ଦେଖନ୍ତୁ Video- ଦିନେ ପରିବାର ଉପରେ ଥିଲା ଋଣ ର ବୋଝ, ଏବେ ଏମିତି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଭିଡିଓ ଦେଖିଲେ ଆପଣ ପ୍ରଶଂସା ନକରି ରହି ପାରିବେନି

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । କେତେକ ମଣିଷ ନିଜ ଲକ୍ଷ୍ୟପଥକୁ ହାସଲ କରିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି ।

ଅନ୍ୟ ପକ୍ଷରେ କିଛି ଲୋକ ପରିସ୍ଥିତିର ସାମ୍ନା କରିନ ପାରି ହାର ମାନି ଯାଇଥାନ୍ତି । ବନ୍ଧୁଗଣ ଆମ ଭାରତ ଦେଶରେ ଅଧିକାଂଶ ଗରିବ ଲୋକ ରହିଛନ୍ତି । ଗୋଟେ ଗରିବ ଲୋକ ପାଖରେ ହରାଇବା ପାଇଁ କିଛି ବି ନଥାଏ ହେଲେ ଚେଷ୍ଟା କରିଲେ ସେ ନିଶ୍ଚୟ ସଫଳତା ପାଇଥାଏ ।

ଆଜି ଏହିପରି ଏକ ଉଦାହରଣ ନେଇ ଆମେ ଆସିଛୁ । ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଦୁଇ ଭାଇ ଭଉଣୀଙ୍କ ଭିଡିଓ ପ୍ରଚୁର ମାତ୍ରାରେ ଭାଇରାଲ ହେଉଛି । ଏହି ଦୁଇ ଭାଇ ଭଉଣୀଙ୍କ ଜୀବନ ଷ୍ଟୋରି ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଦୁଇ ଭାଇ ଭଉଣୀଙ୍କ ଜୀବନ ପିଲା ଦିନରୁ ବହୁତ ଦୁଃଖ କଷ୍ଟରେ ଭରପୁର ରହିଥିଲା ହେଲେ କ୍ୟାମେରା ସାମ୍ନାକୁ ଆସିବା ପରେ ଏମାନଙ୍କର ଭାଗ୍ୟ ବଦଳିଗଲା । ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୁସମାଟାଣ୍ଡ ଗରର ଭାଇ-ଭଇଣୀଙ୍କ ଡାନ୍ସ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।ଏହି ଦୁଇ ଭାଇ ଭଉଣୀଙ୍କ ନାମ ହେଉଛି ସନାତନ ଓ ସାବିତ୍ରୀ । ବନ୍ଧୁଗଣ ପ୍ରଥମେ ଏହି ଦୁଇଜଣ ୟୁଟ୍ୟବରେ ଏକ ଭିଡିଓ କରିଥିଲେ ଯାହାକୁ କୋଟିକୋଟି ଲୋକ ଦେଖିଥିଲେ ।

 

View this post on Instagram

 

A post shared by Dancer Sanatan (@dancer_sanatan)

ଏହି ଭିଡିଓ ପାଇଁ ଦୁହିଁଙ୍କର ୧୨ ଲକ୍ଷରୁ ଅଧିକ ଫାଲୋଅର୍ସ ହୋଇ ସାରିଛନ୍ତି । ସନାତନ ଓ ତାଙ୍କ ଭଉଣୀ ସାବିତ୍ରୀ ଏହି ଭିଡିଓ ଯୋଗୁ ଏବେ ଇଣ୍ଟରନେଟ୍‌ ଷ୍ଟାର୍‌ ହୋଇଛନ୍ତି ।ବନ୍ଧୁଗଣ ଆପଣ ମାନେ ଏହି ଦୁଇ ଭାଇ ଭଉଣୀଙ୍କ ଜୀବନ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । କିଛି ବର୍ଷ ପୂର୍ବେ ଏହି ଭାଇ ଭଉଣୀଙ୍କ ପରିବାର ଉପରେ ଏକ ବଡ ରୁଣ ବୋଝ ରହିଥିଲା । ସନାତନ ମହତୋଙ୍କ ପିତା ଦୁଖନ ଜଣେ କୃଷକ। ତାଙ୍କ ପାଖରେ ସେତେ ଅଧିକା ଜମି ନାହିଁ। ଯେମିତି ସେମିତି କରି ପରିବାର ଚଳାଇଦିଅନ୍ତି। ସନାତନଙ୍କ ସାତ ଭାଇ-ଭଉଣୀ। ତିନି ଭଉଣୀଙ୍କର ବିବାହ ହୋଇସାରିଛି। ସାବିତ୍ରୀ ମହତୋ ନିଜ ଭାଇ ସନାତନଙ୍କ ଠାରୁ ବଡ଼।

 

View this post on Instagram

 

A post shared by Dancer Sanatan (@dancer_sanatan)

ପିଜି ପରେ ୨୬ ବର୍ଷୀୟ ସନାତନଙ୍କୁ ଚାକିରି ମିଳିଲାନି । ହେଲେ ପିଲା ଦିନରୁ ସନାତନଙ୍କୁ ନାଚ ଗୀତରେ ବହୁତ ରୁଚି ଥିଲା । ସେ ଡ୍ୟାନ୍ସ କ୍ଳାସ ମଧ୍ୟ ଯାଉଥିଲେ । ହେଲେ ଅର୍ଥ ଅଭାବରୁ ସେ ଡ୍ୟାନ୍ସ ଛାଡି ଦେଇଥିଲେ । କିନ୍ତୁ ଆଜି ଭାଇ ଭଉଣୀଙ୍କ ରୋଜଗାରରେ ସଂପୂର୍ଣ୍ଣ ପରିବାର ଚଳୁଛି । ଏକ ବର୍ଷ ଭିତରେ ହିଁ ସନାତନ ଏବଂ ସାବିତ୍ରୀଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ୧ ମିଲିୟନ୍‌ରୁ ଅଧିକ ସବ୍ସକ୍ରାଇବର୍ସ ହୋଇଯାଇଛନ୍ତି ।

 

View this post on Instagram

 

A post shared by Dancer Sanatan (@dancer_sanatan)

ଯେତେବେଳେ ଦୁହେଁ ଭାଇ-ଭଉଣୀ ନିଜର ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲେ ଆଖପାଖର ଲୋକମାନେ ତାଙ୍କୁ ବହୁତ କଥା କହୁଥିଲେ ଓ ସୋସିଆଲ ମିଡ଼ିଆରେ ଟ୍ରୋଲ କରୁଥିଲେ । କିନ୍ତୁ ସନାତନ ଓ ସାବିତ୍ରୀ କାହାରି କଥା ଶୁଣିନଥିଲେ ।

ସେମାନେ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଡ୍ୟାନ୍ସ ଭିଡ଼ିଓ ଅପଲୋଡ କରୁଥିଲେ । ଆଜି ସେ ଲକ୍ଷ ଲକ୍ଷ ଲୋକଙ୍କ ମନକୁଜ ଜିତିବାରେ ସକ୍ଷମ ହୋଇଛନ୍ତି ଓ ପରିବାରକୁ ମଧ୍ୟ ବହୁତ ଭଲ ଭାବରେ ଚଳଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ କାହାଣୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *