ଭିଡିଓରେ ବାପା ମା’ଙ୍କୁ ଶେଷ ବିଦାୟ ଦେଲେ Ukraine ଯବାନ ଓ କୁନି ଝିଅକୁ କାନ୍ଦି କାନ୍ଦି ବିଦାୟ ଦେଲା ବାପା, ଭିଡିଓ ଦେଖିଲେ ଆପଣଙ୍କ ଆଖି ବି ଛଳଛଳ ହେଇଯିବ, ଦେଖନ୍ତୁ Viral ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଋଷକୁ ସବୁଆଡୁ ଆକ୍ରମଣ ପରେ ଏବେ ପାଲଟା ଆଟାକ କରିଛି ୟୁକ୍ରେନ । ଭ୍ଲାଦିମିର ପୁଟିନଙ୍କ ଆକ୍ରମଣ ଜୋରଦାରର ଜବାବ ଦେଇଛି ୟୁକ୍ରେନ୍ । ବିବାଦୀୟ ଲୁହାନିସ୍କରେ ପଇଁତରା ମାରୁଥିବା ରୁଷର ୫ଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ସେନା ଖସାଇ ଦେବା ସହ ରୁଷର ଗୋଟିଏ ଆଟାକିଂ ହେଲିକପ୍ଟରକୁ ମଧ୍ୟ ଖସାଇ ଦେଇଛନ୍ତି ।

ଏହି ଘଟଣା ପରେ ସ୍ଥିତି ଆହୁରି ଉଗ୍ର ରୂପ ଧାରଣ କରିଛି । ତେବେ ରୁଷିଆ ପ୍ରଥମେ ୟୁକ୍ରେନର କିଭ ଓ ଖାରକିଭରେ ମିସାଇଲ ଆକ୍ରମଣ କରିଥିଲା । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଚଳ ହୋଇଯାଇଛି । ରୁଷ ପକ୍ଷରୁ ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍‌ କରିପାରୁଥିବା ମିସାଇଲ ଦ୍ୱାରା ୟୁକ୍ରେନର ସାମରିକ ଭିତ୍ତିଭୂମି ଗୁଡ଼ିକ ଉପରେ ହମଲା କରାଯାଇଛି ।

ଏହି ହମଲାରେ ସାମାରିକ ଭିତ୍ତିଭୂମି, ଏୟାର ଡିଫେନ୍ସ ସିଷ୍ଟମ, ମିଲିଟାରୀ ଏୟାରଫିଲ୍ଡ ଓ ସେନା ବାହିନୀ ବ୍ୟବହାର କରୁଥିବା ବିମାନବନ୍ଦର ଗୁଡ଼ିକୁ ଅଚଳ କରି ଦିଆଯାଇଛି । ନାଗରିକଙ୍କୁ ଘର ଭିତରେ ରହିବାକୁ ୟୁକ୍ରେନ ସରକାର ପରାମର୍ଶ ଦେଇଛନ୍ତି । ସେହିଭଳି ରୁଷ ପକ୍ଷରୁ ସାଧାରଣ ନାଗରିକ ଙ୍କ ଉପରେ କୌଣସି ହମଲା କରାଯିବ ନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଛି ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦୁଇଟି ଭିଡିଓ ଭାଇରାଲ ହେଉଛି ତେବେ ପ୍ରଥମ ଭିଡିଓ ରେ ଜଣେ ୟୁକ୍ରେନ ସେନାନୀ ନିଜ ର ଏକ ଭିଡିଓ ସୁଟ କରି କହିଛନ୍ତି କି ଏହା ତାଙ୍କର ଶେଷ ଭିଡିଓ ଏବଂ ସେ ଏହା ମଧ୍ୟ କହିଛନ୍ତି କି ବାପା ମାଆ ମୁଁ ତୁମକୁ ବହୁତ ଭଲ ପାଏ,ତୁମେ ମାନେ ନିଜର ଯତ୍ନ ନେବ ସୁରକ୍ଷିତ ରହିବ ।


ତେବେ ଆଉ ଏକ ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ସୌନ୍ୟ ନିଜ ଝିଅ ଏବଂ ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି ଏବଂ ଶେଷ ରେ ନିଜ ଝିଅ କୁ ଗେଲ କରିବା ସମୟରେ କାନ୍ଦି ପକାଉଛନ୍ତି ତେବେ ଏହି ଦୃଶ୍ୟ କୁ ଯିଏ ବି ଦେଖିବ ସେ ଭାବବିହୋଳ ହୋଇଯିବ ।

ତେବେ ଏହି ଦୁଇଟି ଭିଡିଓ ଦେଖି ଏହା ହିଁ ଜାଣିବାକୁ ପାଇଲୁ କି ଯୁଦ୍ଧ ରେ କେବେ କେହି କିଛି ପାଏ ନାହିଁ ବରଂ ସମସ୍ତେ ନିଜ ନିଜର ଆପଣା ଙ୍କୁ ସମ୍ପତ୍ତି କୁ ହରାଇ ବସି ଥାଆନ୍ତି । ତେବେ ଗୋଟିଏ ପଟେ ନିଜ ମାତୃ ଭୂମିର ସୁରକ୍ଷା ର ଶପଥ ଏବଂ ଆଉପଟେ ନିଜ ପରିବାର କୁ ଛାଡିବାର ଦୁଃଖ ଏହି ଦୁଇଟି ଭିଡିଓ ରେ ସ୍ପଷ୍ଟ ଭାବରେ ଜଣା ପଡୁଛି । ତେବେ ଏହି ଯୁଦ୍ଧ ଯେତେ ଶୀଘ୍ର ଶେଷ ହେବ ସେତେ ଭଲ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *