Bhagat Singh ଙ୍କ ଜୀବନର ଶେଷ 12 ଘଣ୍ଟାର କାହାଣୀ, ଫାଶୀ ପୂର୍ବରୁ ସେଦିନ ଭଗତ ସିଂହ ଙ୍କ ସହ କଣ ହୋଇଥିଲା ?

ବନ୍ଧୁଗଣ, ୨୪ ମାର୍ଚ୍ଚ ୧୯୩୧ ମସିହାର ସକାଳେ ଲୋକ ମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ବିଚଳତା ଦେଖିବାକୁ ମିଳିଥିଲା । ସେମାନେ ଏକ ଖବର ବାହାରୁ ଶୁଣୁଥିଲେ ଏବଂ ତାହାର ସତ୍ୟତା ଜାଣିବା ନିମନ୍ତେ ସେ ଇଆଡେ ସିଆଡେ ଦୌଡି ଯାଉଥିବାର ଦେଖିବାକୁ ମିଳିଥିଲା । ଏହି ଖବର ଥିଲା ସରଦାର ଭଗତ ସିଂହ ଏବଂ ତାଙ୍କର ଦୁଇଟି ସାଥି ସୁଖଦେବ ଏବଂ ରାଜଗୁରୁ ଙ୍କର ଫାଶୀ ର । ଖବର କାଗଜରେ ଦେଖିବାକୁ ମିଳିଥିଲା ଯେ ଭଗତ ସିଂହ ଏବଂ ତାଙ୍କ ସାଥି ମାନଙ୍କୁ ପୂର୍ବଦିନ ୭.୩୩ ମିନିଟରେ ଫାଶୀ ଦିଆଯାଇଥିଲା ।

ଏହା ଶୁଣି ସମଗ୍ର ଦେଶ କୁ ବହୁତ ବଡ ଝଟକା ଲାଗିଲା । ତାଙ୍କ ମୃତ୍ୟୁ ଲୋକଙ୍କ ମନରେ ଏହି ସାହାସା ଭରିଦେଲା ଯେ କିଭଳି ନିଜ ସର୍ତ୍ତ ଦ୍ଵାରା ଜୀବିତ ରହିପାରିବ ତଥା କିଭଳି ନିଜ ମାଟି ନିମନ୍ତେ କିଛି ମଧ୍ୟ କରିପାରିବ । ଇଂରେଜ ସରକାର ଦିଲ୍ଲୀରେ ଟ୍ରେଡ ଡିସପ୍ୟୁଟ ବିଲ ଆଣିବା ଚକ୍କରରେ ଥିଲା ।  ଇଂରାଜୀ ମାନଙ୍କର ଏହି ବିଲ ବନାଇବା ପଛରେ କାରଣ ଥିଲା ଜନତା ମଧ୍ୟରେ ଯେଉଁ କ୍ରାନ୍ତିର ବୀଜ ଉତ୍ପନ୍ନ ହୋଇଥିଲା ତାହାକୁ ସଂପୂର୍ଣ୍ଣ ଭାବରେ ଶେଷ କରିଦେବା ।

୮ ଏପ୍ରିଲ, ୧୯୨୯ ଦିନରେ ଆଶାମ୍ବଲିରେ ବୋମ ପକାଇବା ନିମନ୍ତେ ନିଷ୍ପତ୍ତି ଦିଆଗଲା ଏବଂ ଏହାକୁ ଭଗତ ସିଂହ ଏବଂ ବଟ୍ଟକେଶୋର ଦତ୍ତ ଙ୍କୁ କାମ ଦିଆଗଲା । ଏହାର ପରିଣାମ କାହାକୁ ଜୀବନରୁ ମାରିବା ନଥିଲା । ବୋମ ପକାଇବା ପରେ ଭଗତ ସିଂହ ସଲଣ୍ଡର କରିଦେଲେ । ଏହାପରେ ୭ ଅକ୍ଟୋବର ୧୯୩୦ ରେ ନିଷ୍ପତ୍ତି ନିଆଗଲା । ଏଥିରେ ରାଜଗୁରୁ, ଶୁକଦେବ, ଏବଂ ଭଗତ ସିଂହ କୁ ଫାଶୀ ଦଣ୍ଡ ଦିଆଗଲା ।

ଜେଲରେ ରହିଥିବା ସମୟରେ ଭଗତସିଂହ ଅନେକ କବିତା ପଢିଥିଲେ । ଏବଂ ସେ ଅନ୍ତିମ ସମୟ ପର୍ଯ୍ୟନ୍ତ ନିଜକୁ ପଢିବା ଲେଖିବା ସହିତ ନିଜ ବିଚାରକୁ ମଜବୁତ ବନାଇବାରେ ଲାଗିଗଲେ । ଯେଉଁ ସନ୍ଧ୍ୟାରେ ତାଙ୍କୁ ଫାଶୀ ଦିଆଗଲା ସେତେବେଳେ ସେ ଲେନିନର ଜୀବନୀ ପଢୁଥିଲେ । ସେ ରୁଷର କ୍ରାନ୍ତି ର ଏକ ବଡ ନେତା ଥିଲେ । ପଢୁଥିବା ସମୟରେ ଜେଲ କର୍ମଚାରୀ ଆସି କହିଲେ ଯେ ତାଙ୍କୁ ଗୋଟେ ଦିନ ଆଗରୁ ଫାଶୀ ଦିଆଯିବ ।

ଏହାପରେ ଭଗତ ସିଂହ ହସି କହିଲେ ବହି ପଢି ତାକୁ ଉପରକୁ ପକାଇ କ୍ୟାଚ ଧରି କହିଲେ ଯେ ଠିକ ଅଛି ଚାଲ । ଏହାପରେ ରାଜଗୁରୁ ଏବଂ ଶୁକଦେବ ଙ୍କୁ ମଧ୍ୟ ଫାଶୀଦେବା ନିମନ୍ତେ ନେଇଗଲେ । ଫାଶୀ ସମୟରେ ୩ ଜଣ ବହୁତ ଜୋରରେ ଇନକଲାବ ଜିନ୍ଦବାଦ ର ନାରା ଲଗାଇଲେ ।

ଏହାପରେ ଫାଶୀର ଦଉଡି କୁ ହସି ଚୁମ୍ବନ ଦେଇ ନିଜ ବେକରେ ଲଟକାଇଦେଲେ । ଫାଶୀ ପରେ କୌଣସି ଆନ୍ଦୋଳନ ନ ହେଉ ସେଥିପାଇଁ ଇଂରେଜ ମାନେ ପ୍ରଥମେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ ଏହାପରେ ତାଙ୍କୁ ବସ୍ତା ରେ ଭାରି ଫିରୋଜପୁର ନେଇଗଲେ ଏବଂ ସେଠାରେ କିରୋସିନ ତେଲ ପକାଇ ତାଙ୍କ ଶରୀରକୁ ଜଳାଇବାର ଥିଲା ।

ଗାଁ ଲୋକେ ନିଆଁ ଦେଖି ଆସିଲେ, ଇଂରେଜ ମାନେ ନଦୀରେ ତାଙ୍କ ଅଧା ଜଳା ଶରୀରକୁ ପକାଇ ଚାଲିଗଲେ । ଏହାପରେ ଗାଁ ଲୋକେ ଆସି ନଦୀରେ ତାଙ୍କ ଶରୀର କୁ ଏକତ୍ରିତ କରି ତାଙ୍କ ସଂସ୍କାର କରିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଭଗତ ସିଂହ ଙ୍କ ଫାଶୀ କୁ ନେଇ ସମାନ ସୂଚନା ମିଳିନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *