୨୧ ଜୁନରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ମହାମାରୀ କରୋନାକୁ ଏହା କରିପାରେ ଶେଷ

ସାରା ଦୁନିଆରେ କରୋନା ଭାଇରସ ଲୋକମାନଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଆଜିର ଦିନରେ ସମସ୍ତେ ଏଥିରୁ ମୁକ୍ତି ପାଇବା ପାଇଁ ଅପେକ୍ଷା କରିଛନ୍ତି । ଜ୍ୟୋତିଷମାନେ ଗଣନା କରି କହିଛନ୍ତି କି କରୋନାରୁ ଏବେ ଏତେ ଶୀଘ୍ର ମୁକ୍ତି ମିଳିବା ସମ୍ଭବପର ନୁହେଁ । ଜ୍ୟୋତିଷମାନଙ୍କ ହିସାବରେ ୨୧ ଜୁନ ପରେ ହେବାକୁ ଥିବା ସୂର୍ଯ୍ୟ ପରାଗ କାରଣରୁ ଦୁନିଆକୁ ଏହି ମହାମାରୀ ରୁ ମୁକ୍ତି ମିଳିପାରେ । ଏହି ସୂର୍ଯ୍ୟ ପରାଗ କେବଳ ଭାରତରେ ଦେଖା ଦେବ ନାହିଁ ଏହା ବ୍ୟତୀତ ପାକିସ୍ତାନ, ନେପାଳ ଓ ଭୁଟାନ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ।

ଦୁନିଆ ସାରା କରୋନା ଭାଇରସ ଚାରି ମାସ ହେଲା ତାହାର ପ୍ରକୋପ ଜାରି ରଖିଛି । ଏହାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜ୍ୟୋତିଷ ଆଚାର୍ଯ୍ୟ ପ୍ରତୀକ ମିଶ୍ରପୁରୀଙ୍କ କହିବା ଅନୁସାରେ ୨୬ ଡିସେମ୍ବର ୨୦୧୯ ରେ ଚନ୍ଦ୍ର ପରାଗ ହୋଇଥିଲା । କୁହଯାଏ କି ଶୀତ ଋତୁରେ ପରାଗ ପଡିଲେ ତାହା ଏକ ମହାମାରୀ ରୋଗ ନେଇ କି ଆସିଥାଏ । ଯଦି ଆଷାଢ଼ ମାସର ଅମାବାସ୍ୟା ରେ ସୂର୍ଯ୍ୟ ପରାଗ ପଡିଥାଏ ତାହେଲେ ଏହା ମହାମାରୀ ବିନାଶ କରିବା ପାଇଁ ସାହାର୍ଯ୍ୟ କରେ । ଛଅ ମାସ ମଧ୍ୟରେ ଦୁଇ ଦୁଇଟି ସୂର୍ଯ୍ୟ ପରାଗ ପଡୁଅଛି ।

ଜୁନ ୨୬ ରେ ହେଇଥିବା ସୂର୍ଯ୍ୟ ପରାଗ ଧନୁ ରାଶିରେ ଥିଲା ଏବେ ଯେଉଁ ସୂର୍ଯ୍ୟ ପରାଗ ହେବ ତାହା ମିଥୁନ ରାଶିରେ ରହିବ । ଏହି ଦୁଇଟି ରାଶିରେ ସପ୍ତମ ଭାବରେ ପଡୁଅଛି । ଏହି ୭ ଅଙ୍କ ମହାମାରୀ ବିନାଶ କରିବା ପାଇଁ ସାହାର୍ଯ୍ୟ କରିବା ସହିତ ଆଗାମୀ ଛଅ ମାସ ମଧ୍ୟରେ ଏହି ମହାମାରୀ ପୁରା ଦୁନିଆରୁ ନାଶ ହୋଇଯିବ । ୨୧ ଜୁନ ରବିବାର ରେ ହେବାକୁ ଥିବା ସୂର୍ଯ୍ୟ ପରାଗକୁ ଚନ୍ଦ୍ରଚୂଡ଼ ପରାଗ ବୋଲି କୁହଯାଏ । ଏବେ ଏହା ମିଥୁନ ରାଶିରେ ହେବ । ଜ୍ୟୋତିଷଙ୍କ ଅନୁସାରେ ଏହି ସୂର୍ଯ୍ୟ ପରାଗ ପୁରା ବିଶ୍ଵ କୁ ମହାମାରୀ ରୁ ରକ୍ଷା କରି ପାରିବ । ଯେଉଁଠି ଏହାର ପ୍ରଭାବ ପଡିବ ଏହି ମହାମାରୀ ଶେଷ ହୋଇଯିବ ।

ଜ୍ୟୋତିଷ ଶାସ୍ତ୍ର ଡଃ ପ୍ରଦୀପ ଯୋଶୀ ଙ୍କ କହିବା ଅନୁସାରେ ୨୧ ଜୁନ ର ସୂର୍ଯ୍ୟ ପରାଗ ସକାଳ ୧୦.୨୩ ଘଟିକା ରେ ଆରମ୍ଭ ହେବ । ପରାଗର ମୋକ୍ଷ କାଳ ଦ୍ୱିପ୍ରହର ୧୩.୫୧ ପର୍ଯ୍ୟନ୍ତ ରହିବ। ଏହା ରବିବାର ରେ ପଡୁଥିବାରୁ ସୂର୍ଯ୍ୟ ପରାଗ କୁ ଚୂଡ଼ାମଣି ପରାଗ ବୋଲି କୁହାଯାଇଛି। ଏମାନଙ୍କ ମତରେ ମିଥୁନ ରାଶିକୁ ଏହାର କୁପ୍ରଭାବ ପଡିପାରେ ତେଣୁ ଏହି ରାଶିର ଲୋକେ ଏହି ସୂର୍ଯ୍ୟ ପରାଗ ଦେଖିବା ଉଚିତ୍ ନୂହେଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *