ସାପ କାମୁଡ଼ାରେ ମରି ଯାଇଥିବା ପିଲା ୧୨ ବର୍ଷ ପରେ ଜୀବିତ ଅବସ୍ଥାରେ ଫେରି ଆସିଲା, ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେଇଯିବେ…

ସାଙ୍ଗମାନେ ଆପଣମାନେ ତ ଏ କଥା ଦେଖିଥିବେ ବା ଶୁଣିଥିବେ ଯେ ସାପ କାମୁଡିଆ ଦ୍ଵାରା ମଣିଷର ଜୀବନ ଚାଲିଯାଏ । କିନ୍ତୁ ଆଜି ମୁଁ ଆପଣଙ୍କୁ ଏମିତି ଏକ କଥା କହିବି ଯାହାକୁ ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ବ୍ୟକ୍ତିଙ୍କୁ ସାପ କାମୁଡିବା ପରେ ଡାକ୍ତର ମୃତ ଘୋଷଣା କରି ଦେଇଥିଲେ । କିନ୍ତୁ ସେ ପୁନଃ ବଞ୍ଚି ଯାଇଛନ୍ତି ଓ ନୂଆ ଜୀବନ ପାଇଛନ୍ତି । ଏମିତି କିଛି ଘଟଣା ଆପଣମାନେ ପ୍ରାୟତଃ ଟିଭି ବା ସିନେମା ରେ ଦେଖିଥିବେ । ଏହି ଘଟଣାଟି ଉତ୍ତର ପ୍ରଦେଶର ବୁନ୍ଦେଲ ସହରର ଅଟେ । ଏହାକୁ ଲୋକମାନେ ଭଗବାନଙ୍କ ଆଶୀର୍ବାଦ ବୋଲି ମଧ୍ୟ କହୁଛନ୍ତି ।
ଘଟଣାଟି ହେଲା 12 ବର୍ଷ ପୂର୍ବେ ଗୋଟିଏ ପିଲାକୁ ସାପ କାମୁଡିବା ଦ୍ଵାରା ତା’ର ମୃତ୍ୟୁ ହୋଇଯାଇଥିଲା । ତା’ର ମୃତ୍ୟୁ ପରେ ତାର ଘରଲୋକ ମର ଶରୀରକୁ ଗଙ୍ଗାରେ ଭସେଇ ଦେଇଥିଲେ । କିନ୍ତୁ ହଠାତ ଦିନେ ପିଲାଟି ବଡ ହୋଇ ତାଙ୍କ ଘରେ ଆସି ପହଞ୍ଚିଲା । ଏ କଥାକୁ ଆପଣ ବିଶ୍ଵାସ କରି ନ ପାରନ୍ତି କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ଅଟେ ।

ଏହି ଘଟଣାଟି ହେଉଛି ବୁଲନ୍ଦ ସହରର ବାସିନ୍ଦା ମଦନ ସିଂହ ପୁତ୍ର ଗଗନ ସିଂହ ଙ୍କୁ ସାପ କାମୁଡିବା ଦ୍ଵାରା ତା’ର ମୃତ୍ୟୁ ହୋଇ ଯାଇଥିଲା । ଯାହା ପରେ ଗାଁ ଲୋକ ପରିବାର ସହ ମିଶି ଶବ ସତ୍କାର କରିବା ପରେ ଶବକୁ ଗଙ୍ଗା ନଦୀରେ ଭସାଇ ଦେଲେ। ଯେତେବେଳେ ଗଗନର ମୃତ୍ୟୁ ହୋଇଥିଲା ଗଗନକୁ ସେହି ସମୟରେ ମାତ୍ର 3 ବର୍ଷ ହୋଇଥିଲା ।

ସାପ କାମୁଡିବା ପରେ ତାର ବାପା ତାକୁ ପାଖ ଡାକ୍ତର ଖାନାକୁ ନେଇ ଯାଇଥିଲେ । ଡାକ୍ତର ତାକୁ ଦେଖିବା ପରେ ତାକୁ ମୃତ ଘୋଷିତ କରି ଦେଇଥିଲେ । ତା ପରେ ତା’ର ପରିବାର ଲୋକ ତାଙ୍କ 3 ବର୍ଷ ପୁଅର ମର ଶରୀରକୁ ଗଙ୍ଗା ନଦୀରେ ଭସାଇ ଦେଇଥିଲେ । ଏହା ପରେ ପିଲାଟି ଭାସି ଯାଇ ଗୋଟିଏ କୂଳରେ ଲାଗିଥିଲା ।

ଯେଉଁଠି ତାକୁ କେଳା ମାନେ ପାଇଥିଲେ । ତା ପରେ ସେମାନେ ତାର ଚିକିତ୍ସା କରି ତାକୁ ସଂପୂର୍ଣ୍ଣ ରୂପେ ସୁସ୍ଥ କରି ଦେଇଥିଲେ ଓ ସେ ଏକ ନୂଆ ଜୀବନ ମଧ୍ୟ ପାଇଥିଲା । ଏହା ପରେ ଗଗନ ସେହି କେଳା ମାନଙ୍କ ସହ ତାର ନିଜ ଗାଁ ରେ ପହଞ୍ଚିଥିଲା ।

ସେ ତାର ପରିବାର ଲୋକଙ୍କୁ ଚିହ୍ନି ପାରିଥିଲା ଓ ତାର ପରିବାର ଲୋକ ବି ତାକୁ ଚିହ୍ନିପାରିଥିଲେ । କେଳା ମାନେ ସବୁ ଶୁଣିବା ପରେ ତାଙ୍କ ବାପା ଓ ମାଙ୍କୁ ପିଲାଟିକୁ ହସ୍ତାନ୍ତର କରି ଦେଇଥିଲେ । ନୀତିଦିନ ଘଟୁଥିବା ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *