Vastu Shastra- ଘରେ ରଖିଛନ୍ତି କି ବେଲଣା ପେଡି, ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ବେଲାଣା ପେଡି ଓ ତା କାଠି ଏହା ରୋଷେଇ ଘର ର ଏକ ମାତ୍ର ଯୋଡ଼ିଦାର ସାମଗ୍ରୀ। ଏହାର ସ୍ପର୍ଶ ଆପଣଙ୍କ ଘରର ସୁଖସମୃଦ୍ଧି ଉପରେ ପ୍ରଭାବ ପକାଏ। ଆସନ୍ତୁ ଜାଣିବା ବେଲଣା ପେଡି ଓ ତା କାଠି ର କିଛି କୁପ୍ରଭାବ ବିଷୟରେ, ଯାହା ଆମ ଜୀବନ ଉପରେ ନକରାତ୍ମକ ଶକ୍ତି ପକାଏ। ଆଜି ଆମେ ଜାଣିବା ବେଲଣା ଓ ତା କାଠି ର ଉଚିତ୍ ବ୍ୟବହାର, ଏହାକୁ କେବେ ବଦଳାଇବା, ଘରର କେଉଁ ଜାଗାରେ ଏହାକୁ ରଖିବା ଯାହା ଫଳରେ ଆମ ଜୀବନ ଉପରେ ସୁପ୍ରଭାବ ପଡ଼ିବ। ଜୀବନରେ ସୁଖ ସମୃଦ୍ଧି ଓ ଧନ ର ଉନ୍ନତି ହେବ। ଆର୍ଥିକ ସମସ୍ୟା ଦୂର ହେବ ।

ରୁଟି ବେଲିବା ସମୟ ରେ ଏହି ବେଲଣା କାଠି ରୁ କିଛି ଶବ୍ଦ ବାହାରେ ବେଲଣା କାଠି ରେ ଥିବା ୩ ଟି ଗୋଡ ଚଟାଣ ରେ ବାଜି ଏଭଳି ଶବ୍ଦ ବାହାରେ କାରଣ ଏହା ର ୩ ଟି ଗୋଡ଼ ମଧ୍ୟରୁ କୌଣସି ଗୋଟିଏ ଛୋଟ ହୋଇଥାଏ ତେଣୁ ଏହାକୁ ଆଣିଲା ବେଳେ ଏହାକୁ ଭଲ ରେ ଦେଖିକି ଆଣନ୍ତି ଯେପରି ସବୁ ଗୋଡ଼ ସମାନ ଥିବ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏଥିରୁ ବାହାରୁଥିବା ଠକ୍ ଠକ୍ ଶବ୍ଦ ବାହାରିବା ଅଶୁଭ ହୋଇଥାଏ । ଯାହା ଫଳରେ ଆପଣଙ୍କ ଘରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦିଏ ।

 

ବଜାର ରେ ଭିନ୍ନ ଭିନ୍ନ ରଙ୍ଗ ର ବେଲାଣା ପେଡି ବିକ୍ରି ହେଉଛି । ଆମେ ମାନେ ଘର ର ରଙ୍ଗ ସହ ସମାନ କରି ମଧ୍ୟ ବେଲଣା ପେଡି ଆଣୁଛେ। କଳା କିମ୍ବା ନୀଳ ରଙ୍ଗର ବେଲଣା କାଠି ବ୍ୟବହାର କରିବା ଉଚିତ୍ ନୁହେଁ। ଯଦି ଆପଣ କାଠ ର ବ୍ୟବହାର କରୁଛନ୍ତି ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣ ଷ୍ଟିଲ ର ବେଲଣା କାଠି ବ୍ୟବହାର କରୁଛନ୍ତି ଏହା ଶନି ଙ୍କ ପ୍ରଭାବ ପକାଏ ତେଣୁ ରୁଟି କରିବା ପୂର୍ବରୁ ଏହା ଉପରେ କିଛି ବୁନ୍ଦା କ୍ଷୀର ପକାଇ ପୋଛି ଦିଅନ୍ତୁ, ଯାହା ଅତ୍ୟନ୍ତ ଶୁଭ ହୋଇଥାଏ।

ଆପଣ କାହା ଘର ର ବେଲଣା କାଠି ଯଦି ବ୍ୟବହାର କରୁଛନ୍ତି ତା ପୂର୍ବରୁ ଏହା ଉପରେ କିଛି ଲୁଣ ଚିଞ୍ଚି ପୋଛି ଦିଅନ୍ତୁ ତାପରେ ରୁଟି କରନ୍ତୁ । ଯାହା ଫଳରେ ଚନ୍ଦ୍ର ଘର ପ୍ରତି ପ୍ରଭାବିତ ହୁଅନ୍ତି ଓ ଆପଣ ଙ୍କ ଘରେ ସୁଖ ଶାନ୍ତି ସର୍ବଦା ଲାଗି ରହେ।

ପ୍ଲାଷ୍ଟିକର ବେଲଣା କାଠି ଆପଣ ଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ହୋଇନଥାଏ । ବେଲଣା ରେ ସିଧା ସଳଖ ତେଲ ର ବ୍ୟବହାର ଭଲ ହୋଇନଥାଏ କାରଣ ତେଲ ଶନି ଙ୍କୁ ପ୍ରଭାବିତ କରିଥାଏ। ଏହା ଘରକୁ ଅଶାନ୍ତି ଆଣିଥାଏ। ତେଣୁ ବେଲଣା ରେ ତେଲ ର କେବେ ବି ବ୍ୟବହାର କରିବେ ନାହିଁ ।

ବେଲଣା ପେଡି ଓ କାଠି, ଏହି ଦୁଇଟି ଅଲଗା ଅଲଗା ପଦାର୍ଥ ର ହୋଇଥିଲେ ବ୍ୟବହାର କରନ୍ତୁ ନାହିଁ। ଭିନ୍ନ ଭିନ୍ନ ପ୍ରକାର ର ପଦାର୍ଥ ବ୍ୟବହାର କରିବା ଦ୍ବାରା ଘରେ ଦାରିଦ୍ର୍ୟତା ବୃଦ୍ଧି ପାଏ । ବେଲଣା ପେଡି ବିନା କାଠି କି କାଠି ବିନା ବେଲଣା ର ବ୍ୟବହାର କରିବା ଓ ଘର ର ସ୍ଲାପ ଉପରେ ରୁଟି ବେଲିବା ଦ୍ଵାରା ଘର ମଧ୍ୟରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ ।

ଘରକୁ ବେଲଣା କାଠି, ଆଣିବା ବେଳେ ଧ୍ୟାନ ରଖନ୍ତୁ କି ଯେମିତି ଏହି ଦୁଇଟି ସମାନ ଆକାର ର ହୋଇଥିବ, କେହି ଅନ୍ୟଠାରୁ ବଡ଼ କିମ୍ବା ଛୋଟ ହେଇନଥିବ। ଯାହା ଆପଣଙ୍କ ଘର ର ଆର୍ଥିକ ସମସ୍ୟା ଉପରେ ବାଧା ସୃଷ୍ଟି କରିବ। ସମସ୍ତ ଙ୍କ ଘର ଅନୁଯାୟୀ ସମସ୍ତେ ଭିନ୍ନ ଭିନ୍ନ ଆକାର ର ରୁଟି ତିଆରି କରନ୍ତି, ଆପଣ ଙ୍କ ରୁଟି ଠାରୁ ଛୋଟ କିମ୍ବା ବଡ଼ ବେଲଣା ଆଣନ୍ତୁ ନାହିଁ। ଏହା ଆପଣଙ୍କ ଘରେ ଅଭାବ ସୃଷ୍ଟି କରେ ତେଣୁ ନିଜ ଘରେ ତିଆରି ହେଉଥିବା ରୁଟି ଆକାର ର ବେଲଣା ପେଡି ଆଣନ୍ତୁ।

ଘର ର ବେଲଣା ପେଡି ଘର ର ସଦସ୍ୟ ଙ୍କ ବିନା ଆଉ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ବେଳେ ବେଳେ ଘରକୁ ଆସିଥିବା ସଦସ୍ୟ ଆମକୁ ରୋସେଇ କାମରେ ସାହାଯ୍ୟ କରୁଥିବା ସମୟରେ ରୁଟି ବେଲି ଦିଅନ୍ତି ଯାହା ଅନୁଚିତ୍ ହୋଇଥାଏ । ଯାହା ଘର ର ବାସ୍ତୁ ଉପରେ ପ୍ରଭାବ ପକାଏ ଓ ଘର ର ମାନସମ୍ମାନ ଉପରେ ପ୍ରଭାବ ପକାଏ।

ବେଲଣା କୁ କେବେ ବି ଘର ର କାନ୍ଥ ରେ ଟାଙ୍ଗନ୍ତୁ ନାହିଁ ଏହା କୁ ଘର ର ଚୁଲା ର ଡାହାଣ ପାଖରେ ରଖନ୍ତୁ। ଏହା ବାସ୍ତୁ ଶାସ୍ତ୍ର ଅନୁଯାଇ ଉଚିତ୍ ଓ ଏହା ଯୋଗୁଁ ମା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି। ବେଲଣା କାଠି ଉପରେ କୌଣସି ଜିନିଷ ରଖିବା ଅଶୁଭ ହୋଇଥାଏ , ଏହା ଘରକୁ ଅଶୁଭ ଆଣିଥାଏ । ରୁଟି କରି ସାରିବା ପରେ ଏହି ବେଲଣା ପେଡି ଓ କାଠି କୁ ସର୍ବଦା ଧୋଇ କି ଥୋଇବେ ଯାହା ଦ୍ଵାରା ଆପଣ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି ।

କାହାକୁ ବି କାଠି ରେ ମାରନ୍ତୁ ନାହିଁ କି ଖରାପ ହୋଇଥିବା ବେଲଣା କାଠି କୁ ବ୍ୟବହାର କରନ୍ତୁ ନାହିଁ, ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ ଯାହା ଆପଣଙ୍କ ପାଇଁ ଶୁଭ ଫଳ ଦାୟକ ହୋଇଥାଏ। ସୋମବାର ଓ ମଙ୍ଗଳବାର କୁ ଛାଡି ଆପଣ ଅନ୍ୟ ଦିନ ଘରକୁ ବେଲଣା କାଠି ଆଣନ୍ତି ଏହା ବହୁତ୍ ଭଲ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *