‘ଅର୍ଚ୍ଚନା ଯଦି ନାଗୁଣୀ ହୁଏ ମୋ ସ୍ଵାମୀ ତ ଡବଲ ନାଗ, 12 ଟା ସ୍ତ୍ରୀ ରଖି କରୁଛି ଖେଳ, ପ୍ରତିବର୍ଷ ଗୋଟିଏ ଝିଅକୁ ହୋଟେଲକୁ ଡାକି କରୁଛି କାଣ୍ଡ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଘଟଣା ଟି ହେଉଛି ଯେ ଜଣେ ସ୍ତ୍ରୀ ନିଜ ସ୍ଵାମୀ ଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ଵାମୀ ୧୨ ଜଣଙ୍କୁ ବିବାହ କରିଛନ୍ତି ଅର୍ଥାତ ତାଙ୍କର ସମୁଦାୟ ୧୨ ଟି ସ୍ତ୍ରୀ ଅଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ମହିଳା ଜଣଙ୍କ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ବାହାରିଛି ଅର୍ଚ୍ଚନା ନାଗ ଇଏ ତ ବର୍ତ୍ତମାନ ବାହାରିଲା ।

ମାତ୍ର ତାଙ୍କ ସ୍ଵାମୀ ଏଭଳି ୫ ବର୍ଷ ହେଲାଣି କରୁଛନ୍ତି ଅର୍ଥାତ ଅର୍ଚ୍ଚନା ନାଗୁଣୀ ହେଲେ ତାଙ୍କ ସ୍ଵାମୀ ହେଉଛନ୍ତି ଡବଲ ନାଗ । ମାତ୍ର ଅର୍ଚ୍ଚନା ର କୋଟିଏ ସମ୍ପତ୍ତି ହେଲେ ଏହି ମହିଳା ଙ୍କ ସ୍ଵାମୀ ଙ୍କର କୋଟିଏ ରୁ ଅଧିକ ସମ୍ପତ୍ତି ବାହାରିବ ବୋଲି ସେ କହିଛନ୍ତି । ଅର୍ଚ୍ଚନା ନାଗ ଘଟଣା ସାରା ରାଜ୍ୟ କୁ ଚହଲାଉ ଥିବା ବେଳେ ଆଉ ଜଣେ ପୁରୁଷ ବ୍ଲାକ ମେଲର ର କାହାଣୀ ପଦା କୁ ଆସିଛି ।

ତେବେ ସେହି ବ୍ୟକ୍ତି ଙ୍କ ପ୍ରଥମ ସ୍ତ୍ରୀ ଗଣମାଧ୍ୟମରେ ନିଜର ମୁହଁ ଖୋଲିଛନ୍ତି । ମହିଳା ଜଣକଙ୍କର ସ୍ଵାମୀ ଗୁଗୁଲ ରେ ଆଡ ଦିଅନ୍ତି ଏବଂ ପ୍ରାୟ ଲୋକଙ୍କୁ ରିଲେସନ ରେ ରଖି ତାଙ୍କ ଠାରୁ ପଇସା ଆଣନ୍ତି । ଆଉ ଅଧିକାଂଶ ଙ୍କୁ ବ୍ଲାକମେଲ କରନ୍ତି । ତେବେ ବର୍ଷ ବର୍ଷ କୁ ଗୋଟିଏ ଲେଖାଏଁ ସେ ମ୍ୟାରେଜ କରନ୍ତି ।

ତାଙ୍କ ପ୍ରଥମ ସ୍ତ୍ରୀ କୁ ମଧ୍ୟ ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଲୋକଙ୍କ ସହିତ ରିଲେସନରେ ରହି ତାଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟିବା ନିମନ୍ତେ । ମାତ୍ର ସେ ରାଜି ନ ହେବାରୁ ତାଙ୍କୁ ଛାଡିବା ନିମନ୍ତେ ନିଷ୍ପତ୍ତି ନେଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୨ ଜଣକୁ ବିବାହ କରିଛନ୍ତି ବୋଲି କହିଛନ୍ତି ପ୍ରଥମ ସ୍ତ୍ରୀ ।

୭ ନମ୍ବର ସ୍ତ୍ରୀ ଏହି କାମରେ ରାଜି ହୋଇ ଲୋକଙ୍କୁ ଫସାଇ ତାଙ୍କ ଠାରୁ ପଇସା ଆଣନ୍ତି । ପ୍ରଥମ ସ୍ତ୍ରୀ ଏ ନେଇ ଥାନା ରେ ମଧ୍ୟ ଅଭିଯୋଗ କରିଥିଲେ କିନ୍ତୁ ତାଙ୍କ କଥା କେହି ଶୁଣିଲେ ନାହିଁ । ଗୋଟିଏ ଲୋକ ଠାରୁ ୫ ଲକ୍ଷ ଟଙ୍କା ଲୁଟିଥିଲେ ତାଙ୍କ ୭ ନମ୍ବର ସ୍ତ୍ରୀ । ବର୍ତ୍ତମାନ ତାଙ୍କ ସ୍ଵାମୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ତାଙ୍କ ସହିତ ଅନ୍ୟ ୬ ଜଣ ସହଯୋଗୀ କୁ ମଧ୍ୟ ଗିରଫ କରାଯାଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *