ଏହି ୩ ଜଣ ଷ୍ଟାର କିଡ୍ସ ବଲିଉଡକୁ ଆସିଲେ ସମସ୍ତଙ୍କର କରିଦେବେ ଛୁଟି, ସୋନୁ ସୁଦଙ୍କ ପୁଅ ତ ଅସଲି ଦବଙ୍ଗ

ବଲିଉଡରେ କିଛି କଳାକାର ଏମିତି ହୋଇଥାଆନ୍ତି ଯିଏ ସମସ୍ତଙ୍କ ମନରେ ନିଜର ଛବି ଛାଡ଼ି ଦେଇଥାନ୍ତି , ଏମାନଙ୍କର ଫିଲ୍ମରେ ନିଜର ଗୋଟେ ଅଲଗା ଷ୍ଟାଇଲ ରହିଥାଏ । ସମୟ ସହିତ ଆମକୁ ଚାଲିବାକୁ ପଡିବ । ନ ଚାହୁଁଥିଲେ ମଧ୍ୟ ନିଜେ ଭଲପାଉଥିବା କଳାକାରଙ୍କୁ ବିଦାୟ କହିବାକୁ ପଡ଼ିବ , ଏମିତିରେ ଯଦି ଆମେ ତାଙ୍କ ବଦଳରେ କୌଣସି କଳାକାର ଖୋଜିବା ତେବେ ତାଙ୍କ ପିଲାଙ୍କ ଠାରୁ ଆଉ କେହି ଅଧିକ ହେବେନି । ଏହି କାରଣ ପାଇଁ କେତେକ ଷ୍ଟାର କିଡ୍ସ ଏହି କିଛି ଦିନ ହେବ ବଳିଉଡରେ ଏଣ୍ଟ୍ରି କରୁଛନ୍ତି , ଆଜି ଆମେ ଆପଣଙ୍କୁ ତିନୋଟି ଏମିତି ଷ୍ଟାର କିଡ୍ସଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭବିଷ୍ୟତରେ ଦମଦାର ରୁପରେ ବଲିଉଡରେ ଏଣ୍ଟ୍ରି ନେବେ ।

ବାବିଲ ଖାନ

କିଛିଦିନ ତଳେ ସ୍ଵର୍ଗବାସ ହୋଇ ସାରିଥିବା ଦିଗଜ୍ଜ୍ ଅଭିନେତା ଇରଫାନ ଖାନଙ୍କ ପୁଅ ଅଟନ୍ତି ବାବିଲ ଖାନ । ବାବିଲ ୨୩ ବର୍ଷର ଅଟନ୍ତି ଓ ଲଣ୍ଡନରେ ଫିଲ୍ମ ମେକିଙ୍ଗର ପଢ଼ାପଢ଼ି କରୁଛନ୍ତି , ଇରଫାନଙ୍କ ଭଳି ବାବିଲ ମଧ୍ୟ ବହୁତ ଇଣ୍ଟେଲିଜେଣ୍ଟ ଅଟନ୍ତି । ଏହି କିଛିଦିନ ହେବ କ୍ୟାମେରାର ପଛପଟର କଳା ଶିକ୍ଷାର ଗୋଟେ ଫଟୋ ସେୟାର କରିଥିଲେ , ସେମିତିରେ ବବିଲଙ୍କ ମାଇଣ୍ଡକୁ ଦେଖି ଏହା ଲାଗୁଛି କି ସେ ଅନ ସ୍କ୍ରିନରେ କାମ କରିବା ବଦଳରେ ଅଫ ସ୍କ୍ରିନ କାମ କରିବା ଅଧିକ ପସନ୍ଦ କରିବେ , କିନ୍ତୁ ଏହି ବିଷୟରେ ଏବେ କିଛି କହିବା ଭୁଲ ହେବ । ଥରେ ତାଙ୍କର ପଢ଼ାପଢ଼ି , ପୂରଣ ହୋଇଯାଇ ତାପରେ ଆମେ ଜାଣିପାରିବା କି ସେ ଆକ୍ଟିଙ୍ଗର ଦୁନିଆରେ ଆସୁଛନ୍ତି ନା ଡାଇରେକ୍ଟର ହେଉଛନ୍ତି ।

ଇବ୍ରାହିମ ଅଲି ଖାନ ପଟୌଦି

ଇବ୍ରାହିମ ବଲିଉଡର ନବାବ ସେଫ ଅଲି ଖାନ ଓ ଚୁଲବୁଲି ନାୟିକା ଅମୃତା ସିଂହଙ୍କର ପୁଅ ଅଟନ୍ତି , ଇବ୍ରାହିମ ନିଜ ପିତା ସେଫଙ୍କ କାର୍ବନ କପି ଲାଗନ୍ତି , ସେ ତାଙ୍କପରି ଦେଖିବାକୁ ବହୁତ ହ୍ୟାଣ୍ଡସମ , ଇଂଷ୍ଟାଗ୍ରାମରେ ତାଙ୍କର ଫଟୋ ଓ ଭିଡିଓ ସବୁ ଅଧିକ ଭାଇରାଲ ହୋଇଥାଏ , ଇବ୍ରାହିମଙ୍କୁ ଦେଖି ଆମେ ପୁରା ବିଶ୍ବାସ ସହ କହିପାରିବା କି ସେ ଫିଲ୍ମରେ ଲିଡ ଆକ୍ଟର ରୂପେ ଡେବ୍ୟୁ କରିବେ । କିନ୍ତୁ ତାଙ୍କ ଭଉଣୀ ସାରା ଅଲି ଖାନ ପ୍ରଥମରୁ ହିଁ ବଲିଉଡର ଭଲ ଆକ୍ଟ୍ରେସ ହେଇ ସାରିଲେଣି । ସେ ‘ କେଦାରନାଥ’ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ , ଏବେ ଏହା ଦେଖିବାର ଅଛି ଇବ୍ରାହିମ ବଲିଉଡରେ ଏଣ୍ଟ୍ରି କେବେ କରୁଛନ୍ତି ।

ଇଶାନ୍ତ ସୁଦ

ଏହି କିଛିଦିନ ଲକ୍ ଡାଉନରେ ସୋନୁ ସୁଦ ଚାରିଆଡ଼େ ଚର୍ଚ୍ଚାରେ ଅଛନ୍ତି, ତାଙ୍କ ପାଇଁ ଆଜି କେତେକ ପ୍ରବାସୀ ଶ୍ରମିକ ନିଜ ଘର ଓ ପରିବାର ପାଖକୁ ଫେରି ଯାଇଛନ୍ତି , ସୋନୁ ନା କେବଳ ଦେଖିବାକୁ ହ୍ୟାଣ୍ଡସମ ଅଟନ୍ତି ତାଙ୍କ ବଡି ମଧ୍ୟ କମାଲ ଅଟେ , ନିଜ ପିତାଙ୍କୁ ଅନୁସରଣ କରି ତାଙ୍କ ପୁଅ ଇଶାନ୍ତ ସୋନୁ ସୁଦ ମଧ୍ୟ ଭଲ ବଡ଼ି ବନାଇଛନ୍ତି , କିଛିଦିନ ହେବ ନିଜର ସାନଦାର ବଡ଼ି କାରଣରୁ ସେ ଇଂଷ୍ଟାଗ୍ରାମରେ ଭଇରାଲ ହୋଇଥିଲେ , ଇଶାନ୍ତଙ୍କୁ ବଲିଉଡକୁ ଆସିବା ପାଇଁ ଟିକେ ସମୟ ଲାଗିବ, ଏବେ ତାଙ୍କୁ ତାଙ୍କର କଲେଜ  ପଢା ମଧ୍ୟ ସାରିବାର ଅଛି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *