୨୧ ଜୁନ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗର ସଂପୂର୍ଣ୍ଣ ସୂଚନା ଓ ଜାଣନ୍ତୁ କେଉଁମାନଙ୍କ ପାଇଁ ଶୁଭ ଓ କେଉଁ ମାନଙ୍କ ପାଇଁ ରହିବ ଅଶୁଭ

ବନ୍ଧୁଗଣ ଜୁନ ମାସ ୨୧ ତାରିଖ ରବିବାର ଦିନ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟ ପରାଗ କଙ୍କଣ ଆକୃତିର ବା ବଳୟ ସୂର୍ଯ୍ୟ ପରାଗ ହେବ । ଏହି ସୂର୍ଯ୍ୟ ପରାଗ ଏକ ଲମ୍ବା ସୂର୍ଯ୍ୟ ପରାଗ ହେବାକୁ ଯାଉଛି ଯାହାକି ୨୫ ବର୍ଷ ପୁର୍ବେ ୧୯୯୫ ମସିହାରେ ଦେଖିବାକୁ ମିଳିଥିଲା । ତେବେ ଏହି ସୂର୍ଯ୍ୟ ପରାଗ ଓଡିଶା ସମେତ ଭାରତରେ ସଂପୂର୍ଣ୍ଣ ଭାବେ ଦୃଶ୍ୟମାନ ହେବ । ଆଜି ଆମେ ଜାଣିବା କି ସୂର୍ଯ୍ୟ ପରାଗର ସମୟ ସୀମା, ପାକ ନିଷେଧ, ଗର୍ଭବତୀ ମହିଳାମାନେ କଣ କରିବେ ବା କଣ ନ କରିବେ, ପାକ ନିଷେଧ ବା ସୁତକ ସମୟ କେବେ ଆରମ୍ଭ ଓ କେଉଁ ରାଶି ମାନଙ୍କ ପାଇଁ ଶୁଭ ଓ କେଉଁ ରାଶି ମାନଙ୍କ ପାଇଁ ଅଶୁଭ ରହିବ ।

 

ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରା ଯାଇଥାଏ । ଏହି ସମୟକୁ ସୁତକ ସମୟ ମଧ୍ୟ କୁହାଯାଇଥାଏ । ଏହି ଗ୍ରହଣ ବା ପରାଗ ଲାଗିବା ସମୟରେ ଖାଦ୍ଯ ଗ୍ରହଣ କରିବାକୁ ବାରଣ କରାଯାଏ । କାରଣ ପରାଗ ବା ଗ୍ରହଣ ଲାଗିବା ସମୟରେ ପେଟରେ କିଛି ଖାଦ୍ଯ ପଦାର୍ଥ ନ ରହିବା ଭଲ । ତେଣୁ ସାଧାରଣତଃ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ବା ହାଣ୍ଡି ଛାଡ କରା ଯାଇଥାଏ

ପରାଗର ସୁତକ ସମୟ

 

ପାକ ନିଷେଧ – ୨୦ ଜୁନ ଶନିବାର ରାତି ୯.୧୫ ମିନିଟ

ଶେଷ – ୨୧ ଜୁନ ରବିବାର ଦିନ ୩.୦୪ ମିନିଟ

ସୂର୍ଯ୍ୟ ପରାଗ ସମୟ

ଆରମ୍ଭ – ୨୧ ଜୁନ ରବିବାର ସକାଳ ୯.୧୫ ମିନିଟ

ଗ୍ରାସ – ୨୧ ଜୁନ ରବିବାର ସକାଳ ୧୦.୧୭ ମିନିଟ

ଶେଷ – ୨୧ ଜୁନ ରବିବାର ୨.୦୨ ମିନିଟ

ସର୍ବାଧିକ ପରାଗ – ୨୧ ଜୁନ ରବିବାର ୧୨.୧୦ ମିନିଟ, ଏହା ମାତ୍ର ୩୮ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।

ସୂର୍ଯ୍ୟ ପରାଗର ଅବଧି – ୩:୪୪:୧୫ ସେକେଣ୍ଡ

ମୋକ୍ଷ ପ୍ରାପ୍ତିର ସମୟ – ଦିନ ୩.୦୪ ମିନିଟ

ସର୍ବାଧିକ ତୀବ୍ରତା – ୦.୯୫

ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ସୂର୍ଯ୍ୟ ପରାଗ ଦେଖିବା ପାଇଁ ମଧ୍ୟ ବାରଣ କରା ଯାଇଛି । ପରାଗ ଲାଗିଥିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି କପଡା କଟା କଟି ବା କୌଣସି କପଡା ସିଲାଇ କରନ୍ତୁ ନାହିଁ । ନହେଲେ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧା ସଳଖ ପଡିଥାଏ । ଏହା ସହିତ ପରାଗ ଲାଗିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଓ ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ ।

ଜ୍ୟୋତିଷଙ୍କ ଅନୁସାରେ ଏହି ପରାଗ ଲାଗିବା କାରଣରୁ ଗ୍ରହମାନଙ୍କ ସ୍ଥାନରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି କାରଣରୁ କିଛି ରାଶିଙ୍କ ଉପରେ ଅଶୁଭ ପ୍ରଭାବ ପଡୁଥିବାବେଳେ କିଛି ରାଶିଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡୁଛି । ଭାଗ୍ୟ ଚକ୍ରର ୩ ଟି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡିବାର ଅଛି । ସେହି ରାଶି ଗୁଡିକ ହେଲେ ମେଷ, ସିଂହ ଓ କନ୍ୟା ରାଶି । ତେଣୁ ବାକି ରାଶିର ବ୍ୟକ୍ତିମାନେ ଏହି ପରାଗ ସମୟରେ ସାବଧାନ ରୁହନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ଜ୍ଯୋତିଷ ସମ୍ବନ୍ଧୀୟ ଅଧିକ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *