ୍ପରର ଶତ୍ରୁ ଅଟନ୍ତି ହେଲେ ଭାରତ ଏହି ଉଭୟ ଦେଶ ସହ ବନ୍ଧୁତା ରଖିଛି । ଯେତେବେଳେ ସାରା ବିଶ୍ଵ ଋଷକୁ ଏକା କରିଦେଲେ ସେତେବେଳେ ଭାରତ ଋଷ ସହ ରହିଲା ।

ଭାରତ ଋଷ ଆକ୍ରମଣକୁ ନିନ୍ଦା ଅବଶ୍ୟ କରିଛି ହେଲେ ସବୁବେଳେ ତାର ସପୋର୍ଟ ମଧ୍ୟ ଦେଇଛି । ଅନେକ ଦେଶ ଭାବୁଥିଲେ ଋଷ ସହ ରହିବା କାରଣରୁ ଭାରତ ଓ ଆମେରିକାର ବନ୍ଧୁତା ଭାଙ୍ଗି ଯିବ । ହେଲେ ଭାରତ ଋଷ ସହ ସମ୍ପର୍କ ରଖି ମଧ୍ୟ ଆମେରିକା ସହ ଭଲ ସମ୍ପର୍କ ରଖିଛି । ଆମେରିକାର ପ୍ରତିବନ୍ଧକ ସତ୍ବେ ଭାରତ ଋଷ ଠାରୁ ତୈଳ କିଣିଲା ।

ସମସ୍ତେ ଭାବୁଥିଲେ ଏଥିପାଇଁ ଆମେରିକା ରାଗିବ ହେଲେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ଭାରତ ଯଦି ଋଷ ଠାରୁ ତେଲ କିଣିଛି ତା ହେଲେ ସେ ପ୍ରତିବନ୍ଧକକୁ ଉଲଂଘନ କରି ନାହିଁ । ଭାରତ ବିପକ୍ଷରେ ଥିବା ଦେଶ ଗୁଡିକ ମଧ୍ୟ ଏବେ ଭାରତର ପ୍ରଶଂସା କରୁଛନ୍ତି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *