ନମସ୍କାର ବନ୍ଧୁଗଣ ତେବେ କଟକ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ୍ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ଟିକେଟ୍ ପାଇଁ ଗତକାଲି ରାତିରୁ କ୍ରିକେଟ ପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ତେବେ ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏତେ ଭିଡ଼ ଯେ ଟିକେଟ୍ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଲାଇନ୍ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ପୋଲିସ୍କୁ ନାକେଦମ୍ ହେବାକୁ ପଡ଼ିଛି । ଉପସ୍ଥିତ ମହିଳା ପୋଲିସ୍ କର୍ମୀ ସେମାନଙ୍କୁ ବୁଝାଇ ଲାଇନ୍ରେ ଛିଡ଼ା ହୋଇ ଟିକେଟ୍ ନେବା ପାଇଁ କହିଥିଲେ ।
ତେବେ ୯ ଏବଂ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ । ଏଥିପାଇଁ ମୋଟ୍ ୯ଟି କାଉଣ୍ଟର କରାଯାଇଛି । ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର ରହିଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର ରହିଛି । ତେବେ ସୂଚନାଯୋଗ୍ୟ ଯେ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି । ଏଥିପାଇଁ ହୋଟେଲ୍ରୁ ଆରମ୍ଭ କରି ବିମାନ ବନ୍ଦର ପର୍ଯ୍ୟନ୍ତ ସୁରକ୍ଷା ଓ ଟ୍ରାଫିକ ଉପରେ ଗୁରୁତ୍ୱ ଦିଆଯାଇଛି ।
ହୋଟେଲ ମେ ଫେୟାରରେ ଖେଳାଳିଙ୍କୁ ଉଚିତ୍ ଆତିଥ୍ୟ ପ୍ରଦାନ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ହୋଟେଲର ସମସ୍ତ ରୁମ୍ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ବୁକିଂ ହୋଇଛି । ଉଭୟ ଦେଶର ଖେଳାଳି ଓ ସପୋର୍ଟିଂ ଷ୍ଟାଫ୍ଙ୍କ ଲାଗି ଲୋ’ କ୍ୟାଲୋରୀ ଡାଏଟ ଆଣ୍ଡ୍ ଏନର୍ଜି ଫୁଡ୍ ପ୍ରସୁତ କରିବାକୁ ବିସିସିଆଇ ପକ୍ଷରୁ ଚିଠି କରାଯାଇଛି । ତେବେ ୨୦୧୫ ପରେ ଅର୍ଥାତ୍ ୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଓଡ଼ିଶା ଆସିବେ ।
ହୋଟେଲର ସମସ୍ତ କର୍ମଚାରୀ କୋଭିଡ୍ ଗାଇଡ୍ ଲାଇନକୁ ମାନି ସେବା ପ୍ରଦାନ କରିବେ । ଡବଲ ଡୋଜ୍ ନେଇଥିବା କର୍ମଚାରୀଙ୍କୁ ହିଁ ଖେଳାଳିଙ୍କ ସେବା କାର୍ଯ୍ୟରେ ଲଗାଯିବ । ସେମାନ ଙ୍କର ୪୮ ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ୍ କରାଯିବ । ସମସ୍ତେ ମାସ୍କ ପିନ୍ଧି ସେବା ପ୍ରଦାନ କରିବେ ବୋଲି ହୋଟେଲ୍ ପକ୍ଷରୁ କୁହାଯାଇଛି । ହୋଟେଲର ସୁରକ୍ଷା ସାଙ୍ଗକୁ ଟ୍ରାଫିକ ସମସ୍ୟା ଯେଭଳି ନହେବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।