ସ୍ତ୍ରୀ ଖୋଲିଦେଲେ କାଳିଆ ଷଣ୍ଢଙ୍କ ସବୁ ରାଜ୍, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କାଳିଆ ଷଣ୍ଡଙ୍କୁ ବେସ ଭଲ ଭାବରେ ଜାଣିଥିବେ । କାଳିଆ ଷଣ୍ଡ ହେଉଛନ୍ତି ଆମ ଓଡିଶାର ଜଣେ ଲୋକପ୍ରିୟ କମେଡିଆନ । ତାଙ୍କର ୟୁଟ୍ୟୁବ ଚ୍ୟାନେଲ ଅଛି ଯେଉଁଥିରେ ସେ ଅନେକ ଫ୍ରାଙ୍କ ଭିଡିଓ ଅପଲୋଡ କରନ୍ତି । ବନ୍ଧୁଗଣ ନିଜ ପର୍ଶନାଲ ଲାଇଫ ଓ ନିଜ କମେଡି ଭିଡିଓ ପାଇଁ ସବୁବେଳେ ଷଣ୍ଡ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ତ କାଳିଆ ଷଣ୍ଡଙ୍କ ପତ୍ନୀଙ୍କୁ ବି ଜାଣିଥିବେ ଯାହାଙ୍କର ନାମ ହେଉଛି ଡେଜି ।

ଗତ କିଛି ମାସ ତଳେ ଷଣ୍ଡ ଓ ଡେଜିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଛି । ତେବେ ଗତ କିଛି ସମୟ ହେବ ଷଣ୍ଡ ଓ ତାଙ୍କ ପତ୍ନୀ ଡେଜିଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଷଣ୍ଡ ଓ ତାଙ୍କ ପତ୍ନୀ ନିଜ ପ୍ରେମ କାହାଣୀ ବିଷୟରେ କହୁଛନ୍ତି । ଷଣ୍ଡ ଆଗେ କହୁଛନ୍ତି-‘ ଆଗେ ପ୍ରେମ ହେଲା ତା ପରେ ମୁଁ ଘରେ ବୋଉକୁ କହିଲି ବୋଉ କହିଲା ଏତେ ସୁନ୍ଦର ଝିଅ ତୋତେ ବାହା ହେବ ତ ?

ମୁଁ କହିଲି ପ୍ରେମ ତ କରୁଛି ବାହା ବି ହେବ । ମୁଁ ଡେଜିକୁ ଘରକୁ ଆଣିଥିଲି ବୋଉ ଖୁସି ହୋଇଥିଲା ଆଉ କହିଥିଲା ମୋର ଏହି ବୋହୁଟି ଦରକାର ଆଉ କେହି ଦରକାର ନାହିଁ । ଏହା ପରେ ମୁଁ ତାଙ୍କ ଘରେ ପ୍ରସ୍ତାବ ପକେଇଲି ତା ପରେ ବାହାଘର ହେଲା ଆଉ’ ।

ବନ୍ଧୁଗଣ ଏହା ପରେ ଡେଜି କହିଛନ୍ତି-‘ଆମେ ଫେରାର ହେଇ ମ୍ୟାରେଜ କରିଥିଲୁ । ଷଣ୍ଡ ମୋତେ ଘରୁ ନେଇ ଯାଜପୁର ରୁ ଭୁବନେଶ୍ଵର ନେଇ ଆସିଥିଲେ । ତା ପରେ ମୋ ଭାଇ ଆସି ବାହାଘର କରେଇଲେ । ଏହା ପରେ ଘର ଲୋକ ମାନେ ମଧ୍ୟ ବାହାଘର ପାଇଁ ଖୁସି ଥିଲେ’ । ସେଇଠି କାଳିଆ ଷଣ୍ଡ କହିଲେ, ଏଇ କଥାଟି ତ ଲୁଚେଇବାର ଥିଲା ।

ତେବେ ବନ୍ଧୁଗଣ ଏହି ସାକ୍ଷାତ୍କାରରେ ଡେଜି ଷଣ୍ଡଙ୍କର ସବୁ ରାଜ୍ ଖୋଲି ଦେଇଛନ୍ତି । ଉଭୟ ନିଜ ପ୍ରେମ ଜୀବନ ବିଷୟରେ ଅନେକ କିଛି କଥା କହିଛନ୍ତି । ଆଉ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *